ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର,୧୬।୧୦: ଗଞ୍ଜାମ ଜିଲା ଗୋଷାଣିନୂଆଗାଁର ଜନୈକା ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିବା ସହ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଜଣଙ୍କ ଗୋଷାଣିନୂଆଗାଁ ଡିପ ସାହିର ସନ୍ତୋଷ ପାଳ (୨୪)। ଉଭୟଙ୍କର ନଗର ଚିକିତ୍ସାଳୟରେ ଡାକ୍ତରୀମାଇନା କରାଯାଇଥିଲା। ଏପରିକି କୋର୍ଟରେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ବୁଧବାର କେସ୍‌ ନମ୍ବର ୧୦୫/୧୯ ଅନୁସାରେ ଅଭିଯୁକ୍ତ ସନ୍ତୋଷଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ସନ୍ତୋଷ ଗତ ୨୦୧୮ ଅକ୍ଟୋବର ୧୨ ତାରିଖରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ପ୍ରଥମେ ଅପହରଣ କରି ନେଇ ଗଣ୍ଡଳା ଗ୍ରାମରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲେ। ପରେ ନାବାଳିକାଙ୍କୁ ନେଇ ସେ ମୁମ୍ବାଇ ଚାଲି ଯାଇଥିଲେ। ସେଠାରେ ସେ ନାବାଳିକାଙ୍କୁ ବଳପୂର୍ବକ ବିବାହ କରିଥିଲୋ। ଗତ ଅଗଷ୍ଟ ମାସରେ ସନ୍ତୋଷ ନିଜ ଘର ଢିପ ସାହିରେ ନାବାଳିକାଙ୍କୁ ଆଣି ରଖିଥିଲେ। ପରେ ପୀଡ଼ିତାଙ୍କୁ ସନ୍ତୋଷ ମାନସିକ ଓ ଶାରୀରିକ ନର୍ଯାତନା ଦେଇଥିଲେ। ଶେଷରେ ପୀଡ଼ିତା ଏନେଇ ଗତ ୧୪ ତାରିଖରେ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଥିଲା ବୋଲି କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ କବ୍‌ଜାରେ ମହୁଲପାହାଡ଼

ଲଖନପୁର,୨୬।୨(ଡି.ଏନ୍‌.ଏ.): ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲା କୋଟିଆ ପଞ୍ଚାୟତକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦେଖାଦେଇଛି ସୀମା ବିବାଦ। ଏ ନେଇ ଚଳିତ ବିଧାନସଭାରେ...

ଦିନକରେ ୯୫ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି

ଛତ୍ରପୁର,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ଦିନକରେ ୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୭କୁ ବୃଦ୍ଧି...

ସ୍ଥାୟୀ ନିଯୁକ୍ତି ଦାବିରେ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀଙ୍କ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୫: ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀମାନେ ସ୍ଥାୟୀ ମାନ୍ୟତା ଦାବିରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଡିଏମ୍‌ଓଙ୍କୁ ୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।...

ପୋଷ୍ୟ ଗ୍ରାମର ବିକାଶ ଚିନ୍ତା

ଭୁବନ, ୪।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରମାନେ ୫ ପୋଷ୍ୟ ଗ୍ରାମରେ ଦୁଇଦିନ ଧରି ବାଣ୍ଟିଛନ୍ତି ସଚେତନ...

ଗର୍ତ୍ତରେ ବାଲି ଭର୍ତ୍ତି ନେଇ ଆଲୋଚନା

ତାଳଚେର,୧୭ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୮ ନଂ. ଓ୍ବାର୍ଡ ଦେଉଳବେଡ଼ା ତେଲିସାହି ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଧାନ ବିଲଠାରେ ବୁଧବାର ମାଟି...

କେନ୍ଦ୍ରୀୟ ବିଦ୍ୟାଳୟକୁ ଲାଗିଲା ମୋହର-୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଆରମ୍ଭ

ଆନନ୍ଦପୁର,୧୨। ୮(ସ୍ବ.ପ୍ର.)- ଆନନ୍ଦପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବିତ ହେବ ବୋଲି ଲାଗିରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ସମସ୍ତ ଔପଚାରିକତା ଶେଷ ହେବା ପରେ ମାସକ...

ବଡ଼ଭାଇ ପରିବାରକୁ ମୂଳପୋଛ ଉଦ୍ୟମ

ବାମରା,୧୨।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ୍‌ ବାଉଁଶଲଗା ପଞ୍ଚାୟତ ତାଳଡ଼ିହି ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ବଡ଼ଭାଇ, ଭାଉଜ...

ସୋମବାରଠାରୁ କାମାକ୍ଷାନଗର ଏନ୍‌ଏସି ଶଟ୍‌ଡାଉନ

କାମାକ୍ଷାନଗର,୨।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିକୁ ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏନ୍‌ଏସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା...

Advertisement


Archives

Model This Week