ନାଁକୁ ମଳମୁକ୍ତ ଗ୍ରାମ

ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ ପ୍ରୋତ୍ସାହନ ଦେବା ସହ ସଚେତନ କରିଆସୁଛି। କିନ୍ତୁ ଏହାର ସଫଳତା ନେଇ ଯେଉଁ ସରକାରୀ ରିପୋର୍ଟ ଦର୍ଶାଯାଉଛି, ତାହା ବାସ୍ତବ ଚିତ୍ରଠାରୁ ସମ୍ପୂର୍ଣ୍ଣ ଅଲଗା। ସରକାରୀ ଲକ୍ଷ୍ୟଧାର୍ଯ୍ୟ ପୂରଣ ପାଇଁ ବିଭାଗ ତରବରିଆ ଭାବେ ପାଇଖାନା ନିର୍ମାଣ କରୁଛି ସତ, କିନ୍ତୁ ତାହା ଅତି ନିମ୍ନମାନର। ଏପରିକି ଜଣଙ୍କ ନାମରେ ଦୁଇ ଥର ଲେଖାଏ ପଞ୍ଜିକରଣ କରାଯାଉଛି। ଗତ ଜୁଲାଇରେ ଏଭଳି ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲାରେ ୮ ହଜାର ହିତାଧିକାରୀଙ୍କ ନାମରେ ଦୁଇଥର ପାଇଖାନା ରହିଥିବା ଜଣାପଡ଼ିଥିଲା। ଫଳରେ ହିତାଧିକାରୀ ତାଲିକାରୁ ସେମାନଙ୍କ ନାମ କଟାଯାଇ ୨୧୭୯ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷର ଅକ୍ଟୋବର ୧୮ ସୁଦ୍ଧା ଜିଲାରେ ଥିବା ୨୪୦ ପଞ୍ଚାୟତର ୧୯୦୧ ଗ୍ରାମକୁ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ସେଥିରୁ ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତର ୧୪୭ ଗ୍ରାମ, ବୈପାରୀଗୁଡ଼ା ବ୍ଲକର ୨୦ ପଞ୍ଚାୟତର ୨୪୧ ଗ୍ରାମ, ବୋରିଗୁମ୍ମା ବ୍ଲକର ୩୧ଟି ପଞ୍ଚାୟତର ୧୪୮ ଗ୍ରାମ, ଦଶମନ୍ତପୁର ବ୍ଲକର ୧୬ଟି ପଞ୍ଚାୟତର ୧୬୫ ଗ୍ରାମ, ଜୟପୁର ବ୍ଲକର ୨୨ଟି ପଞ୍ଚାୟତର ୧୧୨ ଗ୍ରାମ, କୋରାପୁଟ ବ୍ଲକର ୧୪ଟି ପଞ୍ଚାୟତର ୯୭ ଗ୍ରାମ, କୋଟପାଡ଼ ବ୍ଲକ ୧୭ଟି ପଞ୍ଚାୟତର ୯୫ ଗ୍ରାମ, କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ୮୪ ଗ୍ରାମ, ଲମତାପୁଟ ବ୍ଲକର ୧୫ଟି ପଞ୍ଚାୟତର ୧୬୮ ଗ୍ରାମ, ଲକ୍ଷ୍ମୀପୁର ବ୍ଲକର ୧୩ଟି ପଞ୍ଚାୟତର ୧୦୧ ଗ୍ରାମ, ନନ୍ଦପୁର ବ୍ଲକର ୨୩ଟି ପଞ୍ଚାୟତର ୨୧୯ ଗ୍ରାମ, ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ ଗ୍ରାମ, ପଟ୍ଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତର ୧୦୨ ଗ୍ରାମ, ସେମିଳିଗୁଡ଼ା ବ୍ଲକର ୧୭ଟି ପଞ୍ଚାୟତର ୯୫ ଗ୍ରାମ ରହିଛି। ଏହିପରି ମୋଟ ୧୯୦୧ ଗ୍ରାମରେ ଥିବା ୨ ଲକ୍ଷ ୫୬ ହଜାର ୧୨୧ ଜଣ ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଅଧିକାଂଶ ଗ୍ରାମର ଲୋକେ ଏହି ପାଇଖାନା ବ୍ୟବହାର କରୁନାହାନ୍ତି। ଗ୍ରାମରେ ନିମ୍ନମାନର ପାଇଖାନା ଗୃହ କରାଯାଉଥିବା ଅଭିଯୋଗ ହେଉଛି। ଅନେକ ସ୍ଥାନରେ ପାଇଖାନାରେ ପାଣି ବ୍ୟବସ୍ଥା ନ ଥିବାରୁ ତାହା ଉପଯେଗୀ ହୋଇପାରୁ ନାହିଁ। ଅନ୍ୟ କେଉଁଠି ଘର ଦାଣ୍ଡରେ ପାଇଖାନା ରହିଛି। ହିତାଧିକାରୀଙ୍କୁ ଯେଉଁ ୧୨ ହଜାର ଟଙ୍କା ଦିଆଯାଉଛି, ସେଥିରେ ଗୋଟିଏ ପାଇଖାନା ନିର୍ମାଣ କରିବା କଷ୍ଟକର। ତେଣୁ ମଳମୁକ୍ତ ଗ୍ରାମ ଗଠନ ପାଇଁ ଏହି ଯୋଜନାର ସଫଳ ରୂପାୟନ ଏଯାବତ୍‌ ହୋଇପାରୁ ନାହିଁ। ଜିଲା ଜଳ ଓ ପରିମଳ ମିଶନ ଏବଂ ପ୍ରଶାସନ କେବଳ ରିପୋର୍ଟରେ ସନ୍ତୁଷ୍ଟ ନ ହୋଇ ପାଇଖାନାର ମାନ ଯାଞ୍ଚ ଓ ନିର୍ମାଣକୁ ତ୍ୱରାନ୍ବିତ କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଯୁବକ ଗୁରୁତର

ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍‌ସାରରେ ଭର୍ତ୍ତି…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

କଳାବ୍ୟାଜ୍‌ ପିନ୍ଧିଲେ ବରଗଡ଼ କୋଷାଗାର କର୍ମଚାରୀ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ…

ବରଗଡ଼,୩।୬(ପ୍ରେମାନନ୍ଦ ଖମାରୀ)- ଯାଜପୁର ଜିଲା କୋଷାଗାର କର୍ମଚାରୀଙ୍କୁ କୋଷାଗାର ଅଧିକାରୀଙ୍କ ଅଶ୍ଳୀଳ ଆଚରଣ ଓ ମାଡ଼ ମାରିବା ଅଭିଯୋଗ ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନର ପ୍ରଭାବ ବରଗଡ଼ରେ…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri