ନାବାଳିକାଙ୍କୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୨ା୧୧(ଡି.ଏନ୍‌.ଏ)- ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ଦେବରାଜ ପାଣିଗ୍ରାହୀ (୬୫)। ହିଞ୍ଜିଳିକାଟୁ ଡାକ୍ତରଖାନାରେ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ପୋଲିସ ହେପାଜତରେ ନାବାଳିକାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କୁ ପୋକ୍‌ସୋ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କିଛି ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ବଳାତ୍କାର ମାମଲାକୁ ଚପାଇ ଦେବାକୁ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନାବାଳିକାଙ୍କ ମା’ଙ୍କ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଥିଲା। ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଗୁରୁବାର ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ ଉପସଭାନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ହିଞ୍ଜିଳି ଯାଇଥିଲେ। ସେମାନେ ନାବାଳିକାଙ୍କ ଗ୍ରାମକୁ ଯାଇ ଲୋକଙ୍କ ସହ କଥା ହୋଇଥିଲେ। ପରେ ସରପଞ୍ଚଙ୍କୁ ନେଇ ହିଞ୍ଜିିଳି ଥାନାକୁ ଯାଇ ଆଇଆଇସି ଅଭିମନ୍ୟୁ ଦାଶଙ୍କୁ ମାମଲା ରୁଜୁ କରାଯିବାରେ କାହିଁକି ବିଳମ୍ବ କରାଗଲା ତାହା ପଚାରି ବୁଝିିଥିଲେ। ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଆଇଆଇସି ଦାଶ ଟିମ ସଦସ୍ୟାଙ୍କୁ ଜଣାଇଥିଲେ। ଆଇନଜୀବୀ ତଥା ଭାଜପା ନେତ୍ରୀ ନମିତା ପଣ୍ଡା ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ପାଇଁ ପୃଥକ ଡ଼ାକ୍ତରଖାନାକୁ ନିଆଯିବା ଘଟଣାକୁ ଅଭିସନ୍ଧିମୂଳକ ବୋଲି କହିଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ବୋଲି କହିଛି। ମହିଳା ମୋର୍ଚ୍ଚା ଟିମରେ ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ସୁବାସିନୀ ପଟ୍ଟନାୟକ, ବନ୍ଦିତା ତ୍ରିପାଠୀ, ମାନିନୀ ଦେବୀ, ରଞ୍ଜନା ମିଶ୍ର, ରଶ୍ମିତା ଦାଶ ପ୍ରମୁଖଙ୍କ ସହ ଭାଜପା ନଗର ସଭାପତି ମାଧବ ଗାୈଡ଼ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ, ଉଠାଜଳସେଚନ ପ୍ରକଳ୍ପ କଲେ ତଦାରଖ

ବରଗଡ଼ ଅଫିସ,୧୫।୫: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ବରଗଡ଼ ଗସ୍ତରେ ଆସିଛନ୍ତି । ସେ ଏଠାକୁ ଆସିବା ବାଟରେ...

ଦନ୍ତା ହାତୀ ନେଲା ୨ ଜୀବନମୋଟଙ୍ଗାରେ ବୃଦ୍ଧ, ଛେଣ୍ଡିପଦାରେ ବୃଦ୍ଧାଙ୍କୁ ମାରିଲା

ଢେଙ୍କାନାଳ ଅଫିସ,୨୦ା୫- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ହିନ୍ଦୋଳରୋଡ ଫାଣ୍ଡିର ଗୁଣୁଦେଇ ଗ୍ରାମରେ ସୋମବାର ସକାଳ ସାଢେ ୬ଟାରେ ହାତୀ ଆକ୍ରମଣରେ ମଙ୍ଗରାଜ ପାତ୍ର(୬୫)ଙ୍କ...

ବିରୋଧରୁ ଫେରିଗଲା ପ୍ରବାସୀଙ୍କ ବସ୍‌

ଗୋପାଳପୁର,୧୯ା୫- କରୋନା ଭାରତରେ ଭୟଙ୍କର ରୂପେ ଧାରଣ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଅନ୍ୟପଟେ ଗଞ୍ଜାମ ଜିଲାକୁ...

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଜୟପୁର, ୨୭।୧୦ (ନି.ପ୍ର.): ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜୟପୁର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପଡୁଆ ଥାନା ଅଧୀନ ଭେଜାଗ୍ରାମର...

ସୋସିଆଲ ମିଡିଆରୁ ସ୍ବାବଲମ୍ବୀ

ବାରିପଦା ଅଫିସ, ୨୪ା୧-ଆତ୍ମବିଶ୍ୱାସ, ଆନ୍ତରିକତା ଓ କଠିନ ପରିଶ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରଛନ୍ତି ଜଣେ ମହିଳା। ସୋସିଆଲ ମିଡିଆରେ ମନ ପସନ୍ଦର ସାମଗ୍ରୀକୁ ଉପସ୍ଥାପନା କରି...

କରୋନା ନେଇ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୧୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଜିଲାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ...

ଭିକ୍ଷା ମାଗି ପରିବାର ଚଳାଉଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୨୭।୨-ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ...

୮ ପୋଲିସଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନିମାପଡ଼ା,୨୫।୨(ଡି.ଏନ୍‌.ଏ.): ନିମାପଡ଼ା ଥାନା ଅନ୍ତର୍ଗତ ବଡ଼ଶିରିବିଳା ପଞ୍ଚାୟତର ବଡ଼ଶିରିବିଳା ଗ୍ରାମରେ ଅଷ୍ଟପ୍ରହର ଚାଲୁଥିଲା। ଏଥିପାଇଁ ଉକ୍ତ ଗ୍ରାମର କେତେଜଣ ଶୁକ୍ରବାର କୋଠ ଜାଗାରୁ ପୋଲିସ ଉପସ୍ଥିତିରେ...

Advertisement
Archives

Model This Week