ନବନିର୍ମାଣ କୃଷକ ସଂଗଠନର ନବୀନ ନିବାସ ଘେରାଉ ଉଦ୍ୟମ: ଟୋକନ ବ୍ୟବସ୍ଥାକୁ ବିରୋଧ, ଚାଷୀ-ପୋଲିସ ଖଣ୍ଡଯୁଦ୍ଧ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ମଣ୍ଡିରେ ଧାନ ଦେବା ପାଇଁ ଅନ୍‌ଲାଇନ୍‌ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପାଇଁ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ମୂଳରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ରାଜଧାନୀ ପର୍ଯ୍ୟନ୍ତ ମାଡ଼ି ଆସିଛନ୍ତି। ଗୁରୁବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବିଶାଳ ଚାଷୀ ଶୋଭାଯାତ୍ରା ରେଳଷ୍ଟେଶନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଥିଲା। ଟୋକନ ବ୍ୟବସ୍ଥା ତୁରନ୍ତ ପ୍ରତ୍ୟାହାର ଦାବି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ପୁରୁଷ ଓ ମହିଳା ଚାଷୀମାନେ ଆଗକୁ ବଢ଼ୁଥିବାବେଳେ ଶିଶୁ ଭବନ ଛକରେ ପୋଲିସ ଅଟକାଇଥିଲା। ଫଳରେ ଚାଷୀ-ପୋଲିସ ମଧ୍ୟରେ ବହୁ ସମୟ ଧରି ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଚାଷୀମାନେ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ଶିଶୁ ଭବନ ଛକରେ ଏକପ୍ରକାର ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ଶେଷରେ ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲା। ଚାଷୀ ନେତା ତଥା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ ଓ ଯୁବ ଛାତ୍ର ସଂଗଠନ ସଭାପତି ମନୱର ଅଲ୍ଲୀଙ୍କ ସମେତ ବହୁ ଚାଷୀଙ୍କୁ ଉଠାଇ ନେଇ ଗିରଫ କରିଥିଲା।
ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ହେଁ ଏଠାରେ ଚାଷୀଙ୍କ ପ୍ରସ୍ତାବ ଓ ସମସ୍ୟାକୁ ଗୁରୁତ୍ୱ ନ ଦେଇ ପ୍ରଶାସନ ସବୁବେଳେ ଆଇନକୁ ଲଦି ଦେବାକୁ ଉଦ୍ୟମ କରୁଛି। ଚାଷୀ ବିରୋଧୀ ଆଇନକାନୁନକୁ ତିଳେମାତ୍ର ବରଦାସ୍ତ କରାଯିବ ନାହିଁ। ସେହିପରି ରାଜ୍ୟ ସଂଯୋଜକ ଶେଷଦେବ କହିଛନ୍ତି, ମଣ୍ଡି ପରିଚାଳନା ବାବଦରେ ଆସୁଥିବା କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଛି। କିନ୍ତୁ ଏହା ଉପରେ ରାଜ୍ୟ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ମୌଳିକ ଆବଶ୍ୟକତାକୁ ଚାଷୀଙ୍କଠାରୁ ଦୂରେଇବାକୁ ଚେଷ୍ଟା ଚଳାଇଛନ୍ତି। ଆଗାମୀ ୭ଦିନ ମଧ୍ୟରେ ଯଦି ସରକାର ଟୋକନ କେନ୍ଦ୍ରୀକରଣ ହଟାଇବା ପଦକ୍ଷେପରୁ ଓହରି ନ ଯାଆନ୍ତି, ଭବିଷ୍ୟତରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ଆନ୍ଦୋଳନରେ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, କେନ୍ଦୁଝର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନ, ସୁରେଶ ମାନସିଂହ, ସୁରେନ୍ଦ୍ରନାଥ ମହାରଣା, ସୁଧାକର ପରିଡ଼ା, ଦୁର୍ଗାପ୍ରସାଦ ଦାସ, ମହେଶ୍ୱର ଜେନା, ମମତା ନାଥ, ଦୀନେଶ ଦାସ, ମଧୁମିତା ସାମଲ, ଗୋବିନ୍ଦ ମହାପାତ୍ର, ସୁବାସ ପଣ୍ଡା, ଅଶ୍ୱିନୀ ଜେନା, ମୀନା କୁମାରୀ ସାହୁ, ଜୟନ୍ତୀ ତ୍ରିପାଠୀ, ଜଟାଧାରୀ ସ୍ବାଇଁ, ନିରଞ୍ଜନ ପ୍ରଧାନ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri