ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୨୮ା୮- ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ -୨ ତଥା ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ବଳାତ୍କାରୀଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୭ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଜରିମାନା ଅନାଦାୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।ପ୍ରକାଶ ଯେ, ୨୦୧୮ ଜାନୁୟାରୀ ୧୨ ଅପରାହ୍ନ ପ୍ରାୟ ୫ଟାରେ ଜଣେ ୩ୟ ଶ୍ରେଣୀ ଛାତ୍ରୀ ସ୍କୁଲରୁ ଘରକୁ ଫେରିଥିଲେ। ତାଙ୍କ ମା’ ବାରିପଟେ ବାସନ ସଫା କରୁଥିବା ବେଳେ ନାବାଳିକା ଘରେ ଟିଭି ଦେଖୁଥିଲେ। ଏହି ସମୟରେ ଜଣେ ଯୁବକ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରିଥିଲେ। ଝିଅ ପାଟି ଶୁଣି ବାରିପଟେ ଥିବା ପୀଡିତାଙ୍କ ମା’ ଘରକୁ ଆସିଯିବାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇଥିଲେ। ଗୁରୁତର ଥିବା ଝିଅଙ୍କୁ ତାଙ୍କ ମା’ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୫/୧୮ରେ ମାମଲା ରୁଜୁକରି ଅଭିଯୁକ୍ତ ଗୋଇଲୁଣ୍ଡିର ପ୍ରଭାତ ନାୟକ ଓରଫ ରିଙ୍କୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ଏସ୍‌ଆଇ ସବିତା ପାଣିଗ୍ରାହୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଅଭିଯୁକ୍ତ ରିଙ୍କୁ ଘଟଣା ପରଠାରୁ ଜେଲରେ ଥିବା ବେଳେ ମଙ୍ଗଳବାର ଏହି ମାମଲାର ବିଚାର ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଅଭିଯୁକ୍ତ ପ୍ରଭାତଙ୍କୁ ଉପରୋକ୍ତ ଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍‌ସୋ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ମିଳୁଥିଲା ୩୫୦୦ ଭତ୍ତା, ମିଳିଲା ୧୦୦୦, ଅଭିଯୋଗ କରିବା ପରେ…

ଆଳି, ୧୮ା୫(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ ପ୍ରଶାସନ ପକ୍ଷରୁ ଜଣେ ୮୫ବର୍ଷୀୟ ବୃଦ୍ଧଙ୍କୁ ଲଗାତର ଆଠ ମାସ ୩୫୦୦ ଟଙ୍କା ଲେଖାଏ ଭତ୍ତା…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri