Posted inଫୁରସତ

ଭିନ୍ନ ଏହି କ୍ୟାମ୍ପିଙ୍ଗ୍‌ ସାମଗ୍ରୀ

ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ରୋମାଞ୍ଚକର ଅନୁଭୂତି ପାଇବା ପାଇଁ କେତେ ଲୋକ କ୍ୟାମ୍ପିଙ୍ଗ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି କ୍ୟାମ୍ପିଙ୍ଗ୍‌କୁ ଯିବା ପୂର୍ବରୁ ଆବଶ୍ୟକ ତଥା ସୁରକ୍ଷା ଦୃଷ୍ଟିରୁ କିଛି ଖାସ୍‌ ସାମଗ୍ରୀକୁ ସାଙ୍ଗରେ ନେଇକି ଯିବାକୁ ହୋଇଥାଏ। ହେଲେ ଏବେ କିଛି ଭିନ୍ନ ଶୈଳୀର କ୍ୟାମ୍ପିଙ୍ଗ୍‌ ସାମଗ୍ରୀ ମାର୍କେଟ୍‌ରେ ମିଳିଲାଣି, ଯାହାକୁ ନେଇକି ଗଲେ ଟିକେ ଅଲଗା ଅନୁଭୂତି ମିଳିପାରିବ…

 

ଫ୍ଲୋଟିଂ ଟେଣ୍ଟ: ସାଧାରଣତଃ କ୍ୟାମ୍ପିଙ୍ଗ୍‌ରେ ଗଲାବେଳେ ଟେଣ୍ଟରେ ରହିବାର ସୁଯୋଗ ମିଳିଥାଏ, ଯାହା ଖୁବ୍‌ ନିଆରା ଲାଗେ। ହେଲେ ତା’ଠୁ ବି ଆହୁରି ନିଆରା ଅନୁଭୂତି ମିଳେ ଫ୍ଲୋଟିଂ ଟେଣ୍ଟରେ କିଛି ସମୟ ବିତାଇଲେ। କାରଣ ଏହି ଟେଣ୍ଟ ପାଣି ଉପରେ ଭାସମାନ ଅବସ୍ଥାରେ ରହିଥାଏ, ଯାହା ମଧ୍ୟରେ ପର୍ଯ୍ୟଟକ ବସି ପାରିବେ ଏବଂ ଶୋଇବାର ମଜା ମଧ୍ୟ ନେଇପାରିବେ। ପୂର୍ବେ ଫ୍ଲୋଟିଂ ଟେଣ୍ଟର ବ୍ୟବହାର ବିଦେଶରେ ବେଶି ହେଉଥିଲା, ହେଲେ ଏବେ ଭାରତର ବିଭିନ୍ନ ସ୍ଥାନରେ ବି ଲୋକେ ଫ୍ଲୋଟିଂ ଟେଣ୍ଟରେ ବସି ବୁଲିବାର ମଜା ନେଲେଣି।

ଫୋଲ୍ଡିଂ କାନୋପି ଚେୟାର୍‌: ଏହି ଚେୟାର୍‌ର ଚତୁଃପାର୍ଶ୍ୱରେ ଏକ ଟ୍ରାନ୍ସପରେଣ୍ଟ ସ୍କ୍ରିନ୍‌ ଘୋଡାଇ ହୋଇ ରହିଥାଏ। ଏପରିକି ଚେୟାର୍‌ର ଉପରି ଭାଗ ବି କଭର୍‌ ହୋଇକି ଥାଏ। ଯଦ୍ଦ୍ବାରା ଖରା ହେଉ କିମ୍ବା ବର୍ଷା ସମୟରେ ମଧ୍ୟ ଏହି ଚେୟାର୍‌କୁ ବାହାରେ ପକାଇ ତା’ଉପରେ ଆରାମରେ ବସିହୁଏ। ତା’ଛଡ଼ା ଏଥିରେ ଲାଗିଥିବା ସ୍କ୍ରିନ୍‌ ଯୋଗୁ ଏହାକୁ ଗଛଲତା ଥିବା ସ୍ଥାନରେ ପକାଇ ବସିଲେ ପୋକଜୋକ ପ୍ରତି ଡର ବି ନଥାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚେୟାର୍‌କୁ ଫୋଲ୍ଡ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଆରାମରେ ନେଇହୁଏ।

ପୋର୍ଟେବଲ୍‌ ଫ୍ରିଜର୍‌: ଏହି ଫ୍ରିଜର୍‌ରେ ସ୍ବତନ୍ତ୍ର ଟେମ୍ପରେଚର୍‌ ଗଜ୍‌, ଓ୍ବେଦର୍‌ ରେଜିଷ୍ଟାଣ୍ଟ କ୍ୟାବିନେଟ୍‌, ଏଲ୍‌ଇଡି ଇଣ୍ଡିକେଟର୍‌ ଓ ସଫ୍ଟ ଟଚ୍‌ ଅପରେଟିଙ୍ଗ୍‌ ପାନେଲ୍‌ ରହିଥିବାରୁ ଏହା ବେଶ୍‌ କିଛିଦିନ ଧରି ପାଣିକୁ ଥଣ୍ଡା ଓ ଖାଦ୍ୟ ପଦାର୍ଥକୁ ସତେଜ ରଖିଥାଏ। ତା’ଛଡ଼ା ଏହାର ସାଇଜ୍‌ ଛୋଟ ହୋଇଥିବାରୁ ଏହାକୁ ଆରାମରେ ହାତରେ ଧରି ଯାଇହୁଏ। ଫଳରେ କ୍ୟାମ୍ପିଙ୍ଗ୍‌ରେ ଗଲାବେଳେ ଏହାକୁ ନେବା ସହଜ ହୋଇଥାଏ।

ପୋର୍ଟେବଲ୍‌ ଏସ୍‌ପ୍ରେସୋ ମେକର୍‌: କଫି ଲଭର୍‌ଙ୍କ ପାଇଁ ଖୁସି ଖବର। କାରଣ ଏବେ ମାର୍କେଟ୍‌କୁ ଆସିଗଲାଣି ଏସ୍‌ପ୍ରେସୋ ବା ନାନୋପ୍ରେସୋ କଫି ମେକର୍‌। ଏହି କଫି ମେକର୍‌କୁ ଚଲେଇବା ପାଇଁ ନା ବ୍ୟାଟେରିର ବ୍ୟବହାର ହୁଏ ନା ଇଲେକ୍ଟ୍ରିସିଟିର ଦରକାର ପଡ଼େ। କେବଳ ଗରମ ପାଣି କିମ୍ବା ଗରମ କ୍ଷୀର ଓ କଫି ପାଉଡର୍‌କୁ ଏହି ମେକର୍‌ରେ ପକାଇ କିଛି ସମୟ ପ୍ରେସ୍‌ କଲେ ଏଥିରୁ କଫି ପ୍ରସ୍ତୁତ ହୋଇ ବାହାରିଥାଏ। ତେଣୁ କ୍ୟାମ୍ପିଙ୍ଗ୍‌ ପାଇଁ ଏହା ଏକ ବେଷ୍ଟ ଅପ୍‌ଶନ ହୋଇପାରେ।

ଇନ୍‌ଫ୍ଲାଟେବଲ୍‌ ଟ୍ରାନ୍ସପରେଣ୍ଟ ବବଲ୍‌ ଟେଣ୍ଟ: ଏହି ଟେଣ୍ଟଟି ଫୋଲ୍ଡ ହୋଇକି ରହିଥାଏ। ବେଲୁନ୍‌ରେ ଯେମିତି ପବନ ପୂରାଯାଏ, ଠିକ୍‌ ସେମିତି ଏହି ଟେଣ୍ଟକୁ ବି ପବନ ଦ୍ୱାରା ଫୁଲା ଯାଇଥାଏ। ତା’ଛଡ଼ା ଏହା ଟ୍ରାନ୍ସପରେଣ୍ଟ ହୋଇଥିବାରୁ ଏହା ଭିତରୁ ବାହାର ଦୁନିଆକୁ ଆରାମରେ ଦେଖିହୁଏ। ସେହିପରି ଏହି ଟେଣ୍ଟରେ ସ୍ବତନ୍ତ୍ର ସାଇଲେଣ୍ଟ ଏୟାର୍‌-ବ୍ଲୋଇଂ ଏବଂ ଫିଲ୍ଟରେଶନ୍‌ ସିଷ୍ଟମ୍‌ ଥିବାରୁ ଏହାକୁ ଯେକୌଣସି ସ୍ଥାନରେ ଆଉ ଜଳବାୟୁରେ ବ୍ୟବହାର କରିହୁଏ।

ଇନ୍‌ଫ୍ଲାଟେବଲ୍‌ ପୋର୍ଟେବଲ୍‌ ଟବ୍ସ: ଏହି ଟବ୍ସକୁ ବି ପବନ ଦ୍ୱାରା ଫୁଲାଇ ତିଆରି କରାଯାଇଥାଏ। ଯେହେତୁ କ୍ୟାମ୍ପିଙ୍ଗ୍‌ରେ ବାହାରକୁ ଯିବାକୁ ହୋଇଥାଏ, ଖୋଲାରେ ଗାଧୋଇବାରେ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ଏହି ଟବ୍ସକୁ ସାଙ୍ଗରେ ନେଇକି ଯିବା ନିହାତି ଜରୁରୀ। ତା’ଛଡ଼ା ଏହି ଟବ୍ସକୁ ଫୋଲ୍ଡ କରି ହେଉଥିବାରୁ ଏହାକୁ ନେବାରେ କିଛି ଅସୁବିଧା ହୁଏ ନାହିଁ।

ଇଲେକ୍ଟ୍ରିକ୍‌ ହିଟେଡ୍‌ ସକ୍ସ ରିଚାର୍ଜେବଲ୍‌ ବ୍ୟାଟେରି: ଏହି ସକ୍ସକୁ ପିନ୍ଧିବାରେ ଅନେକ ଫାଇଦା ରହିଥାଏ। କାରଣ ଏଥିରେ ଏପରି ଏକ ସ୍ବତନ୍ତ୍ର ଧରଣର ମ୍ୟାଟେରିଆଲ୍‌ ରହିଛି, ଯାହା ଆପେ ଆପେ ପାଦକୁ ଉଷୁମ ଦେଇଥାଏ। ତା’ଛଡ଼ା ପାଦତଳ ଝାଳୁଆ ହେବାରୁ ମଧ୍ୟ ଏହା ରକ୍ଷା କରିଥାଏ। ଯଦ୍ଦ୍ବାରା ଅଧିକ ସମୟ ଚଲାବୁଲା କରିବାରେ କଷ୍ଟ ଅନୁଭବ ହୁଏନାହିଁ।

ମସାଜର୍‌ ବ୍ୟାକ୍‌ପ୍ୟାକ୍‌: ଏହି ବ୍ୟାକ୍‌ପ୍ୟାକ୍‌ରେ ଜିନିଷପତ୍ର ନେବା ପାଇଁ ଭଲ ସ୍ପେଶ୍‌ ରହିବା ସହିତ ଆଣ୍ଟି ସ୍କ୍ରାଚ୍‌ ମ୍ୟାଟେରିଆଲ୍‌ର ବ୍ୟବହାର କରାଯାଇଛି। ତା’ଛଡ଼ା ଏହାର ଓ୍ବାଟର୍‌-ରେଜିଷ୍ଟାଣ୍ଟ କ୍ଷମତା ମଧ୍ୟ ରହିଛି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ୟାକ୍‌ପ୍ୟାକ୍‌ର ଯେଉଁ ଅଂଶ ପିଠି ସଂସ୍ପର୍ଶରେ ଆସେ, ସେହି ସ୍ଥାନରେ ଏମିତି କିଛି ମ୍ୟାଟେରିଆଲ୍‌ ଲଗାଯାଇଛି, ଯଦ୍ଦ୍ବାରା ଏହାକୁ ପିଠିରେ ପକାଇ ଗଲାବେଳେ ଏହା ପିଠିରେ ଘସିହୋଇ ତାକୁ ମସାଜ୍‌ କରିବାର କାମ ଆପେ ଆପେ କରିଥାଏ। ଫଳରେ ପିଠିକୁ ଆରାମ ଲାଗେ ଆଉ ଥକ୍କା ଜଣାପଡ଼େନି। କ୍ୟାମ୍ପିଙ୍ଗ୍‌ ପାଇଁ ଏହା ମଧ୍ୟ ଏକ ଭଲ ଅପଶନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?