Advertisement

ନବନିର୍ମାଣ କୃଷକ ସଙ୍ଗଠନର ବୈଠକ: ରାଷ୍ଟ୍ରୀୟ ସମାବେଶରେ ଯୋଗଦେବାକୁ ଆହ୍ବାନ

ନୟାଗଡ଼ ଅଫିସ,୩।୧୧-ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନୂଆଗାଁ ବ୍ଲକରେ ବ୍ଳକସ୍ତରୀୟ ବୈଠକ ମହିପୁର ରାମଚଣ୍ଡୀଙ୍କ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୬ ତାରିଖରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ସଫଳ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଂଯୋଜକ ଧୀରେନ ଦାଶଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ନୂଆଗାଁ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲା ସହ ସଂଯୋଜିକା ମମତା ନାଥ ତାଙ୍କ ବକ୍ତବ୍ୟରେ ସରକାର ସବୁବେଳେ ଚାଷୀଙ୍କୁ ଅଣଦେଖା କରୁଥିବା ପ୍ରକାଶ କରିଥିଲେ। ପ୍ରତ୍ୟେକ କମ୍ପାନୀ ତା’ର ଜିନିଷର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ଚାଷୀ ତା’ର ଉପତ୍ାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି)ରେ କାହିଁକି ବିକ୍ରି କରିପାରୁନାହିଁ, ଏହା ଚାଷୀମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନ୍ୟାୟ କରୁଛନ୍ତି ବୋଲି କହିଥିଲେ। ସଂଯୋଜକ ଦାଶ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ରାଜନୈତିକ ଦଳ ଚାଷୀଙ୍କୁ ଲୁଟି ଚାଲିଛନ୍ତି ଆଉ ଭଣ୍ଡାଉଛନ୍ତି ବୋଲି କହିଥିଲେ। ରାଜ୍ୟରେ ଟଙ୍କାର ଅଭାବ ନ ଥିବା ବେଳେ ରାଜନେତାମାନେ ଚାଷୀଙ୍କ ଉନ୍ନତି ପାଇଁ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ ହେଉଥିବା ପ୍ରକାଶ କରିଥିଲେ। ଚାଷୀମାନେ ଦେଶକୁ ଦାନା ଯୋଗାଉଥିବା ବେଳେ ସରକାର ସେମାନଙ୍କୁ ଲୁଟି ଚାଲୁଛନ୍ତି। ତେଣୁ ଏହାର ପ୍ରତିବାଦରେ ୬ ତାରିଖରେ ହେବାକୁ ଥବା ସମାବେଶରେ ପ୍ରତ୍ୟେକ ଗ୍ରାମର ଶହ ଶହ ଚାଷୀ ଯୋଗ ଦେବା ପାଇଁ ସେ ଆହ୍ବାନ ଦେଇଥିଲେ। ଜିଲା ସହ ସଂଯୋଜକ ରଞ୍ଜିତ ଦଳବେହେରା ନିଜ ବକ୍ତବ୍ୟରେ ଚାଷୀମାନଙ୍କ ହକ୍‌ ପାଇଁ ଆନ୍ନା ହଜାରେ ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର , ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗ ଦେଇଥିବାରୁ ହଜାର ହଜାର ଚାଷୀ ଯୋଗ ଦେଇ ସେମାନଙ୍କ ହକ୍‌ ପୂରଣ କରିବା ପାଇଁ ଆନ୍ଦୋଳନ କରିବା ଦରକାର ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଆର୍ତ୍ତତ୍ରାଣ ମହାପାତ୍ର, ଭଗବାନ ସେନାପତି, ରବୀନ୍ଦ୍ର କୁମାର ବରାଡ଼, ପ୍ରଦୀପ କୁମାର ନାୟକ, ଅକ୍ରୂର ସାସମଲ, ଗଙ୍ଗାଧର ମୁଦୁଲି, ଶୂନ୍ୟବାସୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼, ଭିତରକାଠ ନିକଟରେ ମହିଳାଙ୍କୁ ମାଡ଼ ଅଭିଯୋଗ

ପୁରୀ ଅଫିସ,୨ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ...

ନୂଆ ଠିକଣା ଅପେକ୍ଷାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାରେ ଏମିତି କମ୍‌ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ କରୁ ନ ଥିବ। ଅର୍ଥାତ୍‌ ରାତି ପାହିଲେ ସାରା...

ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଜିଲାରେ ବିଜେଡିର କ୍ଲିନ ସୁଇପ୍‌

ଭୁବନେଶ୍ୱର,୨୬।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଆଗରେ ଚାଲିଛି। ୧୦ ଜିଲାରେ ବିଜୁ ଜନତା ଦଳର କ୍ଲିନ ସୁଇପ୍‌ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି...

କାଳ ସାଜୁଛି ବିଳମ୍ବ ରିପୋର୍ଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ବଳ ଲଗାଇଛନ୍ତି। ଚିକିତ୍ସାଠାରୁ ଆରମ୍ଭ କରି ସଚେତନତା ଓ କଟକଣା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ...

ରେଭେନ୍‌ଶାର କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ

ଭୁବନେଶ୍ୱର,୨୨।୧(ବ୍ୟୁରୋ):  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ଭବେ ନିଯୁକ୍ତି ଦେଇଛନ୍ତି। ସେ ୪ ବର୍ଷ ପାଇଁ...

କୋଭିଡ୍‌ ହସ୍ପିଟାଲ ରୋଗୀଙ୍କ ସହ କଥା ହେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲରେ ଥିବା କରୋନା ରୋଗୀଙ୍କ ସହ ଭିଡିଓ କଲ୍‌ରେ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ରବିବାର କଥା...

ଆଞ୍ଚଳିକ ନିଦାନ କେନ୍ଦ୍ରରେ ରୋଗୀଙ୍କୁ ଶୋଷଣ ଅଭିଯୋଗରେ ବିକ୍ଷୋଭ: ଅଧ୍ୟକ୍ଷଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୨୦।୫: ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ର(ଆର୍‌ଡିସି)ରେ ରୋଗୀଙ୍କୁ ଶୋଷଣ ଏବଂ ଦୁର୍ବ୍ୟବହାର କରାଯାଉ ଥିବା ନେଇ ସୋମବାର ଅଭିଯୋଗ...

ଗଢ଼ା ମଜୁରୀ ଉଠୁନି

କେନ୍ଦୁଝର, ୩।୧୧(ସ୍ବ.ପ୍ର.)-କରୋନା ମହାମାରୀ ଯୋଗୁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ା ବିଶେଷ କରି ପାର୍ବଣ ଋତୁରେ କାରିଗରମାନେ ମୂର୍ତ୍ତି ଗଢି ଯାହା ରୋଜଗାର...

Advertisement
Archives

Model This Week