ନଦୀରେ ଭାସିଯାଇ ଯୁବକ ମୃତ, ରାସ୍ତାରୋକୋ

ଭଞ୍ଜନଗର,୨୬।୮(ଡି.ଏନ.ଏ)-ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଚଢ଼େୟାପଲ୍ଲୀଠାରେ ରବିବାର ସକାଳ ପ୍ରାୟ ୧୦ଟାରେ ବୋଡ଼ାନଦୀରେ ଶ୍ରମିକ ରାଜ କୁମାର ଲେଙ୍କା ଭାସି ଯାଇଥିଲେ। ବେଲଗୁଣ୍ଠା ଦମଳକ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ। ସେଠାରେ ରାଜକୁମାରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଅସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ପୂର୍ତ୍ତ ବିଭାଗ ଅବହେଳା କରିବାରୁ ଏତେବଡ଼ ଦୁର୍ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରି ବେଲଗୁଣ୍ଠା ଛକଠାରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଅପରାହ୍ନ ପ୍ରାୟ ୪ଟାରୁ ୫ଟା ପର୍ଯ୍ୟନ୍ତ ଭଞ୍ଜନଗରରୁ ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଥିଲା। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ପ୍ରକାଶ ଯେ, ରାଜକୁମାର ବିଦ୍ୟୁତ୍‌ ମରାମତି କାମ କରନ୍ତି। ରବିବାର ସକାଳେ ନିଜ ଗ୍ରାମ ଚଢ଼େୟାପଲ୍ଲୀରୁ ନଦୀ ପାରହୋଇ ଚାଲିଚାଲି ଆମ୍ବପୁଆ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ କୁମାର ନଦୀ ପାର ହେଉଥିଲେ। ନଦୀ ଦେଇ ଯାଇଥିବା ପାଣି ପାଇପ୍‌କୁ ଧରି ସେ ନଦୀରେ ପାର ହେଉଥିଲେ। ମଝିରେ ପାଣିର ସ୍ରୋତ କ୍ଷିପ୍ର ଥିବାରୁ ସେ ଭାସିଯାଇଥିଲେ। ସେଠାରେ ଥିବା ଗ୍ରାମବାସୀ ରାଜକୁମାରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଦମକଳ ବାହିନୀ ପହଞ୍ଚତ୍ ନିକଟସ୍ଥ ଗଣ୍ଡରୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ନେଇଥିଲେ।
ସୂଚନାଯୋଗ୍ୟ ଯେ, ଚଢ଼େୟାପଲ୍ଲୀରେ ବୋଡ଼ାନଦୀ ଉପରେ ବହୁବର୍ଷ ପୂର୍ବେ ଲୁହା ସେତୁ ନିର୍ମାଣ ହୋଇଥିଲା। ଗତବର୍ଷ ସେତୁଟି କ୍ଷତିଗ୍ରସ୍ତ ହେବାରୁ ତାକୁ ଭାଙ୍ଗି କିଛିମାସ ହେବ ନୂତନ ସେତୁ ନିର୍ମାଣ ଆରମ୍ଭ ହୋଇଛି। ତେଣୁ ସେଠାରେ ଏକ ଅସ୍ଥାୟୀ ରାସ୍ତା (ଡ଼ାଇଭର୍ସନ) ନିର୍ମାଣ କରାଯାଇଥିଲା। କିଛିଦିନ ପୂର୍ବେ ବର୍ଷାପାଣିରେ ଅସ୍ଥାୟୀ ରାସ୍ତାଟି ଧୋଇଯାଇଥିଲା। ସମ୍ପୃକ୍ତ ରାସ୍ତା ଦେଇ ବୁଗୁଡ଼ା, ବାଲିପଦର, ଆସିକା ଯାଉଥିବା ଲୋକେ ହଇରାଣ ହେଉଥିଲେ। ପୂର୍ତ୍ତବିଭାଗ’ପକ୍ଷରୁ ଆଉ ଅସ୍ଥାୟୀ ରାସ୍ତା ମରାମତି କରାଗଲା ନାହିଁ। ବର୍ଷା ପାଣିରେ ପୁଣି ଭାସିଯିବା ଆଶଙ୍କାରେ ବିଭାଗ ରାସ୍ତା ନିର୍ମାଣ କରି ନ ଥିଲା। ତେଣୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ଅଛି। କିନ୍ତୁ ଲୋକେ ଚାଲିଚାଲି ବିପଦସଙ୍କୁଳ ଅବସ୍ଥାରେ ନଦୀରେ ଯାତାୟାତ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ ଅଫିସ,୧୯ା୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫ଟା ୧୦ରେ କାରକେଡ୍‌...

ଅଘୋଷିତ ବିଦ୍ୟୁତ୍‌ କାଟ: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୨୫ା୧୦: ଜଗତ୍‌ସିଂହପୁର ଜିଲାରେ ବିଦ୍ୟୁତ୍‌ କାଟ ଚିନ୍ତାର କାରଣ ପାଲଟିଛି। ପ୍ରତ୍ୟହ ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ...

ଗ୍ରାମାଞ୍ଚଳରେ ମୋବାଇଲ ସେବା ଅପହଞ୍ଚ

ଗଣିଆ,୯।୮(ଡିି.ଏନ.ଏ.)-ବର୍ତ୍ତମାନ ଦୁନିଆରେ ପ୍ରତିଟି ମୁହୂର୍ତ୍ତରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବା ଜରୁରୀ ହୋଇପଡିଛି। ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର...

ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୨ା୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତି ଶୁକ୍ରବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରି ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ସହକାରୀ କୃଷି...

ମଧ୍ୟାହ୍ନ ଭୋଜନ ଖାଇ ୨୦ଛାତ୍ରୀଛାତ୍ର ଅସୁସ୍ଥ

ବରଗଡ଼ ଅଫିସ,୨୮।୬: ବରଗଡ଼ ବ୍ଲକ ଅନ୍ତର୍ଗତ ଖଲିଆପାଲି ସେବାଶ୍ରମ ସ୍କୁଲର ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଉକ୍ତ...

ଆର୍‌ଏମ୍‌ସି ପକ୍ଷରୁ କୃଷକ ବଜାର ଲୋକାର୍ପିତ: ‘ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୨୮ା୧୧:  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନ ୧ଟା ୪୫ରେ କୈବଲ୍ୟ ବଜାର ଗାୟତ୍ରୀ ମନ୍ଦିର ନିକଟରେ ନବନିର୍ମିତ କୃଷକ...

ଆଇଫୋନ୍‌ ଦେବାକୁ କହି ଠକେଇ

ଅନୁଗୋଳ ଅଫିସ, ୪ା୭: ଅନୁଗୋଳ ଜିଲା ନାଲ୍‌କୋରେ କାର୍ଯ୍ୟରତ ଜଣେ ସିଆଇଏସ୍‌ଏଫ୍‌ ଯବାନ ଆଇଫୋନ୍‌ କିଣିବାକୁ ଯାଇ ଲକ୍ଷେ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ...

୪ବର୍ଷ ହେଲା ଚାଲିଛି ଜାଗା ଖୋଜା

ଭଦ୍ରକ ଅଫିସ, ୨ା୮-ଭଦ୍ରକ ଜିଲାରେ କ୍ରୀଡ଼ା କ୍ଷେତ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି। ଜିଲା ପ୍ରଶାସନ ଏନେଇ ଆବଶ୍ୟକ ତପତ୍ରତା ଦେଖାଉନାହିଁ। ସ୍ଥାନ ଅଭାବ ଆଳରେ...

Advertisement
Archives

Model This Week