ଧାନ ରୋଇବା ବେଳେ ବଜ୍ରପାତ, ମହିଳା ମୃତ

ପାତ୍ରପୁର,୧୭ା୮(ଡି.ଏନ.ଏ.): ଜରଡ଼ା ଥାନା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସପଙ୍ଗ ଗ୍ରାମର ପାର୍ବତୀ ନାଇକ(୫୫)। ସପଙ୍ଗ ଗ୍ରାମର ପାର୍ବତୀଙ୍କ ସହ ୧୧ ମହିଳା ଶନିବାର ସକାଳୁ ଜଣେ ବ୍ୟକ୍ତିଙ୍କ ଜମିରେ ଧାନ ରୋଇବା କାମରେ ଲାଗିଥିଲେ।  ଅପରାହ୍ନରେ ସମସ୍ତେ ଜମି ହିଡ଼ରେ ବସି ଖାଇଥିଲେ। ପାର୍ବତୀ ଶୀଘ୍ର ଖାଇସାରି ପୁଣି ଧାନ ରୋଇବାକୁ ବିଲରେ ପଶିଥିବା ବେଳେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ବଜ୍ରାପାତରେ ପାର୍ବତୀ ଉକ୍ତ ଜମିରେ ଅଚେତ ହୋଇପଡ଼ିଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ।  ଖବରପାଇ ଜରଡ଼ା ଥାନା ପୋଲିସ, ତହସିଲ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। ସୂଚନାଯୋଗ୍ୟ, ମାସକ ତଳେ ପାର୍ବତୀଙ୍କ ସ୍ବାମୀ ମୋହନଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେସ୍‌ରେ ତାଲା, ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର

ଅନୁଗୋଳ ଅଫିସ୍‌, ୬।୨ – ବିନା ନୋଟିସରେ ମେସ୍‌ରେ ତାଲା ପକାଇ ହଷ୍ଟେଲ ମ୍ୟାନେଜର କେଉଁଆଡ଼େ ଚାଲିଯାଇଥିବାରୁ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ୨ ନମ୍ବର...

ପରୀ ହତ୍ୟାକାଣ୍ଡର ତଦନ୍ତ ତ୍ୱରାନ୍ବିତ

ନୟାଗଡ ଅଫିସ,୩୦।୧୨: କିଛି ଦିନର ନୀରବତା ପରେ ଏସ୍‌ଆଇଟି ପୁଣି ତଦନ୍ତକୁ ତ୍ୱରାନ୍ବିତ କରିଛି। ଏସ୍‌ଆଇଟି ଯଦୁପୁର ଗଁାକୁ ନ ଯାଇ ନୟାଗଡରେ ଯଦୁପୁରର କିଛି...

ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ପାଟଣା,୧୧।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଆର ଆଇ ସର୍କଲ ବାଲିଯୋଡି ଦେଇ ପ୍ରବାହିତ ବୈତରଣୀ ନଦୀର ଭୀମକୁଣ୍ଡକୁ ବୁଧବାର ଅପରାହ୍ନରେ ମାଛ ଧରିବାକୁ ଯାଇଥିବା...

ବେପରୁଆ ଚାଲିଛି ବର୍ତ୍ତନା-ଆଗରପଡା ରାସ୍ତା

ଖଇରା, ୨୦।୮(ଡି.ଏନ.ଏ.)-ବାଲେଶ୍ୱର ଭଦ୍ରକ କେନ୍ଦୁଝର ଓ ମୟୂରଭଞ୍ଜ ୪ ଜିଲାକୁ ସଂଯୋଗ କରୁଥିବା ବର୍ତ୍ତନା-ଆଗରପଡା ପୂର୍ତ୍ତ ବିଭାଗ ରାସ୍ତା ଏବେ ବେପରୁଆ ଢଙ୍ଗରେ ଚାଲୁଥିବାରୁ ଯାତ୍ରୀଙ୍କ...

ଅଜଗରକୁ ପିଟି ମାରିଦେଲେ, କୂଅରୁ କୁଟୁରା ଉଦ୍ଧାର

ଆର,ଉଦୟଗିରି,୧୬ା୬(ଡି.ଏନ୍‌.ଏ.)- ଆର୍‌.ଉଦୟଗିରି ଅଞ୍ଚଳରେ ଲୋକେ ଏକ ଅଜଗରକୁ ମାରି ଦେଇଥିବାବେଳେ ଚନ୍ଦ୍ରଗିରି ଅଞ୍ଚଳରେ ଏକ କୁଟୁରା ଶାବକକୁ ଲୋକେ କୂଅରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର...

ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ: କନଷ୍ଟେବଳ ଗିରଫ, ୨୧ କେଜି ଗଞ୍ଜେଇ ଜବତ

ସମ୍ବଲପୁର/ରେଙ୍ଗାଲି,୩୦।୮ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲିରେ ଜିଆର୍‌ପି ଗାଡ଼ି (ଓଡି-୦୫-ଏପି-୨୭୪୪)ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଙ୍ଗାଲି ଥାନା ପୋଲିସ ହାତରେ ଧରା ପଡ଼ିଛି। ଗାଡିରୁ ୨୧...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଡେରାବିଶ,୧୦।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଧୀନ ବଳଭଦ୍ରପୁରପାଟରେ ସୋମବାର ସକାଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ...

ଜୁନାଗଡ ଓକିଲ ସଂଘ ବାଛିଲା ଅନ୍ତରୀଣ କମିଟି

ଜୁନାଗଡ,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ଓକିଲ ସଂଘ କାର୍ଯ୍ୟନିର୍ବାହୀ କମିଟିର ଜରୁରୀକାଳୀନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ଏକ ଅନ୍ତରୀଣ...

Advertisement
Archives

Model This Week