ନଦୀ ନ ବଢି ପୋଲ ଉପରେ ପାଣି: ଯାତାୟାତରେ ଲୋକେ ହଇରାଣ

ଯୋଡ଼ା, ୨୫।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରକୁ ଦୁଇ ପାର୍ଶ୍ୱରେ ବିଭକ୍ତ କରୁଥିବା ତଥା ରାଜ୍ୟ ରାଜପଥ ନଂ ୨ରେ ଥିବା ସୁନା ନଦୀ ପୋଲ ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ପୋଲ ଉପରେ ପାଣି ଜମା ହୋଇ ରହିଛି ା ଘଟଣାସ୍ଥଳରୁ ଜଣାପଡିଛି ଯେ, ଗତ ୨୪ ଘଣ୍ଟା ଧରି ଝିପି ଝିପି ଲଗାଣ ବର୍ଷା ହେବା ଫଳରେ ଯୋଡା ମାର୍କେଟ ସୁନାନଦୀ ପୋଲଉପରୁ ଜଳ ନିଷ୍କାସନ ହୋଇ ନ ପାରି ଏହି ଜଳ ପୋଲ ଉପରେ ଜମିରହିଛି ା ଫଳରେ ପଥଚାରୀ, ଦୁଇ ଚକିଆ ଯାନବାହାନରେ ଯାଉଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର କାରଣ ସମ୍ପର୍କରେ ସ୍ଥାନୀୟ ଯୁବ ସଙ୍ଗଠକ ମାନସ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ ଲୁହାପଥର ଗୋଲି ପରିବହନ ବେଳେ ଏହା ଗାଡିରୁ ଖସି ପଡି ପୋଲ ଉପରେ ଥିବା ଜଳ ନିଷ୍କାସନ ବାଟ ଗୁଡିକରେ ପଡି ଜାମ୍‌ ହୋଇଯାଉଛି। ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ ା ଏହାର ରକ୍ଷଣାବେକ୍ଷଣ ଆଦୌ କରାଯାଉ ନ ଥିବାରୁ ଏହି ପୋଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ସେହିପରି ପଥଚାରୀ ରମେଶ ମାଝି , ପୁରୁଷୋତ୍ତମ ଲୋହାର, ଲୋଚନ ଗିରି ଓ ମହିଳା ଶକୁନ୍ତଳା କାରୁଆ, ତାରି କାରୁଆ ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ ଏହି ପୋଲ ଉପରେ ପାଣି ଜମୁ ନ ଥିଲା ା କିନ୍ତୁ ବର୍ତ୍ତମାନ ପାଣି ନିଷ୍କାସନ ବାଟ ବନ୍ଦ ହୋଇଯାଇଛି ା ଫଳରେ ଯାତାୟାତରେ ଅସୁବିଧା ହେଉଛି। ତେବେ ଏଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ...

ବଢ଼ୁଛି ପରିସୀମା, ମିଳୁନାହିଁ ମୌଳିକ ସେବା

କେନ୍ଦ୍ରାପଡ଼ା ଅଫିସ, ୧୩ା୩:ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ୧୫୫ ବର୍ଷରେ ପାଦ ଥାପିଛି ା ହେଲେ ରାଜ୍ୟର ଅନ୍ୟ ସହର ପରି ଏହି ସହର...

ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ...

କଟକରେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା: ଗୁପଚୁପ୍‌ ପଟିରେ ଚଢ଼ାଉ

କଟକ ଅଫିସ,୨୮।୫: ନକଲି ହବ୍‌ କଟକରେ ଏବେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା। ଖାଲି ସାଧାରଣ ଲୋକ ନୁହଁନ୍ତି, ଏ ନେଇ ପ୍ରଶାସନର ମୁଣ୍ଡବିନ୍ଧିବାର କାରଣ...

ରାସ୍ତାରୁ ଉଠାଇ ବ୍ୟକ୍ତିଙ୍କୁ ଏସ୍‌ଆଇଙ୍କ ମାଡ଼

କୋଣାର୍କ,୨୬ା୮(ଡି.ଏନ୍‌.ଏ.): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ ମଦ୍ୟପ ଆଖ୍ୟା ଦେଇ କୋଣାର୍କ ଥାନା ଏସ୍‌ଆଇ ଦିଲୀପ କୁମାର...

ବୁଡ଼ିଲା ଟ୍ରଲର: ଜଣେ ନିଖୋଜ, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଭୋଗରାଇ,୨୭।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ଦିଘା ମୁହାଣରୁ ମାଛ ମାରି ଫେରୁଥିବା ଏକ ଟ୍ରଲର ସମୁଦ୍ର ଢେଉରେ ଭାରସାମ୍ୟ ହରାଇ ଶୁକ୍ରବାର ମଧ୍ୟାହ୍ନରେ ଓଲଟି...

ବର୍ଷାଙ୍କ ଅଭିଯୋଗର ତର୍ଜମା ଚାଲିଛି: ଡିସିପି

କଟକ ଅଫିସ, ୨୪ା୫:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିବା ୨ଟି ଭିଡିଓକୁ ନେଇ ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା...

କୁତ୍ରା ବ୍ଲକରେ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣରେ ଜଣେ ମୃତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କୁରୁଞ୍ଜାଠାରେ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣରେ ଅପରାହ୍ନରେ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିି ନାହିଁ। ସୂଚନାଯୋଗ୍ୟ,...

Advertisement
Archives

Model This Week