ନାଟ୍ୟକାର ଅଜୟ ସ’

ଅଜୟ କୁମାର ସ’। ନାଟକକୁ ଭଲ ପାଉଥିବା ତଥା ନାଟକକୁ ନେଇ ସ୍ବପ୍ନ ଦେଖୁଥିବା ଜଣେ ମଣିଷ। କେବଳ ନାଟକକୁ ଭଲ ପାଉଥିବା କିମ୍ବା ନାଟକକୁ ନେଇ ସ୍ବପ୍ନ ଦେଖିବା ଭିତରେ ତାଙ୍କର ପରିଚୟ ସୀମିତ ନୁହଁ। ସେ ଏକାଧାରରେ ଜଣେ ନାଟ୍ୟକାର ତଥା ନିର୍ଦ୍ଦେଶକ ମଧ୍ୟ। ହାଇସ୍କୁଲ୍‌ର ଗୋଟିଏ ଘଟଣା ହିଁ ତାଙ୍କୁ ନାଟକ ପ୍ରେମରେ ପକେଇ ଦେଇଥିଲା। ୧୯୯୧ ମସିହା କଥା। ସୋର କେଶରୀପୁର ସ୍ଥିତ ଶତ୍ରୁଘ୍ନନାଥ ଉଚ୍ଚବିଦ୍ୟାପୀଠରେ ପଢୁଥାନ୍ତି ଅଜୟ। ଗପ ମଧ୍ୟ ଲେଖୁଥାନ୍ତି। ତାଙ୍କର ଜଣେ ସାର୍‌ କହିଲେ ଗୋଟିଏ ଏକାଙ୍କିକା ଲେଖିବାକୁ। ଅଜୟ ଏକାଙ୍କିକା ଲେଖିଲେ ଆଉ ସେଇଟି ସ୍କୁଲରେ ମଞ୍ଚସ୍ଥ ହୋଇ ଖୁବ୍‌ ପ୍ରଶଂସା ସାଉଣ୍ଟିଲା। ଏହାପରେ ନାଟକ ପ୍ରେମରେ ପଡ଼ିଗଲେ ଅଜୟ। ସେତେବେଳେ ଶ୍ରୀଶ୍ରୀ ଉତ୍ତରାୟଣୀ ଅପେରା ସାତଶଙ୍ଖର ନାମ ଭାରି ଡାକଥାଏ। ତାହାର ପ୍ରୋପ୍ରାଇଟର ଆଡଭୋକେଟ୍‌ ସୁରେନ୍ଦ୍ର ମହାନ୍ତି ଉଭୟ ନାଟ୍ୟକାର ତଥା ନିର୍ଦ୍ଦେଶକ ଭାବରେ ସୁନାମ ଅର୍ଜନ କରିଥାନ୍ତି। ଅଜୟ ତାଙ୍କରି ପାଖରେ ଆସିଷ୍ଟାଣ୍ଟ ଭାବରେ କାମକଲେ। ତାଙ୍କର କାମ ଥିଲା ସୁରେନ୍ଦ୍ରବାବୁ ଯେଉଁ ନାଟକ ଲେଖିବେ ତାହାକୁ ଭଲ ଅକ୍ଷରରେ ସେ ଆଉ ଏକ କାଗଜ ଉପରେ ଉତାରିବେ। ସେଇଟି ମଞ୍ଚସ୍ଥ ହେବ। ଏଭଳି କରିବା ଦ୍ୱାରା ସେ ବି ନାଟକ ଲେଖିବା ତଥା ନିର୍ଦ୍ଦେଶନା ଦେବାର କାଇଦା କୌଶଳ ହାସଲ କରୁଥାନ୍ତି। ପରେପରେ ତାଙ୍କର ଭେଟ ହେଲା ନାଟ୍ୟକାର ତଥା ନିର୍ଦ୍ଦେଶକ ସନ୍ତୋଷ ନାରାୟଣ ଦାସଙ୍କ ସହିତ। ସନ୍ତୋଷଙ୍କର ମଧ୍ୟ ସେ ଆସିଷ୍ଟାଣ୍ଟ ଭାବରେ କାମକଲେ। ଏହିଭଳି ଦଶ ପନ୍ଦରବର୍ଷ ବିତିଗଲା। ସନ୍ତୋଷ ନାରାୟଣ ଦାସଙ୍କ ସହିତ କାମ କରିବା ବେଳେ ତାଙ୍କର ବହୁ ଯାତ୍ରାପାର୍ଟିର ପ୍ରଯୋଜକଙ୍କ ସହିତ ଚିହ୍ନା ପରିଚିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଜଣେ ପ୍ରଯୋଜକ ଏକ ନୂଆପାର୍ଟି କଲେ ଓ ଅଜୟବାବୁଙ୍କୁ ନାଟକ ଲେଖି ନିର୍ଦ୍ଦେଶନା ଦେବା ପାଇଁ ଅନୁରୋଧ କଲେ। ଅଜୟ ବାବୁଙ୍କ ପାଇଁ ଏହା ଥିଲା ଏକ ସୁବର୍ଣ୍ଣ ସୁଯୋଗ। ‘ଲିଭିନି ଅଳତା ଶୁଖିନି ଲୁହ’ ଥିଲା ତାଙ୍କର ପ୍ରଥମ ନାଟକ। ଏହାକୁ ସେ ଲେଖିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେତିକିନୁହେଁ, ସେ ଏହି ସମୟକାଳ ମଧ୍ୟରେ ଉତ୍ତର ବାଲେଶ୍ୱରର ବିଭିନ୍ନ ଯାତ୍ରାପାର୍ଟିରେ କାମ କରୁଥାନ୍ତି। ସେ ପାର୍ଟିଗୁଡ଼ିକ ମଧ୍ୟରେ ଅପେରା ଦାରୁବ୍ରହ୍ମ, ଅପେରା ତାରାତାରିଣୀ, କଳିଙ୍ଗ ଦରବାର, ଶ୍ୟାମସୁନ୍ଦର ଗଣନାଟ୍ୟ, ଯାତ୍ରା ଓଁକାର ଆଦି ଅନ୍ୟତମ। ସେ ଲେଖିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାହାଘର ଦିନ ବିଧବା ହେବି, ଝିଅମାନେ ମରିବା ଆସ, ପରୀ ରାଇଜରୁ ଆସିଛି ବୋହୂ, ସାଥୀ ଆସିଥିଲା ସପନ ହୋଇ, କିଏ ଜାଣିଥିଲା ଏମିତି ହେବ, ଲୁହ ଆଇନାରେ ମୁହଁ ଦେଖୁଛି। ଚଳିତବର୍ଷ ଯୁବ ନିର୍ଦ୍ଦେଶକ ତାପସ ସ୍ବାଇଁଙ୍କ ସହିତ ସେ ଧଉଳି ଗଣନାଟ୍ୟ ପାଇଁ ଏକ ନାଟକ କରୁଛନ୍ତି; ଯାହାର ଟାଇଟଲ ରହିଛି ‘କର୍ଣ୍ଣ ଖୋଜୁଛି ତା’ ନିଜ ଠିକଣା। ନାଟକଟିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଅଜୟ। ବାପା ସ୍ବର୍ଗତ ନିରଞ୍ଜନ ସ’ ଏବଂ ମା’ ସୁମିତ୍ରା ସ’ଙ୍କ ପ୍ରେରଣା ତାଙ୍କୁ ଏତେ ବାଟକୁ ଆଣିପାରିଛି। ସ୍ତ୍ରୀ ସ୍ବର୍ଣ୍ଣଲତା ଓ ଦୁଇପୁଅ ମନୀଶ ଏବଂ ଗଗନଦୀପଙ୍କ ସହଯୋଗ ତାଙ୍କର ଯାତ୍ରାପଥକୁ ସବୁବେଳେ ସୁଗମ କରୁଛି ବୋଲି କହନ୍ତି ଏହି ପ୍ରତିଭାବାନ୍‌ ଯୁବ ନାଟ୍ୟକାର।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?