Posted inଫୁରସତ

ନଦୀରେ ପାଣି ନାହିଁ ରହିଛି ପଥର !

ମସ୍କୋ: ନଦୀରେ ସାଧାରଣତଃ ପାଣି ପ୍ରବାହିତ ହୋଇଥାଏ। ତେବେ ନଦୀ ଶଯ୍ୟାରେ ଦୀର୍ଘ ୬ କିମିରୁ ଅଧିକ ବାଟ ପଥର ଭରି ରହିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ରୁଷିଆରେ ଏଭଳି ନଦୀ ରହିଛି। ଲୋକେ ଏହାକୁ ଷ୍ଟୋନ୍‌ ରିଭର କୁହନ୍ତି। ନଦୀ ଶଯ୍ୟାରେ କିଭଳି ଅସଂଖ୍ୟ ପଥର ରହିଲା ସେ ନେଇ ସ୍ଥାନୀୟ ଲୋକେ କୌଣସି ତଥ୍ୟ ଦେଇ ପାରୁ ନ ଥିବା ବେଳେ ଗବେଷକ କୁହନ୍ତି ଯେ, ହଜାର ହଜାର ବର୍ଷ ତଳେ ଅଧିକ ଉଚ୍ଚସ୍ଥାନରୁ ହିମଖଣ୍ଡ ନଦୀ ଶଯ୍ୟାରେ ଖସି ପଡ଼ିଥିବା ଯୋଗୁ ଏଭଳି ହୋଇଥାଇପାରେ। ହିମଖଣ୍ଡରେ ଥିବା ବୃହତ୍‌ ଆକାରର ପଥର ଭାଙ୍ଗି ଛୋଟ ଛୋଟ ପଥରରେ ପରିଣତ ହୋଇ ସେବେଠାରୁ ନଦୀ ଶଯ୍ୟାରେ ପଡ଼ି ରହିଥିବା ଅନୁମାନ କରାଯାଇଥାଏ। ଗଦା ହୋଇଥିବା ପଥର ଖଣ୍ଡ ମଧ୍ୟରେ ୨୦ ମିଟରରୁ ଆରମ୍ଭ କରି ୨ ଶହରୁ ୭ ଶହ ମିଟର ପର୍ଯ୍ୟନ୍ତ ଜଳ ଧାରା ନଦୀ ଶଯ୍ୟାରେ ଦେଖିବାକୁ ମିଳିଥାଏ। ଏଠାରେ ଥିବା ବଡ଼ ପଥର ଖଣ୍ଡର ଓଜନ ୧୦ ଟନ ପର୍ଯ୍ୟନ୍ତ ହୋଇଥାଏ। ନଦୀ କୂଳରେ ବଡ଼ ବଡ଼ ଦେବଦାରୁ ଗଛ ଥିବାବେଳେ ନଦୀ ଶଯ୍ୟାରେ ପଥର ଭରି ରହିଥିବାରୁ କୌଣସି ଗଛ ଦୃଷ୍ଟି ଗୋଚର ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷୀୟ ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା : ୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କୁହନ୍ତି, ଗତ ୩ ମାସ ଭିତରେ...

୩୫ ଲକ୍ଷ ଟଙ୍କା ବୋନସ୍‌ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି।...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

କରୋନାଭାଇରସ୍‌ ଭୟ ସତ୍ତ୍ୱେ ଚାଇନା ଯୁବତୀଙ୍କୁ ବିବାହ କଲେ ଭାରତୀୟ ଯୁବକ

ଭୋପାଳ,୩।୨: କଥାରେ ଅଛି ପ୍ରେମ କି ଜାଣେ ବାଧା ବନ୍ଧନ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ମନ୍ଦସୌର ଜିଲାରେ ରହୁଥିବା...

ଗାଡ଼ି ଦାମ୍‌ ୫୬ ହଜାରକୁ ଜରିମାନା ୪୨ ହଜାର ଟଙ୍କା

ଭାଗଲପୁର: ସେପ୍ଟେମ୍ବର୧ ରୁ ମୋଟର ଯାନ ଅଧିନିୟମ ଲାଗୁ ହେବା ପରେ ବିହାର ଭାଗଲପୁର ସହରରେ ସବୁଠାରୁ ବେଶୀ ଜରିମାନା ୧୫ ବର୍ଷ ବୟସ୍କ ଜଣେ...

ପ୍ଲାଷ୍ଟିକ ବଦଳରେ କାଚ, ମେଟାଲ ବୋତଲରେ ସପ୍ଲାଏ ହେବ କ୍ଷୀର

ଓ୍ବାଶିଂଟନ୍‌,୧୩ା୩ : ପ୍ଲାଷ୍ଟିକ ମୁକ୍ତ ପାଇଁ ଆମେରିକା ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି କ୍ଷୀର ପ୍ଲାଷ୍ଟିକ ବଦଳରେ କାଚ ଏବଂ ମେଟାଲ ବୋତଲରେ...

ଗାଡ଼ି ଷ୍ଟାର୍ଟ କରିବ ଆପ୍‌

ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍‌ ତିଆରି କରିଛନ୍ତି। ଏହି ଆପ୍‌ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ।...

ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ...

Coronavirus Update


Archives

Model This Week

Why Dharitri