Posted inବରଗଡ଼

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର ଧାନ ବିକ୍ରି ହୋଇ ପାରି ନାହିଁ । କେତେକ ମଣ୍ଡିକୁ ମିଲର୍ସ ଆସୁ ନ ଥିବାରୁ ସେଠାରେ ଧାନ ଉଠାଣ ବନ୍ଦ ରହିଥିବାବେଳେ ଚାଷୀଙ୍କ ଟୋକନ ଗାଏବ ସମସ୍ୟା ଏବେ ଜଟିଳ ହୋଇ ପଡ଼ିଛି। ଏଥିପାଇଁ ଜିଲାର ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଅନ୍ୟପଟେ ଜିଲାକୁ ମୌସୁମୀ ପ୍ରବେଶ କରିସାରିଛି । ତୁହାକୁ ତୁହା ବର୍ଷା ହେଉଛି । ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଥିବା ଧାନ ଭିଜି ନଷ୍ଟ ହେବାରେ ଲାଗିଛି । ଏପରିକି ପୂର୍ବରୁ ହୋଇଥିବା ବର୍ଷାରେ କେତେକ ସ୍ଥାନରେ ଧାନ ଗଜା ହୋଇଛି । ଏହା ଚାଷୀ ପାଇଁ ଚିନ୍ତାର କାରଣ ପାଲଟି ଥିବାବେଳେ ବେପାରୀ, ମିଲର୍ସମାନେ ଦିନକୁ ଦିନ କଟନୀଛଟନୀ ପ୍ରକ୍ରିୟାକୁ ଜୋରଦାର କରିବାରେ ଲାଗିଛନ୍ତି ।
ଗତ ଏପ୍ରିଲ ମାସ ୮ତାରିଖରୁ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ୫୧ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଧାନକିଣାରେ ସାମିଲ ହୋଇଛନ୍ତି। ଧାନ ବିକିବା ପାଇଁ ୭୨ହଜାର ୨୩ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ ୬୩ହଜାର ୩୯୧ଜଣ ଚାଷୀ ୫୧ଲକ୍ଷ ୩୨ହଜାର ୬୪୨ କୁଇଣ୍ଟାଲ ଧାନ ବିକିଛନ୍ତି । ମଣ୍ଡି ଖୋଲିବା ଆରମ୍ଭରୁ କିଛିଦିନ ଧରି ଅଚଳାବସ୍ଥା ଜାରି ରହିଥିଲା । ପରବର୍ତ୍ତୀ ସମୟରେ ଧାନ ଉଠାଣ ଚାଲିଥିଲେ ହେଁ ପରେ ତାହା ମନ୍ଥର ହୋଇଥିଲା । ତେବେ ମଣ୍ଡିକୁ ଆସୁଥିବା ଧାନ ବଦଳରେ ଫଲ୍ସ ଏଣ୍ଟ୍ରି କରି ଧାନ କିଣାଯାଇ ତାହା ସିଧାସଳଖ ରାଇସ୍‌ ମିଲ୍‌କୁ ଯାଉଥିବା ଭଳି ଅଭିଯୋଗ ହୋଇଆସୁଛି । ସେହିପରି କାଳବୈଶାଖୀ ପରେ ଏବେ ଜିଲାକୁ ମୌସୁମୀ ପ୍ରବେଶ ବେପାରୀଙ୍କୁ ବେଶ୍‌ ସୁହାଇଛି । ବର୍ଷା ଆଶଙ୍କା ଯେତେ ବଢ଼ି ଚାଲିଛି, ମିଲର୍ସ ଓ ବେପାରୀମାନେ ସେତେ ସକ୍ରିୟ ହୋଇ ଉଠୁଛନ୍ତି । ଜାଣିଶୁଣି ମଣ୍ଡିରୁ ଧିମା ଗତିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିକୁ ଦୀର୍ଘଦିନ ଧରି ମିଲର୍ସଙ୍କ ପାଦ ପଡୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଜିଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା, ଭେଡ଼େନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଭଳି ମଣ୍ଡିରେ ବହୁ ପରିମାଣରେ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ଖୋଲା ଆକାଶ ତଳେ ରହିଥିବା ସେହି ଧାନକୁ ଚାଷୀମାନେ ତାରପୋଲିନ ଘୋଡ଼ାଇ ଦିନରାତି ଜଗି ରହୁଛନ୍ତି।
ଏଭଳି ପରିସ୍ଥିତିରେ ଅନେକ ଚାଷୀଙ୍କ ଟୋକନ ନମ୍ବର ଗାଏବ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲାର ପ୍ରଧାନପାଲି ଗ୍ରାମରେ ପ୍ରାୟ ୪୦ଜଣ ଚାଷୀଙ୍କ ଟୋକନ ନମ୍ବର କମ୍ପ୍ୟୁଟରରୁ ଉଡ଼ିଯିବା ଭଳି ପରିସ୍ଥିତି ଉପୁଜିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଥିବା କହିଛନ୍ତି । କେବଳ ପ୍ରଧାନପାଲି ନୁହେଁ, ଜିଲାର ଅନ୍ୟ କେତେକ ଅଞ୍ଚଳର ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ସବୁ ସମୟରେ ପ୍ରଶାସନ, ଧାନକ୍ରୟ ସଂସ୍ଥା, ମିଲର୍ସ ମିଲିଭଗତରେ ଜାଣିଶୁଣି ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ କରାଉଛନ୍ତି । ଏବେ ଟୋକନ ଗାଏବ ତାର ପ୍ରମାଣ । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେସ୍ରାଙ୍କୁ ପଚାରିବାରୁ ଅଳ୍ପ କିଛି ଚାଷୀଙ୍କ କ୍ଷେତ୍ରରେ ସେଭଳି ସମସ୍ୟା ଉପୁଜିଛି । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସେଭଳି ହୋଇଥିବା ସେ କହିଛନ୍ତି । ମାତ୍ର ତାହା ଯଥାଶୀଘ୍ର ଠିକ୍‌ ହୋଇଯିବ ଏବଂ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼...

କୃଷି ଆଇନକୁ ବିରୋଧ

ବରଗଡ଼ ଅଫିସ,୨୭ା୯: ସଂଯୁକ୍ତ  କୃଷକ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବରଗଡ଼...

ବର୍ଷା ସାଙ୍ଗକୁ କୁଆପଥର ମାଡ଼

ଅମ୍ବାଭୋନା,୨୮।୧୨(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭେନା ବ୍ଲକରେ ମଙ୍ଗଳବାର ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏଥିରେ ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି ।...

ଯନ୍ତ୍ରୀଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବରଗଡ଼ ଅଫିସ, ୨୦।୨: ବରଗଡ଼ ଜିଲା ଅମ୍ବାଭୋନା ଥାନା କଣ୍ଠିପାଲି ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ କାର୍‌ (ନଂ.ଓଆର୧୭ଜେ/୫୪୨୪) ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ...

ପରିଚଏ ବଲି କିଛି ନାଇଁ: ବିଦେଶୀ ପାଲଟିଛନ୍‌ ଦିବ୍ୟାଙ୍ଗ ଦୁର୍ଜନ

ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍‌.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍‌କର ବିକାଶ ଲାଗି ସବୁ ସ୍ତରରେ ବେବସ୍‌ତା ରହିଛେ। ସେନ୍‌ତା ଗଁାରେ ଜନପରତିନିଧି ହିସାବେ...

ଭାଇରାଲ ଭିଡିଓ: ଶିକ୍ଷକଙ୍କୁ ସିଆର୍‌ସିସିଙ୍କ ଆଶାଳୀନ ବ୍ୟବହାର

ବରଗଡ଼ ଅଫିସ୍‌,୧୨।୧।: ବରଗଡ଼ ଜିଲା ବିଜେପୁର ବ୍ଲକ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କେନ୍ଦ୍ର ସାଧନ ସଂଯୋଜକ(ସିଆର୍‌ସିସି) ସ୍ଥାନୀୟ ଶିକ୍ଷକଙ୍କ ପ୍ରତି ଆଶାଳୀନ ବ୍ୟବହାର...

ବରଗଡ଼ରେ ରବିଋତୁ ଧାନ କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୮।୫: ବରଗଡ଼ ଜିଲାରେ ଶୁକ୍ରବାରଠାରୁ ରବିଋତୁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବରଗଡ଼ ଓ ଅତାବିରା ନିୟନ୍ତ୍ରିତ ବଜାର କମିଟି...

ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍‌: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭...

Advertisement
Archives

Model This Week