Posted inଜାତୀୟ

ନବଜାତକଙ୍କୁ ସଂକ୍ରମଣରୁ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି କଲର କୋଡ ବେଡସିଟ୍‌

ନାସିକ,୧୯।୮: ମହାରାଷ୍ଟ୍ର ନାସିକର ସିଭିଲ ହସ୍ପିଟାଲରେ ନବଜନ୍ମିତ ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ପେଶାଲ ନିଉ ବର୍ଣ୍ଣ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ)ରେ ସପ୍ତାହରେ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉଛି। ପ୍ରତିଦିନ ଏହାକୁ ସଫା କରାଯିବା ସହ ଷ୍ଟେରିଲାଇଜ୍‌ ମଧ୍ୟ କରାଯାଉଛି। କେବଳ ସେତିକି ନୁହେଁ ସବୁ ପିଲାଙ୍କ ପାଇଁ ଅଲଗା ଅଲଗା ବକେଟ୍‌ ମଧ୍ୟ ରଖାଯାଇଛି। ମହାରାଷ୍ଟ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଲକ୍ଷ୍ୟକୁ ପୂରଣ କରିବାକୁ ଏହା କରାଯାଇଛି। ଯେତେ ସମ୍ଭବ ନବଜାତକଙ୍କ ମୃତ୍ୟୁହାର କମାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ୨୦୧୭ରେ ଏଠାରେ ନବଜାତକଙ୍କ ମୃତ୍ୟୁହାର କମ୍‌ ହୋଇଥିବା କୁହାଯାଉଛି। ଏସ୍‌ଏନ୍‌ସିୟୁ ଦାୟିତ୍ୱରେ ଥିବା ପଙ୍କଜ ଗଜାରେ କହିଛନ୍ତି, ଏଠାରେ ସୋମବାର ଡାର୍କ ଗ୍ରୀନ୍‌, ମଙ୍ଗଳବାର ଡାର୍କ ବ୍ଲୁ, ବୁଧବାର ପିଙ୍କ୍‌, ଗୁରୁବାର ମେରୁନ୍‌, ଶୁକ୍ରବାର ସାଫରନ୍‌, ଶନିବାର ଲାଇଟ୍‌ ଗ୍ରୀନ୍‌ ଓ ରବିବାର ଲାଇଟ୍‌ ବ୍ଲୁ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ଶହ ଟଙ୍କା ପାଇଁ ବଡ଼ ଭାଇ ନେଲା ଜୀବନ

ଭୋପାଳ,୧୬।୧୨: କୁହାଯାଏ ଭାଇ ଭାଇଠାରୁ କେହି ମିତ୍ର ନାହିଁ ଭାଇ ଭାଇଠାରୁ କେହି ଶତ୍ରୁ ନାହିଁ। କିଛି ଏଭଳି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର...

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୯।୧୦: ଆଗକୁ ବିହାର ନିର୍ବାଚନ। ଏହାପୂର୍ବରୁ ଆରଜେଡି ପାଇଁ ଏକ ଖୁସି ଖବର ଆସିଛି। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇଥବବା ଆରଜେଡି ସୁପ୍ରିମୋ ଲାଲୁ...

ଆଇଏସ୍‌ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍‌ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)...

ଆସାମରେ ହାଜତ ମୃତ୍ୟୁ

ଗୁଆହାଟୀ,୨୩।୫: ଆସାମର ନାଗାଁଓ ଜିଲାରେ ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଶନିବାର ଉତ୍ତ୍ୟକ୍ତ ଲୋକେ ଏକ ଥାନା ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଦେଇଥିଲେ।...

ଟୁଇଟର ଅଫିସ ବନ୍ଦ କଲେ ମସ୍କ !

ନୂଆଦିଲ୍ଲୀ,୧୮।୧୧: ସାମୟିକ ଭାବେ ବନ୍ଦ ହୋଇଛି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ସମସ୍ତ କାର୍ଯ୍ୟାଳୟ। ନୂତନ ମାଲିକ ଏଲୋନ ମସ୍କ କମ୍ପାନୀରେ ଅନେକ ନିୟମ...

ମନ୍ତ୍ରୀ ହେବି କେବେ ଭାବି ନ ଥିଲି: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପାଇବା ନେଇ ଏସ ଜୟଶଙ୍କର ପ୍ରଥମ ଥର ପାଇଁ ଖୋଲାଖୋଲି ନିଜ ମତ...

ଆତଙ୍କବାଦୀ ସଙ୍ଗଠନର ଗାଇଡ ହାଜି ଆରିଫ ନିହତ

ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନୀ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସ ସହ ଆତଙ୍କବାଦୀ ସଙ୍ଗଠନକୁ ବଡ ଝଟକା ଲାଗିଛି । ଶୁକ୍ରବାର ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା...

କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା

ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ...

Advertisement
Archives

Model This Week