ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପସ୍‌ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଖୁଣ୍ଟା,୨୦ା୮(ଡି.ଏନ୍‌.ଏ)-ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ସୋମବାର ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ କାର୍ଯ୍ୟାଳୟରେ ଚାଷୀମାନେ ତାଲା ପକାଇ ଦେଇଥିଲେ। ଚାଷୀମାନେ ନିଜ କେନ୍ଦ୍ରରେ ଧାନ ବିକ୍ରି କରି ପାରୁ ନ ଥିବା ଦର୍ଶାଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ବାହାନଡା ଲ୍ୟାମ୍ପସ ଅଧୀନରେ ଥିବା ବାହାନଡ଼ା ଓ ଭୋଳାଗଡ଼ିଆ କେନ୍ଦ୍ରରେ ସେମାନେ ସୁବିଧାରେ ଧାନ ବିକ୍ରି କରି ଆସୁଥିଲେ। ମାତ୍ର ଗତ ରବି ଋତୁରେ ଲ୍ୟାମ୍ପସରେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଧାନ ନ କିଣିବା ପାଇଁ ନିର୍ଦ୍ଦେଶ ଆସିଛି ବୋଲି ଲ୍ୟାମ୍ପସର ଏମ.ଡି କହିଥିଲେ। ଏହି ଘଟଣା ସମ୍ପର୍କରେ ସେତେବେଳେ କେତେକ ଚାଷୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ମାତ୍ର ୧୬ ଜଣ ଚାଷୀ ୨୫୦ କୁଇଣ୍ଟାଲ ଧାନ ବିସିପୁର ଲ୍ୟାମ୍ପସରେ ବିକ୍ରି କରିଥିଲେ। ଖରିଫ ଋତୁରେ ଅମଳ ଧାନକୁ ଲ୍ୟାମ୍ପସ କିଣିବ ବୋଲି ସେତେବେଳେ ଚାଷୀମାନଙ୍କୁ କୁହାଯାଇଥିଲା। ମାତ୍ର ବର୍ତ୍ତମାନ ଖରିଫ ଋ଼ତୁ ଧାନ ବିକ୍ରୟ ପାଇଁ ଅନ୍‌ଲାଇନ ପଞ୍ଜିକରଣ ଚାଲିଥିବା ବେଳେ ବାହାନଡା ଲ୍ୟାମ୍ପସରେ ପଞ୍ଜିକରଣ କରାଯାଉ ନାହିଁ। ଚାଷୀମାନଙ୍କୁ ଗାଁଠାରୁ ୩୫ କି.ମି ଦୂର ବିସିପୁର ଲ୍ୟାମ୍ପସରେ ଅନଲାଇନ ପଞ୍ଜିକରଣ କରିବା ପାଇଁ କୁହାଯାଉଛି। ଫଳରେ ଭୋଳାଗଡ଼ିଆ ଧାନ କିଣା କେନ୍ଦ୍ର ଅଧୀନ ଭୋଳାଗଡ଼ିଆ, ବଡ଼ ପଥରା ଓ ଡେଙ୍ଗାମ ଗ୍ରାମର ଚାଷୀମାନେ ଧାନ କେଉଁଠି ବିକିବେ ଆଶଙ୍କା କରି ଲ୍ୟାମ୍ପସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଅପରାହ୍ନରେ ଏଆରସିଏସ ଦୁଃଖିଆ ଟୁଡୁ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ଦାବି ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅପରାହ୍ନ ୪ରୁ ଟିକା ପଞ୍ଜୀକରଣ

ଭୁବନେଶ୍ବର, ୨୮।୪(ବ୍ୟୁରୋ): ସାରାଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ପଞ୍ଜୀକରଣ...

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି...

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ...

ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ

ବାରଙ୍ଗ,୧ା୬(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ଏକ ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିକୁ ଗତ ୪ ତାରିଖରେ କୋରାପୁଟ ରେଞ୍ଜରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା।...

ଆରମ୍ଭ ହେଲା ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ):ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଏଫ୍‌ଏଫ୍‌ବି)ର ଦ୍ୱାଦଶ ସଂସ୍କରଣ ସୋମବାରଠାରୁ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିବାକୁ ଥିବା...

ପୁରୀ ବିମାନବନ୍ଦର ବିଳମ୍ବ ପାଇଁ ରାଜ୍ୟକୁ ଦାୟୀ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୪।୩: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭରେ ବିଳମ୍ବକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ରାଜ୍ୟ...

ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ

କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର,...

ଅଫିସରରାଜ୍‌ ଗଣତନ୍ତ୍ର ପାଇଁ ବିପଦ: ସୌମ୍ୟ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଶାରେ ଅପେକ୍ଷାକୃତ ଭାବେ ମଦ୍ୟପାନ ହାର ବଢୁଛି। ଏ ସମ୍ପର୍କିତ ପ୍ରଶ୍ନରେ ଅଫିସରଙ୍କଠାରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ କହିଲେ, ଭୁବନେଶ୍ୱରରେ ମଦ୍ୟପାନ ହାର...

Advertisement
Archives

Model This Week