ନାଧରା ରାମଚଣ୍ଡୀ ମହୋତ୍ସବ:ଆଧ୍ୟାତ୍ମିକତା-ସଂସ୍କୃତିର ଯୁଗଳବନ୍ଦୀ

ଓଡ଼ାପଡ଼ା,୧୪ା୧(ଡି.ଏନ.ଏ.)ଆଧ୍ୟାତ୍ମିକତା ସହ ସଂସ୍କୃତିର ନିଆରା ଯୁଗଳବନ୍ଦୀ ହେଉଛି ରାମଚଣ୍ଡୀ ମହୋତ୍ସବ। ସୁସ୍ଥ ସୁନ୍ଦର ସମାଜ ଗଠନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩ୟ ବର୍ଷରେ ପହଞ୍ଚତ୍ଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନାଧରାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ମା’ ରାମଚଣ୍ଡୀଙ୍କ ପୀଠ ନିକଟ ବ୍ରାହ୍ମଣୀ ମୁକ୍ତାକାଶ ରଙ୍ଗମଞ୍ଚରେ ରବିବାର ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଏହାସାଙ୍ଗକୁ ୨୪ତମ ବିଶ୍ୱଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟତ୍ମିକ ବାତାବରଣ। ମହୋତ୍ସବ ମାଧ୍ୟମରେ ଆଧ୍ୟାତ୍ମିକତାର ରଜ୍ଜୁରେ ସଂସ୍କୃତି ପରମ୍ପରାକୁ ବାନ୍ଧିବାକୁ କରାଯାଇଛି ପ୍ରୟାସ। ଦିନରେ ମା’ ରାମଚଣ୍ଡୀଙ୍କ ଯଜ୍ଞବେଦୀରେ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ଆହୁତି ପ୍ରଦାନ କରାଯାଉଛି। ସଞ୍ଜ ନଇଁଲେ ମୁଖରିତ ହୋଇଉଠୁଛି ମୁକ୍ତାକାଶ ରଙ୍ଗମଞ୍ଚ। କଳାସଂସ୍କୃତିର ପ୍ରଦର୍ଶନ କଳାକାର ଏବଂ କଳାପ୍ରେମୀଙ୍କ ଭିତରେ ଭରିଦେଉଛି ଆନନ୍ଦ। ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରଙ୍କ ସମାଗମ ହୋଇଛି। ରଙ୍ଗିନ ଆଲୋକମାଳାର ବର୍ଣ୍ଣାଳୀ ସାଙ୍ଗକୁ ନୃତ୍ୟସଙ୍ଗୀତର ଅପୂର୍ବ ଛନ୍ଦରେ ମୁଖରିତ ହୋଇଉଠୁଛି ବ୍ରାହ୍ମଣୀନଦୀ କୂଳରେ ଥିବା ବିସ୍ତୀର୍ଣ୍ଣ ଆମ୍ରକାନନ। ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଭିଡ଼ ଜମାଉଛନ୍ତି। ସମ୍ବଲପୁରୀ ନୃତ୍ୟ, ଗୀତ, ଘଡୁକି ନୃତ୍ୟ, ଗୋଟିପୁଅ ନୃତ୍ୟ, ବଜାସାଲ ନୃତ୍ୟ ଚଳିତ ମହୋତ୍ସବର ପ୍ରମୁଖ ଆକର୍ଷଣ ସାଜିଛି। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଉଛି ବୋଲି ଆୟୋଜକ ମା’ ରାମଚଣ୍ଡୀ ବିଶ୍ୱଶାନ୍ତି ଆୟୋଜକ କମିଟି, ରାମଚଣ୍ଡୀ ସେବା ପରିଷଦ ଏବଂ ନାଧରା ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ: ରାଧାକୃଷ୍ଣଙ୍କୁ ଲାଗିହେଲା ୬୭୫ ପ୍ରକାର ବ୍ୟଞ୍ଜନ

ପୁରୀ ଅଫିସ, ୯ା୧୨: ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।...

ମୁହାଁମୁହିଁ ହୋଇପାରନ୍ତି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ୩ବର୍ଷ ଧରି ମୂରବି ଶୂନ୍ୟ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ନେତା ପାଇବାକୁ ଯାଉଛି। ଏଥିପାଇଁ ଖୁବ୍‌ଶୀଘ୍ର ପୌର ନିର୍ବାଚନର ତାରିଖ...

ରେଳ ଟ୍ରାକ୍‌ରେ ଫସିଲା ଟ୍ରେଲର : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ମୁଡ଼ିଗୁଡ଼ା,୧୩।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି।...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୨୬ ଆକ୍ରାନ୍ତ; ଅଛନ୍ତି ୬୮ ପିଲା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୮ଜଣ ୧୮ ବର୍ଷରୁ କମ୍‌ ବର୍ଗର। ଏହାଛଡ଼ା...

‘ପାର୍ଲାମେଣ୍ଟରେ ଓଡ଼ିଶା ଏମ୍‌ପିମାନେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାନ୍ତୁ’

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସୋମବାରଠାରୁ ପାର୍ଲାମେଣ୍ଟରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଜନଗଣନାରେ ପଛୁଆବର୍ଗଙ୍କୁ ସାମିଲ କରିବାକୁ ରାଜ୍ୟର ଏମ୍‌ପିମାନେ ଦୃଢଭାବେ...

ରାଜ୍ୟ ଯୋଜନା ବୋର୍ଡର ବୈଠକ: ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ...

ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ା,୨୩।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ବୁଲିବାକୁ ଆସିଥିବା ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେହେଲେ ରୁଷିଆର ଭ୍ଲାଡ଼ିମିର ବିଦାନୋଭ(୬୨)। ଗତ ୨୧ ତାରିଖରେ ବିଦାନୋଭ...

ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ପୋଲିସ ପରିଚୟ ଦେଇ ମିଛ ମାମଲାରେ ଫସାଇବାକୁ ଧମକାଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ୨ଜଣଙ୍କୁ ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌...

Advertisement
Archives

Model This Week