ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ

ଜୁନାଗଡ଼, ୨୪।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାରିଙ୍ଗ ଜଙ୍ଗଲ ଗଣ ବଳାତ୍କାର ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣାକୁ ନେଇ ସୋମବାର ରାଜ୍ୟ ମହିଳା କମିଶନଙ୍କ ୩ ଜଣିଆ କମିଟି କଳାହାଣ୍ଡି ଗସ୍ତ କରିଛନ୍ତି। ରାଜ୍ୟ ମହିଳା କମିଶନ ପୋଲିସ ଅଧିକାରୀ ସହ ଆଲୋଚନା କରି ପୀଡିତାଙ୍କୁ ଭେଟିଛନ୍ତି। କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଜୁନାଗଡ଼ ଥାନାରେ କେସ୍‌କୁ ନେଇ ପୋଲିସ ସହ ଆଲୋଚନା କରିଥିବା ବେଳେ ପୀଡ଼ିତାଙ୍କୁ ଜୁନାଗଡ଼ ହସ୍ପିଟାଲରେ ଭେଟି ଆଶ୍ୱାସନା ଜଣାଇଛନ୍ତି। କମିଶନ ଘଟଣାକୁ କଠୋର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ ପାଇଁ କମିଶନ ଓ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।
ପ୍ରକାଶ ଯେ, ଗଣବଳାତ୍କାର ଶିକାର ହୋଇଥିବା ଛାତ୍ରୀ ଜଣଙ୍କ ଜୁନାଗଡ଼ର ଏକ ଘରୋଇ ନର୍ସିଂ କେନ୍ଦ୍ରରେ ତାଲିମ ନେଉଥିଲେ। ସବୁଦିନ ପରି ଗତ ୧୪ ତାରିଖରେ ସେ ଚିକିତ୍ସା ପାଇଁ ଭବାନୀପାଟଣାକୁ ଯାଇଥିଲେ। ସେଠାରୁ ଅପରାହ୍ନରେ ଭବାନୀପାଟଣା ବସଷ୍ଟାଣ୍ଡ ରାସ୍ତାକଡ଼ରେ ଛିଡ଼ା ହୋଇ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ଯାତାୟାତ କରୁଥିବା ଘରୋଇ ବସ୍‌ ଡ୍ରାଇଭର କୋକସରାକୁ ଆଉ ବସ୍‌ ନାହିଁ କହି ତାଙ୍କୁ ବାଇକ୍‌ରେ ଛାଡିଦେବେ ବୋଲି କହିଥିଲେ। ପରେ ସେ ବାଇକ୍‌ରେ ବସାଇ ନିକଟସ୍ଥ ଘନା ଜଙ୍ଗଲକୁ ନେଇ ୬/୭ ବନ୍ଧୁଙ୍କ ସହ ବଳାତ୍କାର କରିଥିଲେ। ଏପରିକି ଜଣେ ବ୍ୟକ୍ତି ଉକ୍ତ ଘଟଣାର ଭିଡିଓ ଶୁଟିଂ କରିଥିଲେ। କିଛି ଦିନ ପରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ମାସ ବିତିଲା, ମିଳୁନି ଭେଣ୍ଡିଂଜୋନ୍‌

କବିସୂର୍ଯ୍ୟନଗର,୨୦ା୨(ଡି.ଏନ.ଏ.): ମାତ୍ର ୧୫ଦିନରେ ଭେଣ୍ଡିଂ ଜୋନ୍‌ ଯୋଗାଇ ଦେବାକୁ କହି ବ୍ଲକ ପାର୍ଶ୍ୱ ଦୋକାନୀମାନଙ୍କୁ ଉଠାଇ ଦିଆଗଲା। କିନ୍ତୁ ୧୫ ମାସ ବିତି ଯାଇଥିଲେ ମଧ୍ୟ...

ଚଳନ୍ତା ଟ୍ରେନ୍‌ ତଳେ ସେଲ୍ଫି ଷ୍ଟଣ୍ଟ୍‌

ଭବାନୀପାଟଣା,୨୬।୩(ସ୍ବ.ପ୍ର.): ବିପଦପୂର୍ଣ୍ଣ ସେଲ୍ଫି ଉଠାଇବା ନିଶା ଯୁବପିଢ଼ିଙ୍କୁ ଘାରିଛି। ଏଥିରେ ଜୀବନହାନି ହେଉଥିବାର ଅନେକ ନଜିର ରହିଥିଲେ ମଧ୍ୟ ସେମାନଙ୍କ ଉପରେ ପ୍ରାୟତଃ ପ୍ରଭାବ ପଡ଼ୁନାହିଁ।...

ଡେରାବିଶରେ ୩ କରୋନା ପଜିଟିଭ ଚିହ୍ନଟ, କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦ୍ରାପଡା ଅଫିସ/ଡେରାବିଶ(ସ୍ବ.ପ୍ର.), ୧୮ା୫: ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କଲିକତା ଫେରନ୍ତା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ ହୋଇଥିଲା।...

୧୫ ଦିନ ହେଲା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଟ୍ରାନ୍ସଫର୍ମର ଅଚଳ: ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ତାଳଚେର,୨୦ା୫(ନି.ପ୍ର.) ତାଳଚେର ସ୍ବେରେଜ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଟ୍ରାନ୍ସଫର୍ମର ୧୫ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ସହରର ସମସ୍ତ ଡ୍ରେନ୍‌ ପାଣି ବିଶୋଧନ ହୋଇ...

୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର

ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର...

ରାସ୍ତା ପାଇଁ ହୀନସ୍ତା ମଙ୍ଗଳପୁର ଗ୍ରାମବାସୀ

କୋକସରା, ୧୮।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ପଞ୍ଚାୟତର ଅଧିକାଂଶ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ମଙ୍ଗଳପୁର ଏକ ରାଜସ୍ବ ଗ୍ରାମ ହୋଇଥିବା...

ରାଜ୍ୟ ସରକାରଙ୍କ ଅପାରଗତା: ଗିରିଧର ଗମାଙ୍ଗ

ଗୁଣପୁର,୨୫ା୨(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର, ରାମନାଗୁଡ଼ା ବ୍ଲକ୍‌ ସୀମାନ୍ତ ସଂରକ୍ଷିତ ଜଙ୍ଗଲ ଇରିଡ଼ି ଘାଟିରେ ଆନ୍ଧ୍ର ପକ୍ଷରୁ ରାସ୍ତା କାମ ଚାଲିଥିଲା। ଏଭଳି ଏକ ସମ୍ବେଦନଶୀଳ ଖବର...

ଗୃହ ଥାଇ ବନ୍ଦର କ୍ୱାର୍ଟର୍ସରେ ଥାନା ଚାଲିଛି

ପାରାଦୀପ,୧୧ା୪(ସ୍ବ.ପ୍ର.): ପାରାଦୀପର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ରେ ସ୍ଥାପିତ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ୍‌ ପାଖ ବନ୍ଦର କ୍ୱାର୍ଟର୍ସରେ...

Advertisement
Archives

Model This Week