Posted inଜାତୀୟ

ନାଗରିକତ୍ୱ ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ/ଗୁଆହାଟୀ/ଅଗରତାଲା,୧୦ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆସାମ ଓ ତ୍ରିପୁରାରେ ୪୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଲୋକ ସଭାରେ ବିପକ୍ଷ ଦଳଗୁଡିକର ଜୋର୍‌ଦାର ବିରୋଧ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଲ୍‌ ଆଗତ କରିଛନ୍ତି। ଏହାକୁ ବିରୋଧ କରି ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ ଲିଗ୍‌ର ଏମ୍‌ପିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଅଲ୍‌ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ (ଏଆଇୟୁଡିଏଫ୍‌) ସଦସ୍ୟମାନେ ଜନ୍ତରମନ୍ତରଠାରେ ବିକ୍ଷୋଭ କରିଥିଲେ। ଏହା ସମ୍ବିଧାନ ଓ ହିନ୍ଦୁ-ମୁସଲମାନ ଏକତାର ବିରୋଧୀ। ଆମେ ଏହି ବିଲ୍‌କୁ ପ୍ରତ୍ୟାଖ୍ୟାନ କରୁଛୁ ବୋଲି ଏଆଇୟୁଡିଏଫ୍‌ ଏମ୍‌ପି ବଦ୍‌ରୁଦ୍ଦିନ ଅଜମଲ କହିଛନ୍ତି।
ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ବିଦ୍ବେଷର ସମ୍ମୁଖୀନ ହୋଇ ଭାରତରେ ଶରଣ ନେଇଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ଏହା ଆଇନରେ ପରିଣତ ହେଲେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଉପରୋକ୍ତ ୩ ଦେଶରୁ ଆସି ଭାରତରେ ଶରଣାର୍ଥୀ ଭାବେ ରହିଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସଦସ୍ୟମାନେ ଉପକୃତ ହୋଇପାରିବେ। ସେମାନଙ୍କୁ ଆଉ ବେଆଇନ ଦେଶାନ୍ତରୀ ଭାବେ ଗ୍ରହଣ କରା ନ ଯାଇ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ବିଲ୍‌କୁ ଦେଶର ବିଭିନ୍ନ ଭାଗରେ ବିଶେଷ କରି ଉତ୍ତରପୂର୍ବାଞ୍ଚଳରେ ଜୋର୍‌ଦାର ବିରୋଧ କରାଯାଇଛି।
ନାଗରିକତ୍ୱ ସଂଶୋଧନ ବିଲ୍‌ ବିରୋଧରେ ଆସାମ ଓ ତ୍ରିପୁରାରେ ୩୮ ଘଣ୍ଟିଆ ବନ୍ଦ ପାଳନ ଯୋଗୁ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଅଲ୍‌ ମୋରାନ ଛାତ୍ର ସଂଗଠନ (ଏଏମ୍‌ଏସ୍‌ୟୁ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ୍‌ର ପ୍ରଥମ ଦିନରେ ଅନେକ ଜିଲା ପ୍ରଭାବିତ ହୋଇଛି। ସ୍କୁଲ୍‌, କଲେଜ, ଦୋକାନବଜାର ବନ୍ଦ ରହିଥିଲା। ତେବେ ବଙ୍ଗାଳୀ ବହୁଳ କାଚର ଜିଲାର ବାରାକ ଭ୍ୟାଲି, କରିମଗଞ୍ଜ ଓ ହୈଲାକାଣ୍ଡି ସମେତ ପାର୍ବତ୍ୟ ଜିଲା କାର୍ବି ଆଙ୍ଗଲଙ୍ଗ ଏବଂ ଡିମା ହାସାଓରେ ବନ୍ଦ୍‌ର ପ୍ରଭାବ ଅନୁଭୂତ ହୋଇ ନ ଥିଲା। ସେହିପରି ଗୁଆହାଟୀରେ ମଧ୍ୟ ବନ୍ଦ୍‌ର ପ୍ରଭାବ ବିଶେଷ ଦେଖିବାକୁ ମିଳି ନ ଥିଲା। ବିକ୍ଷୋଭକାରୀ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ପୋଲିସ ସେମାନଙ୍କୁ ହଟାଇଦେଇଥିଲା। ଦିବ୍ରୁଗଡ ଓ ଗୁଆହାଟୀରେ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠିଚାଳନା କରିଥିଲା।
ସେହିପରି ତ୍ରିପୁରାର ଟିଟିଏଏଡିସି (ଆଦିବାସୀ ଅଞ୍ଚଳ ସ୍ବୟଂକ୍ରିୟ ଜିଲା ପରିଷଦ) ଅଞ୍ଚଳରେ ବନ୍ଦ ଯୋଗୁ ଜୀବନଯାତ୍ରା ଅଚଳ ହୋଇପଡିଥିଲା। ଭାଜପା ସହଯୋଗୀ ଆଇପିଏଫ୍‌ଟି ସମେତ ବିଭିନ୍ନ ଦଳ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଫଳରେ ରେଳ ଓ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଏବଂ ତ୍ରିପୁରା ରାଜ୍ୟ ରାଇଫଲ୍ସ ବାହିନୀର ଯବାନମାନଙ୍କୁ ମୁତୟନ କରାଯାଇଥିଲା। ତ୍ରିପୁରା ସହ ଦେଶର ଅନ୍ୟ ଭାଗକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଓ ରେଳଲାଇନରେ ପିକେଟିଂ କରି ଏହାକୁ ବନ୍ଦ କରିଥିବା ଆନ୍ଦୋଳନକାରୀମାନଙ୍କୁ ପୋଲିସ ଗିରଫ କରିଛି। ତ୍ରିପୁରା ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ବୀର ବିକ୍ରମ ବିଶ୍ୱବିଦ୍ୟାଳୟ ଆନ୍ଦୋଳନ ଯୋଗୁ ପରୀକ୍ଷା ସ୍ଥଗିତ ରଖିଛନ୍ତି। ଅଧିକାଂଶ ସ୍ଥାନରେ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନବଜାର ବନ୍ଦ ରହିଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଓ ବିଜୁଳି ଅଭାବ ଦୂର କରିବ ଉଦୟପୁର ଆଇଆଇଏମ୍‌ କ୍ୟାମ୍ପସରେ ଥିବା କୃତ୍ରିମ ହ୍ରଦ

ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ଼ ଆଇଆଇଏମ୍‌ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି। ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ...

କର୍ନାଟକ ଷଡ଼ଯନ୍ତ୍ର ପଛରେ ମୋଦି ସରକାର: କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,୭ା୭(ଆଇଏଏନ୍‌ଏସ୍‌): କର୍ନାଟକ ଶାସକ ମେଣ୍ଟରୁ ୧୪ ବିଧାୟକ ଇସ୍ତଫା ଦେବା ଘଟଣାରେ କଂଗ୍ରେସ ଭାଜପାକୁ ଦୋଷାରୋପ କରିଛି। ଦଳବଦଳ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର...

‘ସବୁ ଧର୍ମର ଲୋକଙ୍କୁ ସ୍କୁଲ ଡ୍ରେସ୍‌ କୋଡ୍‌ ମାନିବାକୁ ପଡ଼ିବ’

ନୂଆଦିଲ୍ଲୀ,୨୧।୨: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ପ୍ରସଙ୍ଗ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସମସ୍ତ ଧର୍ମ ସ୍କୁଲ...

ଲତାଙ୍କ ଦେହାନ୍ତ ଗୁଜବ

ନୂଆଦିଲ୍ଲୀ,୧୯ା୧୧: ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ଦେହାନ୍ତ ହୋଇଥିବା ନେଇ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ହେଲେ ଲତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ପରିବାର...

ମସ୍ତିଷ୍କକୁ ଚାପମୁକ୍ତ ରଖେ ଏହି ରସ…

ସକାଳୁ ଖାଲି ପେଟରେ ଲାଉ ରସ ପିିଇଲେ  ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ...

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ...

ସରକାରଙ୍କୁ ଦେଢ଼ କୋଟିର ସମ୍ପତ୍ତି ଦାନକଲେ ବୃଦ୍ଧ

ଲକ୍ଷ୍ନୌ, ୭।୩: ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଉତ୍ତର ପ୍ରଦେଶର ୮୫ ବର୍ଷୀୟ ନାଥୁ ସିଂ ଦେଢ଼ କୋଟିର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କ ନାଁରେ...

ଜଣେ ଓମିକ୍ରନ୍ ସଂକ୍ରମିତ ୧୮-୨୦ ଜଣଙ୍କୁ କରିପାରିବେ ପଜିଟିଭ

ନୂଆଦିଲ୍ଲୀ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଭାରତରେ ପହଞ୍ଚି ସାରିଲାଣି । କର୍ନାଟକରେ ଓମିକ୍ରନ୍ ସଂକ୍ରମିତ ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ...

Advertisement
Archives

Model This Week