ନର୍ସିଂ ଛାତ୍ରୀ ଗଣବଳାତ୍କାର ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ଆଜି ହେବେ କୋର୍ଟ ଚାଲାଣ; ଜଣେ ନାବାଳକ ବି ସମ୍ପୃକ୍ତ

ଜୁନାଗଡ,୨୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାକତ୍ାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଗଣବଳାତ୍କାର ଘଟଣାରେ ୬ଜଣ ସମ୍ପୃକ୍ତ ରହିଛନ୍ତି। ସେମାନେ ହେଲେ ଜୁନାଗଡ ଥାନା ବକ୍ସିତୁଲସୀପାଲି ଗ୍ରାମର ଅମିତ ନାଏକ (୩୦), ପ୍ରକାଶ ନାଏକ ଓରଫ ଲୁକୁ (୨୨), ଶାନ୍ତ ନାଏକ (୨୪), ଲାବଣ୍ୟ ଛତ୍ରିଆ (୨୧), ଅନିରୁଦ୍ଧ ଛତ୍ରିଆ (୨୦) ଓ ଜଣେ ନାବାଳକ। ଭିଡିଓ ଭାଇରାଲ କରିଥିବା ଘଟଣାରେ ୩ ଜଣଙ୍କୁ ବି ପୋଲିସ ଗିରଫ କରିଛି । ସେମାନେ ହେଲେ ଜୁନାଗଡ ଥାନା ବକ୍ସିତୁଲସୀପାଲି ଗ୍ରାମର ବିନୋଦ ନାଏକ ଓରଫ ଘାଟୁ (୩୨), ସ୍ବୟମ୍ବର ବାଗ (୩୦) ଓ କୋକସରା ଥାନା ତେନ୍ତୁଲିପଡାର ଟିକମଣି ପୋଢ (୩୨)। ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ବୁଧବାର ଜୁନାଗଡ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧର କହିଛନ୍ତି। ଏହାସହ ଅଭିଯୁକ୍ତମାନଙ୍କଠାରୁ ଭାଇରାଲରେ ବ୍ୟବହୃତ ମୋବାଇଲ ଫୋନ୍‌ ଓ ଘଟଣାସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୀଡିତାଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଏ ନେଇ ଜୁନାଗଡ ଥାନାରେ ଆଇପିସି ଦଫା ୩୭୬-ଡି/୨୯୨(୨)ଏ/୫୦୦/୫୦୯/୫୦୬/୩୪ ଆଇପିସି, ଆର/ଡବ୍ଲୁ ସେକ୍ସନ ୬୭/୬୭(ଏ) ଆଇଟି ଆକ୍ଟରେ ଏକ ମାମଲା (ନଂ. ୨୨୪/୧୯) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖ ୧.୪୫ ମିନିଟ୍‌ରେ ଛାତ୍ରୀ ଜଣକ ଧର୍ମଗଡ ଥାନା ପର୍ଲା ଗ୍ରାମର ଲଲିନ୍ଦ୍ର ଶବରଙ୍କ ସହ ବାଇକ୍‌ରେ ଭବାନୀପାଟଣାରୁ ନିଜ ଗଁାକୁ ଆସୁଥିଲେ। ଏହି ସମୟରେ ଜୁନାଗଡ ଥାନା ବନମାଳୀପୁର ୨୬ ନଂ. ଜାତୀୟ ରାଜପଥରେ ୬ଜଣ ବ୍ୟକ୍ତି ମୁହଁରେ କପଡା ବାନ୍ଧି ସେମାନଙ୍କୁ ଅଟକାଇ ଥିଲେ। ପରେ ଛାତ୍ରୀଙ୍କୁ ନିକଟସ୍ଥ ଘନା ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ସେମାନେ ତାଙ୍କୁ ଛୁରି ଦେଖାଇ ଜଣକ ପରେ ଜଣେ ବଳାକତ୍ାର କରିଥିଲେ। ଏହି ଘଟଣା କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏପରିକି ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ସୁଟିଂ କରିଥିଲେ। ବହୁ କଷ୍ଟରେ ଛାତ୍ରୀ ଜଣକ ସେମାନଙ୍କ କବଳରୁ ଆସି ରାସ୍ତାରେ ପହଞ୍ଚତ୍ ଥିଲେ। ଏହାର କିଛିଦିନ ପରେ ଅଭିଯୁକ୍ତମାନେ ଉକ୍ତ ଭିଡିଓକୁ ଭାଇରାଲ କରି ଦେଇଥିଲେ। ଏହା ଜଣାପଡିବା ପରେ ପୀଡିତା ଗତ ରବିବାର ବିଳମ୍ବିତ ରାତିରେ ଜୁନାଗଡ ଥାନାରେ ଏତଲା ଦେଇଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ପି ଗୋପୀନାଥ ମଣିପାତ୍ର, ଧର୍ମଗଡ ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?