Posted inଜାତୀୟ

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ଭାଜପା ପାଖରେ ନିଜର ୩୦୩ ସଦସ୍ୟ ରହିଛନ୍ତି। ଅନ୍ୟ କାହାର ସହାୟତା ବିନା ଲୋକସଭାରେ ଏହି ବିଲ୍‌ ପାରିତ କରିବାରେ ଭାଜପାକୁ ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଭାଜପା ଲାଗି ଅଡୁଆ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି। ରାଜ୍ୟ ସଭାର ବର୍ତ୍ତମାନର ମୋଟ ସଦସ୍ୟ ସଂଖ୍ୟା ୨୩୯। ସେଥିମଧ୍ୟରୁ ଭାଜପାକୁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ରାଜ୍ୟ ସଭାରେ ଭାଜପା ପାଖରେ ୮୧ ଜଣ ସଦସ୍ୟ ରହିଛନ୍ତି। ଅବଶିଷ୍ଟ ୩୯ ସଦସ୍ୟ ଯୋଗାଡ଼ କରିବା ଭାଜପା ଲାଗି କଷ୍ଟକର ହେବ ବୋଲି କୁହାଯାଉଛି। ଏନଡିଏରେ ଭାଜପାର ସହଯୋଗୀ ଥିବା ଜେଡିୟୁ ସବୁବେଳେ ଏହାର ବିରୋଧ କରୁଛି। ତେଣୁ ଜେଡିୟୁର ୬ ଜଣ ସଦସ୍ୟଙ୍କ ସମର୍ଥନ ଭାଜପାକୁ ମିଳିବ ନାହିଁ। ସେହିପରି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିବା ଶିବସେନାର ୩ ଜଣ ସଦସ୍ୟ ଭାଜପାକୁ ସମର୍ଥନ ନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଭାଜପାକୁ ସମର୍ଥନ କରିଆସୁଥିବା ଟିଆର୍‌ଏସ୍‌ ମଧ୍ୟ ଏହାର ବିରୋଧ କରିବାର ଆଶା ରହିଛି। ଟିଆର୍‌ଏସ୍‌ର ୬ ଜଣ ସଦସ୍ୟ ଭାଜପାକୁ ସମର୍ଥନ ନ ଦେଇ ପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଆର୍‌ଜେଡି, ଏସ୍‌ପି, ବିଏସ୍‌ପି, ଏନସିପି ଆଦି ଏହାର ବିରୋଧ କରିବା ନିଶ୍ଚିତ। ତେବେ ଏଆଇଏଡିଏମ୍‌କେର ୧୧ ଜଣ ସଦସ୍ୟଙ୍କୁ ହୁଏତ ବାହାରୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ଏମ୍‌ପିଙ୍କ ଗାଡି ଧକ୍କାରେ ଶିଶୁ ମୃତ

କୋଲକତା,୧୬।୧୧: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏମ୍‌ପିଙ୍କ କାର ଧକ୍କାରେ ଜଣେ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି କାରଟି ତୃଣମୂଳ କଂଗ୍ରେସ ଏମ୍‌ପି ଅବୁ ତାହେର...

୧୫ ରାଜ୍ୟର ୨୫୧ ଜିଲାରେ ଲମ୍ପି ଭାଇରସ ଆତଙ୍କ…

ନୂଆଦିଲ୍ଲୀ, ୨୬।୯ : ଦେଶରେ ଲମ୍ପି ଭାଇରସଏକ ଭୟଙ୍କର ରୂପ ନେଇଛି। ଏହି ଭୂତାଣୁ ୧୫ ଟି ରାଜ୍ୟର ୨୫୧ ଟି ଜିଲ୍ଲାକୁ ବ୍ୟାପିଛି ।...

ସ୍ଫୁଟନିକ୍‌ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ...

ଆର୍ଥିକ ପ୍ୟାକେଜର ତୃତୀୟ ପର୍ଯ୍ୟାୟରେ କୃଷିକୁ ଦିଆଗଲା ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୫: କରୋନା ସଙ୍କଟ ସମୟରେ ବିଗିଡି ଯାଇଥିବା ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଘୋଷଣା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ...

ଅଜବ ଅଭିଯାନ: ମାସ୍କ ନ ପିନ୍ଧିଥିବା ଲୋକଙ୍କର ଆଳତୀ କଲେ ବ୍ୟବସାୟୀ

ବାରାଣସୀ,୫।୪: କରୋନା ସଂକ୍ରମଣ ଏବେ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି। ଗତ ୪ ଦିନରେ ଉତ୍ତରପ୍ରଦେଶ ବାରାଣସୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ...

ଭାଇରାଲ ହେଉଛି ଭାଜପା ନେତାଙ୍କ ବିବାଦୀୟ ବୟାନ

ହରିୟାଣା,୨୦।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ଜଣେ ଭାଜପା ନେତାଙ୍କ ବିବାଦୀୟ ବୟାନ ଭାଇରାଲ...

କେରଳ ସରକାର ବଜେଟର କଭର ପେଜ୍‌ରେ ଛାପିଲେ ଗାନ୍ଧୀଙ୍କ ମୃତ୍ୟୁ ବେଳର ଫଟୋ: ତେଜିଲା ବିବାଦ

ଥିରୁଭାନନ୍ଥପୁରମ,୭।୨: କେରଳ ସରକାରଙ୍କ ଦ୍ୱାରା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ପ୍ରକାଶ କରାଯାଇଥିବା ବଜେଟର କଭର ପେଜ୍‌କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। କେରଳ...

କାଶୀ ବିଶ୍ୱନାଥ ମନ୍ଦିରର ଲୋକାର୍ପଣ କରିବେ ମୋଦି, କ’ଣ ରହିଛି ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ବାରାଣସୀ ଗସ୍ତରେ ଯାଇ ସାମବାର କାଶୀ ବିଶ୍ୱନାଥ ମନ୍ଦିରର ଶିଳାନ୍ୟାସ କରିବେ । ୧୩ ତାରିଖ...

Advertisement
Archives

Model This Week