ନଡ଼ିଆ ବର୍ଫି

ଆବଶ୍ୟକ ସାମଗ୍ରୀ: ନଡିଆ -୨ଟି, ମିଲ୍କମେଡ – ୧ କପ୍‌, ପେସ୍ତା ବାଦାମ -୧୦ରୁ ୧୨, ଅଳେଇଚ ପାଉଡର – ୪/୫ ସ୍ପୁନ୍‌, ଘିଅ – ୨-୩ ଚାମଚ
ପ୍ରସ୍ତୁତି ପ୍ରଣାଳୀ: ନଡିଆକୁ ଭଲଭାବେ କୋରି ଦିଅନ୍ତୁ। କୋରାଯାଇଥିବା ନଡିଆକୁ ୫ରୁ ୧୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ ଯେପରିକି ଏହା ସମ୍ପୂର୍ଣ୍ଣ ପେଷ୍ଟ୍‌ ହେବ ନାହିଁ। ଗ୍ୟାସ୍‌ରେ ପ୍ୟାନ୍‌କୁ ଗରମ କରି ୨ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହେଲେ ନଡିଆ ଗୁଣ୍ଡ ପକାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଲଗାତାର ଭାଜନ୍ତୁ। ଏବେ ଏଥିରେ ମିଲ୍କମେଡ୍‌ ମିଶାଇ ଗୋଳାନ୍ତୁ ଯେପରି ଏହା ତଳେ ଲାଗି ନ ଯିବ। ଏହି ମିଶ୍ରଣ ଭଲଭାବେ ଗାଢ ହେବା ପରେ ଏଥିରେ ଅଳେଇଚ ପାଉଡର ପକାନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରନ୍ତୁ। ଏକ ଷ୍ଟିଲ ପ୍ଲେଟ୍‌ରେ ଘିଅ ଲଗାଇ ଏହି ମିଶ୍ରଣକୁ କାଢି ଖେଳାଇ ଦିଅନ୍ତୁ। ଏବେ ଏଥିରେ ପିସ୍ତା ଖଣ୍ଡ ଖଣ୍ଡ କରି ପକାନ୍ତୁ ଚାମଚରେ ଭଲଭାବେ ଗୋଳାଇ ତାକୁ ପ୍ଲେଟରେ ସେଟ୍‌ ହେବାକୁ ଛାଡି ଦିଅନ୍ତୁ। ଏହା କିଛି ସମୟ ପ୍ଲେଟରେ ରହି ଗଲାପରେ ୫-୧୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ପ୍ଲେଟକୁ ହାଲ୍‌କା ଗରମ କରି ଦିଅନ୍ତୁ। ଯାହାଦ୍ୱାରା ବର୍ଫି ସହଜରେ ପ୍ଲେଟ୍‌ରୁ ବାହାରିପାରିବ। ଏବେ ପ୍ରସ୍ତୁତ ହୋଇଗଲା ନଡିଆ ବର୍ଫି। ଏହାକୁ ୭-୮ ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ମଶା ହେଉଛି କି: ଆପଣାନ୍ତୁ କିଛି ଘରୋଇ ଟିପ୍ସ

ମଶାଙ୍କୁ ତଡ଼ିବା ପାଇଁ ଘରେ ମହଙ୍ଗା ସ୍ପ୍ରେର ବ୍ୟବହାର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦ୍ଦ୍ବାରା ମଶା ତଡ଼ିବା ବଦଳରେ ମଣିଷ ରୋଗାକ୍ରାନ୍ତ ହୋଇପଡ଼େ।...

ଟୁଥ୍‌ପେଷ୍ଟରେ ଥିବା ଲେବଲ୍‌ର ରଙ୍ଗ କ’ଣ ସୂଚନା ଦିଏ

ଟୁଥପେଷ୍ଟ ଆମ ନିତିଦିନିଆ ଜୀବନର ଏକ ନିହାତି ଦରକାରୀ ଜିନିଷ। ରାତି ପାହିଲେ ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ଖୋଜି ବସନ୍ତି। ହେଲେ ଏଥିରେ ଥିବା...

ମନ୍‌ସୁନ୍‌ ଡାଏଟ୍‌

ମନ୍‌ସୁନ୍‌ ଡାଏଟ୍‌କୁ ଟାଇଟ୍‌ ରଖିବା ନିହାତି ଜରୁରୀ। କାରଣ ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହି ଋତୁରେ ଖାଦ୍ୟ...

ସର୍ବଦା ଖୁସି ରହିବାର ଉପାୟ

ଆଜିକାଲି କାମର ଚାପ ଯୋଗୁ ହେଉ ବା ପାରିବାରିକ ଦାୟିତ୍ୱ ଭାର ହେତୁ ଅନେକେ ବିଷାଦଗ୍ରସ୍ତ ରହୁଥିବାର ଦେଖାଯାଉଛି। ତେଣୁ ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଖୁସି...

ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଭିଟାମିନ୍‌ ‘ଡି’ଯୁକ୍ତ ଖାଦ୍ୟ ଖାଇଲେ ତାହା ମସ୍ତିଷ୍କର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରିଥାଏ ବୋଲି ଏକ...

ଗୋଟିଏ ଜାଗାରେ ବସିଲେ ହୋଇପାରେ ମଧୁମେହ!

ଦୀର୍ଘସମୟ ଧରି ଗୋଟିଏ ସ୍ଥାନରେ ବସିରହିଲେ ମଧୁମେହ ଆଶଙ୍କା ବଢ଼ିପାରେ। ଯଦି ପଢ଼ିବା, ଡ୍ରାଇଭିଂ, ଫୋନ୍‌ରେ କଥାର୍ବାର୍ତ୍ତା, କମ୍ପ୍ୟୁଟର୍‌ରେ କାମ କରିବାବେଳେ ସବୁବେଳେ ବସି ରହୁଛନ୍ତି,...

ଟ୍ରେଣ୍ଡରେ ପଫ୍‌ ସ୍ଲିଭ୍‌ ଫ୍ୟାଶନ

ପଫ୍‌ ସ୍ଲିଭ୍‌ ଟ୍ରେଣ୍ଡର ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ତା’ହେଲେ ଆଉ ଡେରି କାହିଁକି। ଆପଣ ବି ଆପଣଙ୍କ ଓ୍ବାର୍ଡରୋବ୍‌କୁ ଅପ୍‌ଡେଟ୍‌ କରିବାରେ ଲାଗିପଡ଼ନ୍ତୁ ନା। କାରଣ...

ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ଶନ

ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଏପରିକି କେତେକ ଘରୋଇ ଉପଚାର ମାଧ୍ୟମରେ ଏହି ଯନ୍ତ୍ରଣାକୁ କେତେକାଂଶରେ...

Coronavirus Update


Archives

Model This Week

Why Dharitri