ନବବଧୂଙ୍କୁ ହତ୍ୟା ଅଭିଯୋଗ

ପାପଡାହାଣ୍ଡି,୧୨।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଗ୍ରାମରେ ନବବଧୂ ମେନକା ସୌରାଙ୍କୁ ହତ୍ୟା କରାଯାଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା ବିରୀଗୁଡା ଗ୍ରାମର ମେନକା ୪ ମାସ ତଳେ ବାଙ୍କସର୍ଗି ଗ୍ରାମର ତୀର୍ଥ ସୌରାଙ୍କୁ ବିବାହ କରିଥିଲେ । ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମେନକାଙ୍କ ବାପା ନୀଳ ସୌରା ଖବର ପାଇଥିଲେ । ଝିଅକୁ ହତ୍ୟା କରଯାଇଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଖବର ପାଇ ଏସପି ନିତିନ କୁସଲାକର ଓ ପାପଡାହାଣ୍ଡି ଥାନା ଅଧିକାରୀ ବିଲ୍ବ ମଙ୍ଗଲ ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ଲାଗି ନବରଙ୍ଗପୁର ପଠାଇଥିଲେ। ମେନକାଙ୍କ ସ୍ବାମୀ ୩ ମାସ ତଳେ ଦାଦନ ଖଟିବାକୁ ଆନ୍ଧ୍ର ଯାଇଛନ୍ତି। ଶଶୁର ମହେଶ୍ୱର, ଶାଶୁ ବେଲ ସୌରା ପାଖରେ ମେନକା ରହୁଥିଲେ । ଏନେଇ ଥାନାରେ ନଂ. ୧୦୦/୧୯ ରେ ଏକ ମାମଲା ରୁଜୁ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ୧,୨୮,୧୫୭ ପିଲାଙ୍କୁ ଦିଆଯିବ ଟିକା

ଖୋର୍ଦ୍ଧା ଅଫିସ,୧୪ା୧: ଜିଲାରେ ପଲ୍‌ସ୍‌ ପୋଲିଓ ଟିକାକରଣ ପାଇଁ ଜିଲା ଟାସ୍କଫୋର୍ସ ବୈଠକ ଗୁରୁବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏଥିରେ ଅଧ୍ୟକ୍ଷତା...

ଭିଜିଲାନ୍ସ ହାତରେ ଢିପିସାହି ସମବାୟ ସମିତି ସମ୍ପାଦକ

ନୟାଗଡ ଅଫିସ,୨୮।୫-ବିହନ ଦେବା ପାଇଁ ଜଣେ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ନୟାଗଡ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢିପିସାହି ସମବାୟ ସମିତି...

ମାନସିକ ନିର୍ଯାତନାର ଶିକାର ନର୍ସଙ୍କ ଜୀବନଗଲା, ସାଧାରଣରେ ଉତ୍ତେଜନା

ପାରାଦୀପ,୧୩ା୩(ସ୍ବ.ପ୍ର.): ପାରାଦୀପ ପୋର୍ଟ ହସ୍ପିଟାଲରେ ଗତବର୍ଷ ଅଗଷ୍ଟ ୯ରୁ ଘଟିଥିବା ଅସଦାଚରଣ ଘଟଣାର ଦୁଃଖଦ ଖବର ମିଳିଛି। ନିର୍ଯାତନାର ଶିକାର ନର୍ସଙ୍କ ମଧ୍ୟରୁ ରବିବାର ପ୍ରତ୍ୟୁଷରୁ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ସୁରକ୍ଷାକୁ ନେଇ ବିଡ଼ିଓଙ୍କୁ ଭେଟିଲେ ଶିକ୍ଷକ ସଂଘ କର୍ମକର୍ତ୍ତା

ଶେରଗଡ଼,୨୬।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ମଙ୍ଗଳବାର ଏକ ଦାବି ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବିଇଓ ଭାସ୍କର...

ଅନ୍‌ଲାଇନ୍‌ ଚାଟଶାଳୀ

ଭଦ୍ରକ ଅଫିସ, ୨୦।୭-ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍କୁଲ, କଲେଜ, ଆଶ୍ରମ ସ୍କୁଲ ଏଭଳିକି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ...

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୩ ଜୀବନ ନେଲା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର...

ସରକାର ହିଁ ଶେଷ ଆଶା

ତାଳଚେର,୨ା୪ (ନି.ପ୍ର.) ମାର୍ଚ୍ଚ ୩୧ରେ ସମସ୍ତ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇଯାଇଛି ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍‌)। ଫଳରେ ଓଡ଼ିଶାକୁ...

କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ...

Advertisement
Archives

Model This Week