ଧାରା ୩୭୦ ଉଚ୍ଛେଦକୁ ଅପରାଜିତାଙ୍କ ପ୍ରଶଂସା: ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ମିଳିବ

ଭୁବନେଶ୍ୱର,୨୧।।୮(ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତିି। ଏପରି ଏକ ବ୍ୟବସ୍ଥା ଯୋଗୁ ଜମ୍ମୁ-କଶ୍ମୀର ଓ ଲଦାଖର ଭଉଣୀ, ଭାଇମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ। ସେମାନଙ୍କ ବିକାଶରେ ଯେଉଁ ବାଧକ ଥିଲା ତାହା ବର୍ତ୍ତମାନ ଦୂର ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଡ଼କର, ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ କୋଟିକୋଟି ଦେଶବାସୀଙ୍କ ଯେଉଁ ସ୍ବପ୍ନ ଥିଲା ତାହା ବର୍ତ୍ତମାନ ପୂରଣ ହୋଇଛି ବୋଲି ଭାଜପା ଏମ୍‌ପି ଅପରାଜିତା ଷ଼ଡଙ୍ଗୀ କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅପରାଜିତା କହିଛନ୍ତି, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ଏବେ ଦେଶର ସମସ୍ତ ନାଗରିକଙ୍କ ଅଧିକାର ଏବଂ ଦାୟିତ୍ୱ ସମାନ। ଅନୁଚ୍ଛେଦ ୩୭୦ ଏବଂ ୩୫(ଏ) ଜମ୍ମୁ-କଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ, ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ। ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନାକୁ ଉତ୍ତେଜିତ କରିବା ପାଇଁ ପାକିସ୍ତାନ ପକ୍ଷରୁ ଅସ୍ତ୍ରଭାବେ ଉପଯୋଗ କରାଯାଉଥିଲା। ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି ୪୨ ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡିଛି। ଜମ୍ମୁ-କଶ୍ମୀର ଏବଂ ଲଦାଖରେ ବିକାଶ ଯେଉଁ ଗତିରେ ହେବା କଥା ସେଭଳି ହୋଇପାରିନାହିଁ। ବର୍ତ୍ତମାନ ବ୍ୟବସ୍ଥାର ଏହି ଅଭାବ ଦୂର ହେବା ଫଳରେ ଜମ୍ମୁ-କଶ୍ମୀର ଓ ଲଦାଖର ଲୋକମାନଙ୍କ ସ୍ଥିତି ସୁଧୁରିବା ସହିତ ସେମାନଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେବ। ଜମ୍ମୁ-କଶ୍ମୀର ଏବଂ ଲଦାଖରେ ଖାଲିଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ପଦବୀ ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିରୁ ସ୍ଥାନୀୟ ଯୁବତୀ,ଯୁବକଙ୍କୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ମିଳିପାରିବ। ଏହାଦ୍ୱାରା ସେହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇବ। ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯିବ। ଜମ୍ମୁ-କଶ୍ମୀରର ବହୁ ଲୋକ ଯେଉଁମାନେ ଲୋକସଭା ନିର୍ବାଚନରେ ଭୋଟ ଦେବାର ଅଧିକାର ପାଉଥିଲେ ସେମାନେ ବିଧାନସଭା ଏବଂ ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ମତଦାନ କରିପାରୁ ନ ଥିଲେ। ବର୍ତ୍ତମାନ ସେମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ମିଳିବ ବୋଲି ଅପରାଜିତା କହିଛନ୍ତି ା ଜମ୍ମୁ-କଶ୍ମୀର ଏବଂ ଲଦାଖ ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ହେବାର କ୍ଷମତା ରହିଛି। ସେହି ଅ଼ଞ୍ଚଳର ଯେଉଁ ଯୁବକମାନେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢିବା ଲାଗି ଚାହୁଛନ୍ତି ତାଙ୍କୁ ସାହାଯ୍ୟ କରାଯିବ। ନୂଆ କ୍ରୀଡ଼ା ପ୍ରଶିକ୍ଷଣ, ନୂଆ ଖେଳ ଷ୍ଟାଡିୟମ, ବୈଜ୍ଞାନିକ ପରିବେଶରେ ତାଲିମ, ସେମାନଙ୍କୁ ବିଶ୍ୱରେ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସହାୟତା ମିଳିପାରିବ ବୋଲି ଅପରାଜିତା କହିଛନ୍ତି ା ଏହି ନିଷ୍ପତ୍ତି ପାଇଁ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାର ଫିଟିଲା ଗୁମର

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧା ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ ମାମଲାର ଗୁମର ଫିଟିଛି। ଜମିଜମା ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା ଖୋର୍ଦ୍ଧା ଏସଡିପିଓ ସୁଶୀଲ...

ମଲ୍‌ରେ ଟିକା ମନା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଭନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ଚେତିଲେ ରାଜ୍ୟ ସରକାର। ଡ୍ରାଇଭ୍‌ ଇନ୍‌ ଭ୍ୟାକ୍ସିନେସନ ଓ ଡୋର୍‌ ଷ୍ଟେପ୍‌ ଟିକାକରଣକୁ ସମ୍ପୂର୍ଣ୍ଣ...

ଲିଜ୍‌ଧାରୀଙ୍କୁ ୧୭ କୋଟିରୁ ଊର୍ଦ୍ଧ୍ୱ ଜରିମାନା

ବାରିପଦା ଅଫିସ,୨୬।୪ ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ତହସିଲ ଅଧୀନ ଦୁଇଟି ବାଲି ସଇରାତ ମାମଲାର...

ପୁଣି ଇଡିରେ ହାଜର ହେଲେ ଅକ୍ଷୟ ପରିଜା

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କ୍ରମାଗତ ଦ୍ୱିତୀୟ ଦିନରେ ଇଡିରେ ହାଜର ହୋଇଛନ୍ତି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅକ୍ଷୟ ପରିଜାଙ୍କୁ ନୋଟିସ...

ଯେ କୌଣସି କାର୍ଯ୍ୟାଳୟରେ ଯାଞ୍ଚ କରିପାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତ୍ତୃପକ୍ଷ ସେମାନଙ୍କ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ କୋଭିଡ୍‌ ନିୟମର କଡା ଅନୁପାଳନ କରିବାକୁ ହେବ।...

ଆମିକସ୍‌ କ୍ୟୁରିଙ୍କ ଶ୍ରୀମନ୍ଦିର ପରିଦର୍ଶନ

ପୁରୀ ଅଫିସ୍‌.୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା ଶନିବାର ସକାଳେ...

ହାଲୁକା ବର୍ଷା ସାଙ୍ଗକୁ କୁହୁଡ଼ି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫.୪୩ ଲକ୍ଷ ଦେଲା ବିଏମ୍‌ସି

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ବିଏମସି...

Advertisement
Archives

Model This Week