ନାଗପୁରରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା: ତଦନ୍ତ ଦାବି କଲେ ପରିବାର ଲୋକେ

ବାଲିଆପାଳ, ୭।୨(ସ୍ବ.ପ୍ର.)-ନାଗପୁରରେ ସୈନ୍ୟ ବିଭାଗରେ ତାଲିମ ନେଉଥିବା ବସ୍ତା ବ୍ଲକ ବେଗୁନିଆ ଗ୍ରାମର ରାମଚନ୍ଦ୍ର ନାମକ ଯବାନ ଗଛରେ ଫାଶୀ ଲଗାଇ ଆମତ୍ହତ୍ୟା କରିଛନ୍ତ। ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି।
ବସ୍ତା ବ୍ଲକ ବେଗୁନିଆ ଗ୍ରାମର ପିତାମ୍ବର ବେହେରାଙ୍କ ପୁଅ ରାମଚନ୍ଦ୍ର ବେହେରା (୨୧) ଦୁଇମାସ ତଳେ ସୈନ୍ୟବାହିନୀରେ ଯୋଗଦେଇ ନାଗପୁରରେ ତାଲିମ ନେଉଥିଲେ। ମାତ୍ର ଶୁକ୍ରବାର ସକାଳେ ଟ୍ରେନିଂ କ୍ୟାମ୍ପର ଅଳ୍ପଦୂରରେ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ସାଙ୍ଗମାନେ ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକେ ପୁଅ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାର ତଦନ୍ତ କରାଯିବାକୁ ତାଙ୍କ ବାପା ପିତାମ୍ବର ବେହେରା ଦାବି କରିଛନ୍ତି। ରାମଚନ୍ଦ୍ରଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଶନିବାର ରାମଚନ୍ଦ୍ରଙ୍କ ମରଶରୀର ବିମାନ ଯୋଗେ ନାଗପୁରରୁ ଭୁବନେଶ୍ୱର ଆସିବ। ସେଠାରୁ ଗାଁ ବେଗୁନିଆ ଆସିବା ପରେ ଶବ ସତ୍କାର କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ସୋର, ୨୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇଛି। କନ୍ୟାଶ୍ରମର...

ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି...

ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ

ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...

ପଶ୍ଚିମବଙ୍ଗରେ ହିନ୍ଦୁ ଅସୁରକ୍ଷିତ ଅଭିଯୋଗ; ରାଷ୍ଟ୍ରପତି ଶାସନ ଦାବି କଲା ବଜରଙ୍ଗ ଦଳ

ବ୍ରହ୍ମପୁର ଅଫିସ,୧୭ା୧୦-ପଶ୍ଚିମବଙ୍ଗରେ ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି। ଗତ କିଛିବର୍ଷ ହେଲା ଏହି ଧାରା ଜାରି ରହିଛି । ସେଠାରେ ହିନ୍ଦୁମାନେ ନିଜକୁ...

ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ...

ଜରାଜୀର୍ଣ୍ଣ ଅବସ୍ଥାରେ ଅଲେଖ ମଠ

ବ୍ରହ୍ମପୁର ଅଫିସ,୨୫।୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ପଲ୍ଲୀଗୁମୁଳା ଗ୍ରାମରେ ଥିବା ମହିମା ଅଲେଖ ମଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଦିନ ଥିଲା ଏହି ମଠରେ...

ସାନଛତା ମଠ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୧।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ଦିନ ଧରି ମଙ୍ଗୁ ମଠ ବ୍ୟବସାୟିକ କୋଠା ଭଙ୍ଗାଯିବା ପରେ...

ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

ବୁଗୁଡା,୧ା୫(ଡି.ଏନ୍‌.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍‌ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ...

Advertisement
Archives

Model This Week