ନକଲି ଅଳଙ୍କାର ଦେଇ ଲକ୍ଷାଧିକ ଟଙ୍କା ଠକେଇ

ଛେଣ୍ଡିପଦା,୪।୮(ଡି.ଏନ.ଏ.)-ନକଲି ଅଳଙ୍କାର ଦେଇ ୨ ଅଣଓଡ଼ିଆ ଯୁବକ ଶନିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଅନୁଗୋଳ ଜିଲା ଜରପଡା ଥାନା କଞ୍ଜରା ମୁଣ୍ଡାସାହି ଗ୍ରାମର ଯୁବ ବ୍ୟବସାୟୀ ଶ୍ରୀବତ୍ସ ସାହୁ। ଏ ନେଇ ଶ୍ରୀବତ୍ସ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୋଲିସ କହିଛି, କଞ୍ଜରା ମୁଣ୍ଡାସାହି ଛକଠାରେ ଶ୍ରୀବତ୍ସଙ୍କ ଏକ ଲୁଗା ଦୋକାନ ରହିଛି। ଗତ କିଛିଦିନ ତଳେ ଶ୍ରୀବତ୍ସଙ୍କ ସହ ଉକ୍ତ ଅଣ ଓଡ଼ିଆ ଯୁବକଙ୍କ ପରିଚିତ ହୋଇଥିଲା। ପୂର୍ବ କଥାବାର୍ତ୍ତା ଅନୁଯାୟୀ ଶନିବାର ଉକ୍ତ ଅଣ ଓଡ଼ିଆ ଯୁବକ ଦ୍ୱୟ ବଇଣ୍ଡା ରେଲୱେ ଷ୍ଟେଶନ ପାଖକୁ ଆସିଥିଲେ। ପରେ ଶ୍ରୀବତ୍ସ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଶ୍ରୀବତ୍ସଙ୍କୁ ଏକ ସୁନା ହାର ଓ ରୂପା ଦେଇଥିଲେ। ପ୍ରତି ବଦଳରେ ୧ ଲକ୍ଷ ୩୦ ହଜାର ଟଙ୍କା ଶ୍ରୀବତ୍ସଙ୍କଠାରୁ ନେଇ ଏକ ପାସେଞ୍ଜର ଟ୍ରେନ ଯୋଗେ ସମ୍ବଲପୁର ଅଭିମୁଖେ ପଳାଇ ଯାଇଥିଲେ। ତେବେ ଉକ୍ତ ଅଳଙ୍କାରକୁ ଶ୍ରୀବତ୍ସ ପରୀକ୍ଷା କଲାପରେ ତାହା ନକଲି ବୋଲି ଜଣାପଡ଼ିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗ: ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା

ଯାଜପୁର ଟାଉନ୍‌,୧୮ା୯(ଡି.ଏନ୍‌.ଏ.): ଯାଜପୁର ଜିଲାର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗରେ ପୂର୍ବରୁ ମନ୍ଦିର ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିବା ବେଳେ...

ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ରାଜ୍ୟର ଏକତୃତୀୟାଂଶ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ୍‌,୧ା୧୨-ଗଞ୍ଜାମ ଜିଲାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ସେଥିରୁ ଏକ ତୃତୀୟାଂଶ...

ହାର୍ଡକୋର ମାଓବାଦୀ ଲଖମାନଙ୍କ ଆତ୍ମସମର୍ପଣ

ଭବାନୀପାଟଣା,୧।୪(ସ୍ବ.ପ୍ର.): ହାର୍ଡକୋର ମାଓବାଦୀ ଲଖମାନ ଆପକା ରବିବାର କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ପୋଲିସ ପକ୍ଷରୁ...

ପାରଦ ବଢ଼ାଉଛି ପାଣି ଚିନ୍ତା

ବଇଣ୍ଡା,୧୧ା୪:  ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ...

ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା

ବରଗଡ଼ ଅଫିସ୍‌,୨୭।୮-ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ବୁଧବାର ଏକ ଶିଶୁକନ୍ୟା...

ଓ୍ବାର୍ଡସଭ୍ୟଙ୍କୁ ଭୁଜାଲିରେ ହାଣି ହତ୍ୟା

ଛେଣ୍ଡିପଦା/ବନ୍ତଳା, ୩୦।୯ (ସ୍ବ.ପ୍ର./ଡି.ଏନ.ଏ.) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପୂରିଲା ୪ ମାସ : ସରକାରୀ ମାନ୍ୟତା ପାଇନି ମୟୂରଭଞ୍ଜ ଆୟୁର୍ବେଦିକ କଲେଜ

ବାରିପଦା ଅଫିସ,୩୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୩୦ ତାରିଖରେ ବାରିପଦା ଗସ୍ତରେ ଆସିଥିଲେ। ସେହି ସମୟରେ ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ...

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ...

Advertisement
Archives

Model This Week