Posted inଜାତୀୟ

ନଗରୋଟା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ଜମ୍ମୁ-ଶ୍ରୀନଗର ହାଇଓ୍ବେ ନଗରୋଟାରେ ଥିବା ସିଆରପିଏଫ୍‌ ପୋଷ୍ଟ ନିକଟରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମ୍ମୁ-ଶ୍ରୀନଗର ନଗରୋଟା ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ପୋଲିସ ବନ୍‌ ଟୋଲ ପ୍ଲାଜାଠାରେ ଅଟକାଇଥିଲା। ଟ୍ରକ୍‌ ଭିତରେ ସେନା ପୋଷାକରେ ଲୁଚିରହିଥିବା ଆତଙ୍କବାଦୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲା। ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଉକ୍ତ ଟ୍ରକ୍‌ରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ବେଳେ ଏବେ ବି ଘଟଣାସ୍ଥଳରେ ଏନ୍‌କାଉଣ୍ଟର ଜାରି ରହିଛି। ଅପରପକ୍ଷେ ବନ୍‌ ଟୋଲ ପ୍ଲାଜା ପାଖରେ ୨ଟି ବିସ୍ଫୋରଣର ଶବ୍ଦ ଶୁଭିଥିଲା ବୋଲି କୁହାଯାଉଛି। ଏନକାଉଣ୍ଟର ଜାରି ରହିଥିବାରୁ ପୋଲିସ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯିବା ସହ ଗାଡିମଟରକୁ ଅଟକାଇଦିଆଯାଇଛି। ଏଥିସହ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦି କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସୂଚନା ମୁତାବକ ଆତଙ୍କବାଦୀମାନେ କାଶ୍ମୀର ଘାଟିରେ ପ୍ରବେଶ କରି ବଡ଼ ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ବୋଲି ଜମ୍ମୁ-କଶ୍ମୀର ପୋଲିସ ଆଇଜି ମୁକେଶ ସିଂହ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri