ନବଜାତ ଶିଶୁ ଇସାରାରେ କହିଥାନ୍ତି ନିଜ ସମସ୍ୟା

ନବଜାତ ଶିଶୁ କଥା କହିପାରି ନ ଥାନ୍ତି। ମାତ୍ର ସେମାନେ ନିଜର ଖୁସି ତଥା କଷ୍ଟକୁ ଇସାରାରେ ପ୍ରକାଶ କରିଥାନ୍ତି। ଶିଶୁ କାନ୍ଦିବାଠାରୁ ଆରମ୍ଭକରି ହାକୁଟିମାରିବା, ହାତ ପାଟିରେ ପୂରାଇବା ଆଦି କିଛି ସଙ୍କେତ ଦେଇଥାଏ। ତାହା କେବଳ ବୁଝିବାକୁ ହେବ ଯେ ଶିଶୁ କ’ଣ କହିବାକୁ ଚାହୁଁଛି। ଏହାଦ୍ୱାରା ଆପଣ ଶିଶୁର ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ।

ଜାଣିବା ସେ ବିଷୟରେ:


ଶିଶୁ କାନ୍ଦିବା: ନବଜାତ ଶିଶୁ ସାଧାରଣତଃ କାନ୍ଦିଥାନ୍ତି। ତେବେ ଶିଶୁ କାନ୍ଦିବା ପଛରେ ଅନେକ କାରଣ ରହିଛି। ଯେମିତି କି ଭୋକ, ଡର ବା କଷ୍ଟ ଲାଗିବା ଆଦି। ମାତ୍ର ଶିଶୁକୁ କଷ୍ଟ ହେଲେ ସେମାନେ କାନ୍ଦିବା ସମୟରେ ଆଖି ବନ୍ଦ କରିଥାନ୍ତି। ହେଲେ ଭୋକ ହେଲେ ସେମାନେ ଆଖି ଖୋଲା ରଖି କାନ୍ଦିଥାନ୍ତି। ତେଣୁ ଶିଶୁର କାନ୍ଦିବା ପଛରେ କ’ଣ କାରଣ ରହିଛି ଆମକୁ ବୁଝିବାକୁ ହେବ।
ଜୋର୍‌ରେ ନିଃଶ୍ୱାସ-ପ୍ରଶ୍ୱାସ ନେବା: ନବଜାତ ଶିଶୁ ଜୋର୍‌ରେ ନିଃଶ୍ୱାସପ୍ରଶ୍ୱାସ ନେବା ପଛରେ ୨ଟି କାରଣ ରହିଛି। ଗୋଟିଏ ହେଉଛି ସେମାନେ ବହୁତ ଉତ୍ସାହିତ ଅଛନ୍ତି। ଅନ୍ୟଟି ହେଲା ଡରିଯାଇଛନ୍ତି। ଏହି ସମୟରେ ପିଲାକୁ ନିଜ ଛାତିରେ ଜାବୁଡ଼ି ଧରିବା ସହ ଇସାରାରେ ତା’ସହ କଥାବାର୍ତ୍ତା ହେବାକୁ ଚେଷ୍ଟା କରନ୍ତୁ।

ଗୋଡ଼କୁ ପେଟରେ ଲଗାଇ ରଖିବା: ବେଳେ ବେଳେ ଶିଶୁ ନିଜ ଗୋଡ଼କୁ ପେଟରେ ଲଗାଇ ଶୋଇଥାନ୍ତି। ଏହାର ଅର୍ଥ ଶିଶୁ ପାଚନ ସମସ୍ୟାରେ ପୀଡ଼ିତ ଥାଇପାରେ। ପେଟ ଦରଜ, କୋଷ୍ଠକାଠିନ୍ୟ ପରି ସମସ୍ୟା ହୋଇଥାଇ ପାରେ। ତେଣୁ ପିଲାକୁ କ୍ଷୀର ପିଆଇବା ପରେ ଏହି ଲକ୍ଷଣ ପୁନର୍ବାର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

ଗୋଡ଼ ଉପରକୁ ଉଠାଇ ହଲାଇବା: ନବଜାତ ଶିଶୁ ଉପରକୁ ଗୋଡ଼କରି ହଲାଇବା ସାମାନ୍ୟ କଥା। ମାତ୍ର ଏହା ପଛରେ ମଧ୍ୟ କାରଣ ରହିଛି। ଶିଶୁ ଅଧିକ ଖୁସିରେ ଏପରି କରିଥାଏ। ବେଳେବେଳେ କାନ୍ଦିବା ସମୟରେ ମଧ୍ୟ ଉପରକୁ ଗୋଡ଼କରି କାନ୍ଦିଥାଏ। ଶିଶୁ ଉପରକୁ ଗୋଡ଼କରି କାନ୍ଦିବା ଅର୍ଥ ସେ କୌଣସି ଅସୁବିଧାରେ ଥାଇପାରେ। ସେ ପରିସ୍ରା କରି କାନ୍ଦୁଥାଇପାରେ। ତେଣୁ ତୁରନ୍ତ ଶିଶୁର ପ୍ୟାଣ୍ଟ ବଦଳାଇ ଦେବା ଉଚିତ। ଯଦି ଖୁସିରେ ଶିଶୁଟି ଏପରି କରୁଥାଏ ତେବେ ଏଥିପାଇଁ ଅଧିକ ପ୍ରୋତ୍ସାହିତ କରନ୍ତୁ। କାରଣ ଏପରି କରିବା ଦ୍ୱାରା ପିଲାର ଗୋଡ଼ର ମାଂସପେଶୀ ବିକଶିତ ହେବ।

କାନ ଟାଣିବା: ଶିଶୁ ବାରମ୍ବାର କାନ ଟାଣିବା ଅର୍ଥ ସେ କାନ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ିଥାଇପାରେ।

ଆଖି ମଳିବା: ଅଧିକାଂଶ ସମୟରେ ଶିଶୁ ଥକିଗଲେ ଅବା ନିଦ ଲାଗିଲେ ଆଖି ମଳିଥାଏ। ହେଲେ ନିଦରୁ ଉଠିବା ପରେ ଯଦି ଶିଶୁ ଆଖି ମଳୁଥାଏ ତେବେ ଆପଣ ପରୀକ୍ଷା କରାଇଦିଅନ୍ତୁ। ବେଳେ ବେଳେ ଆଖିରେ କିଛି ପଡ଼ିଗଲେ ଅବା ସଂକ୍ରମଣ ଯୋଗୁ ଶିଶୁ ଏପରି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ କରିବା ଶୁଭ

ଦଶହରା, ଦୀପାବଳି ପରି କାର୍ତ୍ତିକ ପୂର୍ଣ୍ଣିମା ବି ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏହିଦିନ କ’ଣ କଲେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ହେବା...

ଗୋଡ଼ ହଲାଇବା ରୋଗର ଲକ୍ଷଣ

ଗୋଡ଼ ହଲାଇବା ଏକ ରୋଗର ଲକ୍ଷଣ ବୋଲି କହିଛନ୍ତି ମିଚିଗାନ୍‌ ୟୁନିଭର୍ସିଟିର ଗବେଷକ। ଶରୀରରେ ଆଇରନର ମାତ୍ରା କମ୍‌ ହେଲେ ଏପରି ଲକ୍ଷଣ ଦେଖାଦେଇଥାଏ। ବିଶେଷ...

ଚାଉଳ, ଗହମରେ ପୋକ ହେଉଛି କି? କରନ୍ତୁ ଏଭଳି…

ଘରେ ଅଧିକ ଦିନଧରି ଚାଉଳ, ଗହମ, ଅଟା, ଡାଲି ଆଦି ରଖିଲେ ଏଥିରେ ପୋକ ହୋଇ ନଷ୍ଟ ହୋଇଯାଏ ା ତେଣୁ ଏସବୁ ଦୀର୍ଘଦିନ ପର୍ଯ୍ୟନ୍ତ...

ପ୍ରେମରେ ପଡ଼ିଛନ୍ତି? ଏହି ୪ଟି କଥା ମନେରଖିଲେ ହେବେ ସଫଳ ପ୍ରେମୀ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ...

ମା’ ଆଉ ଅନ୍‌ଲାଇନ ଜବ୍‌

ଅନେକ କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ପରେ ଚାକିରି ସମ୍ଭାଳିବା କଷ୍ଟକର ହୋଇପଡ଼େ। ପିଲାକୁ ଛାଡ଼ି ବାହାରକୁ ଯିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଥିବାରୁ...

ଫ୍ଲୋରାଲ ଫ୍ୟାଶନ

ଫ୍ଲୋରାଲ ପ୍ରିଣ୍ଟ: ଶାଢ଼ିର କେତେ ଭେରାଇଟି ଅଛି, ଯେମିତିକି ବନାରସୀ, କାଞ୍ଜିବରମ୍‌ କିମ୍ବା ସିଲ୍କ। ଏଥିମଧ୍ୟରୁ ଅନ୍ୟତମ ହେଉଛି ଫ୍ଲୋରାଲ ପ୍ରିଣ୍ଟ। ଋତୁ ବଦଳିବା ସହିତ...

ଶୀତଦିନେ ପିଅନ୍ତୁ ଗୁଡ ମିଶ୍ରିତ କ୍ଷୀର

ଶୀତଦିନ ଆସିଲେ ଥଣ୍ଡା ସର୍ଦ୍ଦି ଏକ ସାଧାରଣ ସମସ୍ୟା ପାଲଟି ଯାଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଆମେ ଏହାକୁ ସହଜରେ ଠିକ୍‌ କରିପାରିବା। ବିଶେଷ...

ଓଲଟା ପ୍ୟାଣ୍ଟ ଫ୍ୟାଶନ

ବଦଳୁଛି ଫ୍ୟାଶନ୍‌ର ପରିଭାଷା। ପ୍ରତିଦିନ ଆସୁଛି ନୂଆ ନୂଆ ଫ୍ୟାଶନ। ବେଳେବେଳେ ତ ଫ୍ୟାଶନ ନାଁରେ ଏଭଳି ପୋଷାକ ସବୁ ଆସୁଛି ଯାହା ଲାଗେ ବେଶ୍‌...

Advertisement
Archives

Model This Week