ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ରାଜକୁମାରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଅସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ପୂର୍ତ୍ତ ବିଭାଗ ଅବହେଳା କରିବାରୁ ଏତେବଡ଼ ଦୁର୍ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରି ବେଲଗୁଣ୍ଠା ଛକଠାରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଅପରାହ୍ନ ପ୍ରାୟ ୪ଟାରୁ ୫ଟା ପର୍ଯ୍ୟନ୍ତ ଭଞ୍ଜନଗରରୁ ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଥିଲା। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ପ୍ରକାଶ ଯେ, ରାଜକୁମାର ବିଦ୍ୟୁତ୍‌ ମରାମତି କାମ କରନ୍ତି। ରବିବାର ସକାଳେ ନିଜ ଗ୍ରାମ ଚଢ଼େୟାପଲ୍ଲୀରୁ ନଦୀ ପାରହୋଇ ଚାଲିଚାଲି ଆମ୍ବପୁଆ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ କୁମାର ନଦୀ ପାର ହେଉଥିଲେ। ନଦୀ ଦେଇ ଯାଇଥିବା ପାଣି ପାଇପ୍‌କୁ ଧରି ସେ ନଦୀରେ ପାର ହେଉଥିଲେ। ମଝିରେ ପାଣିର ସ୍ରୋତ କ୍ଷିପ୍ର ଥିବାରୁ ସେ ଭାସିଯାଇଥିଲେ। ସେଠାରେ ଥିବା ଗ୍ରାମବାସୀ ରାଜକୁମାରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଦମକଳ ବାହିନୀ ପହଞ୍ଚତ୍ ନିକଟସ୍ଥ ଗଣ୍ଡରୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ।
ସୂଚନାଯୋଗ୍ୟ ଯେ, ଚଢ଼େୟାପଲ୍ଲୀରେ ବୋଡ଼ାନଦୀ ଉପରେ ବହୁବର୍ଷ ପୂର୍ବେ ଲୁହା ସେତୁ ନିର୍ମାଣ ହୋଇଥିଲା। ଗତବର୍ଷ ସେତୁଟି କ୍ଷତିଗ୍ରସ୍ତ ହେବାରୁ ତାକୁ ଭାଙ୍ଗି କିଛିମାସ ହେବ ନୂତନ ସେତୁ ନିର୍ମାଣ ଆରମ୍ଭ ହୋଇଛି। ତେଣୁ ସେଠାରେ ଏକ ଅସ୍ଥାୟୀ ରାସ୍ତା (ଡ଼ାଇଭର୍ସନ) ନିର୍ମାଣ କରାଯାଇଥିଲା। କିଛିଦିନ ପୂର୍ବେ ବର୍ଷାପାଣିରେ ଅସ୍ଥାୟୀ ରାସ୍ତାଟି ଧୋଇଯାଇଥିଲା। ସମ୍ପୃକ୍ତ ରାସ୍ତା ଦେଇ ବୁଗୁଡ଼ା, ବାଲିପଦର, ଆସିକା ଯାଉଥିବା ଲୋକେ ହଇରାଣ ହେଉଥିଲେ। ପୂର୍ତ୍ତବିଭାଗ’ପକ୍ଷରୁ ଆଉ ଅସ୍ଥାୟୀ ରାସ୍ତା ମରାମତି କରାଗଲା ନାହିଁ। ବର୍ଷା ପାଣିରେ ପୁଣି ଭାସିଯିବା ଆଶଙ୍କାରେ ବିଭାଗ ରାସ୍ତା ନିର୍ମାଣ କରି ନ ଥିଲା। ତେଣୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ଅଛି। କିନ୍ତୁ ଲୋକେ ଚାଲିଚାଲି ବିପଦସଙ୍କୁଳ ଅବସ୍ଥାରେ ନଦୀରେ ଯାତାୟାତ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri