ନଦୀର ଶତ୍ରୁ ବାଲି ମାଫିଆ

ବ୍ରହ୍ମପୁର ଅଫିସ୍‌,୧୬ା୯-କେବଳ ଋଷିକୁଲ୍ୟା ନୁହେଁ, ଗଞ୍ଜାମ ଜିଲାର ଅନ୍ୟାନ୍ୟ ନଦୀଗୁଡ଼ିକର ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଫିଆମାନେ ବେଧଡ଼କ ଭାବେ ନଦୀ ବାଲି ଚାଲାଣ କରୁଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ ବୋଲି ଗଞ୍ଜାମ ଜିଲା ନଦୀ ସୁରକ୍ଷା ସମ୍ମିଳନୀରେ ମତପ୍ରକାଶ ପାଇଛି । ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଫୋରମ୍‌ ଫର୍‌ ଗଞ୍ଜାମ ସଂଯୋଜକ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀ ଆରମ୍ଭ ପୂର୍ବରୁ ଗିରିରୋଡ୍‌ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରୁ ଏକ ସଚେତନତା ପଦଯାତ୍ରା ବାହାରି ସର୍କିଟ୍‌ ହାଉସ୍‌ରେ ପହଞ୍ଚିଥିଲା। ପରିବେଶ ଭିତ୍ତିକ ଲୋକକଳା ଦାସ କାଠିଆ ପରିବେଷଶ କରାଯାଇଥିଲା। ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ସଂଯୋଜକ ବିଜୟ କୁମାର ପ୍ରଧାନ ଏବଂ ପ୍ରକାଶ ରଥ ଅତିଥି ଓ ବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଇ.ଟି. ରାଓ ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ।

କର୍ମଶାଳା ସମ୍ପର୍କିତ ପ୍ରାରମ୍ଭିକ ସୂଚନା ଦେଇଥିଲେ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା। ସୁଧୀର କୁମାର ରାଉତ ଋଷିକୁଲ୍ୟା ଏବଂ ବାହୁଦା ନଦୀର ଉତ୍ପତ୍ତିଠାରୁ ସଂଗମ ପର୍ଯ୍ୟନ୍ତ ବିବରଣୀ ପ୍ରଦାନ କରିଥିଲେ । କର୍ମଶାଳାରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌, ଫୋରମ୍‌ ଫର୍‌ ଗଞ୍ଜାମ, ଚାମ୍ବର ଅଫ୍‌ କମର୍ସ, ହେତୁବାଦୀ ସଂଗଠନ, ମାନବ ଅଧିକାର ସୁରକ୍ଷା ମଞ୍ଚ, ଶିକ୍ଷକ ସଂଗଠନ, ସାହିତି୍ୟକ, କବି, କବୟିତ୍ରୀ, ଆଇନଜୀବୀ, ଯନ୍ତ୍ରୀ, ଚାଷୀ ପ୍ରମୁଖ ଯୋଗ ଦେଇଥିଲେ । ସ୍ଥାନୀୟ ଚାଷୀକୂୂଳ ଏବଂ ଅଧିବାସୀ ନଦୀ ସମସ୍ୟା ବର୍ଣ୍ଣନା କରିଥିଲେ। ନଦୀଗୁଡ଼ିକରେ ଶୋଷଣ, ପ୍ରଦୂଷଣ ଏବଂ ଅତିକ୍ରମଣ ମୁକ୍ତ କରାଯିବା ପାଇଁ ନିବେଦନ କରିଥିଲେ । ଆଲୋଚନାରେ ଇଂ. ଟି. ଗଣେଶ, ଇଂ. ପ୍ରଶାନ୍ତ ପାତ୍ର, ସାହିତି୍ୟକ ଚନ୍ଦ୍ରମଣୀ ସ୍ବାଇଁ, ପ୍ରଶାନ୍ତ ମୁନୀ, ଜାମୁଲା ସୁରେଶ, ଡା. ସାଗର ରଞ୍ଜନ ତ୍ରିପାଠୀ, ଭି.ସନ୍ତୋଷ, ବୃନ୍ଦାବନ ଖଟେଇ, ଶ୍ୟାମ ସୁନ୍ଦର ଦୋରା ଓ ବିଜୟ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଜିଲାର ନଦୀ ସମ୍ପର୍କିତ ଏକ ପୁସ୍ତକ ଡ. ଚନ୍ଦ୍ରମଣୀ ସ୍ବାଇଁଙ୍କ ସମ୍ପାଦନାରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗଞ୍ଜାମ ଜିଲା ନଦୀ ସୁରକ୍ଷା ମଞ୍ଚ ସ୍ଥାୟୀ କମିଟି ଆବାହକ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗଠନ କରିବାକୁ ଆଲୋଚନା ହୋଇଥିଲା। ନଭେମ୍ବର ୩୦ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନଦୀ ସମ୍ମିଳନୀରେ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। କାର୍ଯ୍ୟକ୍ରମକୁ ସୁଶାନ୍ତ ମହାନ୍ତି, ମନୋଜ ଡାକୁଆ, ଭୀମରାଜୁ ପାତ୍ର ଓ ଭୀମସେନ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସ୍ବରାଜ୍ୟ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?