ନଗଡ଼ାରେ ରାଜ୍ୟ ଖଦିବୋର୍ଡ ସଚିବ: ଜୁଆଙ୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ

କାଳିଆପାଣି,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଗୁରୁବାର ରାଜ୍ୟ ଖଦିବୋର୍ଡ଼ ସଚିବ ସରୋଜ ପଟେଲ ଗସ୍ତକରି ଜୁଆଙ୍ଗ ଜନଜାତିଙ୍କ ଜୀବନଜୀବିକା ପରିବର୍ତ୍ତନ ସମ୍ପର୍କରେ ତଦାରଖ କରିଛନ୍ତି। ଏହି ଗସ୍ତରେ ପଟେଲଙ୍କ ନେତୃତ୍ୱରେ ଜିଏମ୍‌ ଆର୍‌ଆଇସି ଜଗତପୁର ମନୋଜ ବେହେରା, ଜୀବିକା ମିଶନ ଜିଲା ପ୍ରକଳ୍ପ ଅଧିକାରୀ ବନଜାକାନ୍ତ ମାହାରୀଙ୍କ ସହ ଏକ ଟିମ୍‌ ସାମିଲ ହୋଇଥିଲେ। ନଗଡ଼ାରେ ପହଞ୍ଚତ୍ବା ପରେ ଖଦି ବୋର୍ଡ ସଚିବ ପ୍ରଥମେ ଜୁଆଙ୍ଗମାନେ କରିଥିବା ବିଭିନ୍ନ ପ୍ରକାର ଚାଷ ବୁଲି ଦେଖିଥିଲେ। ପରେ ନଗଡ଼ା ଜୁଆଙ୍ଗଙ୍କୁ ଅଧିକରୁ ଅଧିକ ରୋଜଗାରକ୍ଷମ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ନଗଡ଼ା ପରି ପାହାଡ଼ିଆ ଅଞ୍ଚଳରେ କମ୍‌ ଖର୍ଚ୍ଚରେ ଅଧିକ ଅର୍ଥ ରୋଜଗାର କରିପାରୁଥିବା ପରି ବାଉଁଶ, ମହୁ, ଓ ହଳଦୀ ଚାଷ ଉପରେ ଆଲୋଚନା କରିଥିଲେ। ପୂର୍ବରୁ ବାଉଁଶରେ ତିଆରି ଟୋକେଇ, ଝୁଡ଼ି, କୁଲା, ଫୁଲଦାନୀ ପରି ବିଭିନ୍ନ ପ୍ରକାର ଗୃହ ବୃବ୍ୟହୃତ ଜିନିଷ, ମହୁ ଚାଷ ପାଇଁ ପ୍ରଶିକ୍ଷଣ ଓ ଆବଶ୍ୟକ ଉପକରଣ ଦିଆଯାଇଛି। ହେଲେ ହଳଦୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। ନଗଡା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ହଳଦୀ ଚାଷ ପ୍ରୋତ୍ସାହନ ପାଇଁ ଜୁଆଙ୍ଗମାନେ ଦାବି କରିଥିଲେ। ଏ ସମ୍ପର୍କରେ ଜିଏମ୍‌ ଆଇଆରସି ଜଗତପୁର ମନୋଜ ବହେରାଙ୍କ ସହ ବିଚାରବିମର୍ଶ କରିଥିଲେ। ଏନ୍‌ଜିଓ ଟ୍ରିକିଲ ଅଫ୍‌ ଏସପିଓ ମାନସ ରଞ୍ଜନ ଦାସ ଓ ପ୍ରକଳ୍ପ ସଂଯୋଜକ ବିଷ୍ଣୁପଦା ଜେନାଙ୍କୁ ନଗଡା ଜୁଆଙ୍ଗଙ୍କ ଜୀବନଜୀବିକା ପରିବର୍ତ୍ତନ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ନଗଡାରେ ଉତ୍ପାଦିତ ଚାଷରୁ ବାହାରୁ ଥିବା ଅମୃତ ଭଣ୍ଡା, ମୂଳା, ମାଟିଆଳୁ, କନ୍ଦମୂଳ ଆଦିକୁ ବାହାର ବଜାର ପର୍ଯ୍ୟନ୍ତ ପହଞ୍ଚାଇ ଉଚିତ୍‌ ମୂଲ୍ୟରେ ବିକ୍ରୟ କରିବା ପାଇଁ ଧ୍ୟାନ ଦେବାକୁ ବିଭିନ୍ନ ବିଭାଗ ସହ ଆଲୋଚନା କରଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

କୋଣ ଅନୁକୋଣରେ ପହଞ୍ଚିବ କୃମି ନାଶକ ବଟିକା: ଲୋକଙ୍କୁ କରାଯିବ ସଚେତନ

ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

ପ୍ରେମରେ ବିଫଳ ପରେ ପ୍ରେମିକର ଭୟଙ୍କର ଷଡ଼ଯନ୍ତ୍ର; ବରଘରକୁ ପଠାଇଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ, ତାପରେ….

ଜମନକିରା,୧୧।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କ ଭାଙ୍ଗିଯିବା ଓ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ପ୍ରତିଶୋଧ ପରାୟଣ ହୋଇ…

ବରଗଡ଼ରେ ଆଇନଶୃଙ୍ଖଳା ହୁଗୁଳା: ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri