Posted inଜାତୀୟ

ନଦୀକୁ ଡେଇଁ କାରରୁ ନବବିବାହିତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ପାଲାମୁ (ଝାଡ଼ଖଣ୍ଡ), ୨୨।୬- ଝାଡ଼ଖଣ୍ଡରେ ନବବିବାହିତ ଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀ ମଧ୍ୟକୁ ଖସି ପଡ଼ିଥିଲା। କାର୍‌ଟି ଅଧାବୁଡ଼ି ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବାବେଳେ ସ୍ବଭାଗ୍ୟବଶତଃ ସ୍ଥାନୀୟ ଅଞ୍ଚଳର କିଛିଲୋକ ନଦୀକୁ ଡେଇଁ କାରରୁ ନବଦମ୍ପତ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ନଦୀଗର୍ଭରୁ କାରରୁ ନବବିବାହିତଙ୍କୁ ଉଦ୍ଧାର କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଯୁବକଙ୍କ ସାହସିକତାକୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି। ଝାଡ଼ଖଣ୍ଡର ପାଲମୁ ଅଞ୍ଚଳରେ ଏହି ଘଟଣା ଘଟିଛି। କନ୍ୟା ଘରୁ କାର୍‌ଟି ନବଦମ୍ପତ୍ତିଙ୍କ ସମେତ ୩ ଜଣ ଲୋକଙ୍କୁ ନେଇ ଫେରୁଥିବାବେଳେ ବାଟରେ ମଳୟ ନଦୀକୁ ଖସି ପଡ଼ିଥିଲା। ବର୍ଷା ଯୋଗୁ ନଦୀର ପ୍ରଖର ସ୍ରୋତରେ କାରଟି ଅଧ କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଥିଲା। ତେବେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ପାଣିକୁ ଡେଇଁ କାର୍‌ର ଡୋର ଭାଙ୍ଗି ନବଦମ୍ପତ୍ତିଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?