ନବବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

ପଦ୍ମପୁର, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ରାଉତ ସାହିର ଜଣେ ନବ ବିବାହିତ ଯୁବକଙ୍କର ବୁଧବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା(୨୮)।
ପ୍ରକାଶ ଯେ, ଗତ ୧୩ ତାରିଖରେ ରାଜେନ୍ଦ୍ର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦଳପୁର ପଞ୍ଚାୟତ ଚୁଡୁଙ୍ଗ ଗ୍ରାମର ଶୁକୁରିଆ ମହୁରିଙ୍କ ଝିଅ ରାକ୍ଷୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ମଙ୍ଗଳବାର ରାତିରେ ପରବାର ଲୋକେ ଖାଇପିଇ ଶୋଇଥିଲେ। ବୁଧବାର ସକାଳୁ ବାଡିରେ ରାଜେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖିବାକୁ ପାଇଥିଲେ। ତେବେ ରାଜେନ୍ଦ୍ରଙ୍କୁ କେହି ମାରି ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କିରାଣୀଙ୍କ ଘରୁ ଚୋରି, ଝରକା ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ରାୟଗଡା ଅଫିସ,୮।୨: ରାୟଗଡା ସହର ଲୁଟେରାମାନଙ୍କର ଆଡା ସ୍ଥଳ ପାଲଟିଛି। ପ୍ରତିଦିନ ଗୋଟିଏ କି ଦୁଇଟି ଚୋରି ଖବର ସାମ୍ନାକୁ ଆସୁଛି। ତେବେ ମଙ୍ଗଳବାର ରାତିରେ...

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଉଠିଲେ ଶ୍ରମିକ

ବେଦବ୍ୟାସ, ୧୬।୫ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ୍‌ ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ଆଇଏଫଜିଏଲ କାରଖାନାର ଠିକା ଶ୍ରମିକମାନେ ୨ ଦିନ ହେଲା ଚଳାଇଥିବା ଆନ୍ଦୋଳନ...

ଧର୍ମଶାଳାକୁ ଫେରିଲେଣି ୯୩୨ ପ୍ରବାସୀ

ଧର୍ମଶାଳା,୨୩ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକକୁ ଶୁକ୍ରବାର ସୁଦ୍ଧା ୯୩୨ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୪୫ ମହିଳା ଓ ୧୮ଜଣ...

ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି । ...

ଚର୍ଚ୍ଚିତ ଅମରେଶ ହତ୍ୟା ମାମଲା: ଦୁର୍ବଳ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୪।୯ (ବ୍ୟୁରୋ):ଏୟାରଫିଲ୍ଡ ଥାନା ଅମରେଶ ନାୟକ(୨୭)ହତ୍ୟାକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନି ମିଳିଛି। ଅଭିଯୁକ୍ତମାନଙ୍କୁ କିଭଳି ଜାମିନି ମିଳିଲା ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ...

ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେଲେ ସରକାର

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୪।୧୨(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଷ୍ଟାଇଲ ମିଲ୍‌ସ(ଓଟିଏମ୍‌) ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ଆସନ୍ତା ୫ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ନିଜ ଅକ୍ତିଆରକୁ...

ମହାନଦୀରେ ଗୋମୁହାଁ କୁମ୍ଭୀର ଆତଙ୍କ ବନ ବିଭାଗ ପକ୍ଷରୁ ପଦକ୍ଷେପ ଦାବି

ଖଣ୍ଡପଡ଼ା,୨୫ା୮(ସ୍ବ.ପ୍ର.)-ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମୟରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା କେତେକ କୁମ୍ଭୀର ଗଭୀର ଜଳ ସ୍ରୋତରେ ନଦୀର ତଳ ମୁଣ୍ଡକୁ ଚାଲି...

ସେଲ୍‌ଟର ହୋମ୍‌ ଯୌନଶୋଷଣ ମାମଲା: ଫୟାଜ, ସୀମାଞ୍ଚଳଙ୍କୁ ଜାମିନ

ଢେଙ୍କାନାଳ ଅଫିସ, ୨।୬-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ ନିଉଜ୍‌ ଇଣ୍ଡିଆ ଡ୍ରିମ୍‌ ସେଣ୍ଟର ସେଲଟର ହୋମ୍‌ ଯୌନଶୋଷଣ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ଚେୟାରମ୍ୟାନ...

Advertisement
Archives

Model This Week