Posted inଜାତୀୟ

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଜେଡିୟୁରେ ଫାଟ

ପାଟନା,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ସୋମବାର ରାତିରେ ଲୋକ ସଭାରେ ଗୃହୀତ ହେବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହି ବିଲ୍‌କୁ ନେଇ ବିହାରର ଜେଡି(ୟୁ)ରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। କାରଣ ଦଳ ଏହି ବିଲ୍‌କୁ ସମର୍ଥନ ଜଣାଉଥିବା ବେଳେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ଏହାକୁ ବିରୋଧ କରୁଛନ୍ତି। ପ୍ରଶାନ୍ତ କହିଛନ୍ତି ଏହି ବିଲ୍‌ ଲୋକଙ୍କ ମଧ୍ୟରେ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରିବ। ସୋମବାର ବିଳିମ୍ବିତ ରାତିରେ ଏହା ଗୃହୀତ ହେବା ପରେ ଏହାକୁ ନେଇ ପ୍ରଶାନ୍ତ କିଶୋର ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ ଏହି ବିଲ୍‌ ସହ ସମ୍ବିଧାନ ମେଳ ଖାଉନାହିଁ। ତେଣୁ ଜେଡିୟୁ ଏହାକୁ ସମର୍ଥନ କରୁଥିବାରୁ ମୋତେ ନିରାଶ ହେବାକୁ ପଡିଛି। ଏହାକୁ ଦେଖିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି କି ଜେଡିୟୁରେ ଫାଟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପେଟରୁ ବାହାରିଲା ଦେଢ କିଲୋ ଓଜନର ଗହଣା

କୋଲକତା,୨୫।୭: ପଶ୍ଚିମବଙ୍ଗର ବୀରଭୂମୀ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲରେ ଜଣେ ମହିଳାଙ୍କ ସର୍ଜରୀ ପରେ ତାଙ୍କ ପେଟରୁ ପାଖାପାଖି ଦେଢ କିଲୋଗ୍ରାମ ଗହଣା ଓ...

ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ...

କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।...

ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ...

ପରଲୋକରେ ବିଶିଷ୍ଟ ଚିତ୍ରକାର: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୭।୩: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବା ସତୀଶ ଗୁଜରାଲଙ୍କର ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ନିଧନ ହୋଇଥିବା...

ରାଜ୍ୟରେ ବାହାର ଲୋକଙ୍କୁ ମିଳିବନି ନିଯୁକ୍ତି ସୁଯୋଗ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୮।୮: ଏଣିକି ମଧ୍ୟପ୍ରଦେଶରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳିବନି। କେବଳ ରାଜ୍ୟର ବାସିନ୍ଦାଙ୍କୁ ହିଁ ସରକାରୀ ଚାକିରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ...

ଭୂତ ଭୟରେ ୪୨ ବର୍ଷ ବନ୍ଦଥିଲା ବେଗୁନ୍‌କୋଦର ଷ୍ଟେଶନ

କୋଲକାତା: ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ...

କରୋନା, ପେଟ୍ରୋଲ୍‌-ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରିଦେଇଛନ୍ତି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି...

Coronavirus Update


Archives

Model This Week

Why Dharitri