ଧାନକିଣାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ବାରିପଦା ଅଫିସ, ୧୯ା୬-ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଏଥିରେ ସରକାରୀ କର୍ମଚାରୀ, ମିଲର, ଦଲାଲମାନେ ସମ୍ପୃକ୍ତ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ଚାଷୀମାନେ ଗୁରୁବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ କୁହାଯାଇଛି ଯେ, ଦେଉଳି ଲ୍ୟାମ୍ପସରେ କାଣିମହୁଲି ଗ୍ରାମର ନବୀନ ଚନ୍ଦ୍ର ବାରିକ ପଞ୍ଜୀକୃତ କରିବା ପରେ ତାଙ୍କୁ ଟୋକନ ମିଳିଥିଲା। ସେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପସକୁ ଯାଇଥିଲେ। ହେଲେ ସେଠାରେ ଲ୍ୟାମ୍ପସର ଏମ୍‌ଡି ତାଙ୍କୁ ପଦୁଗିରିଶୋଳଠାରେ ଥିବା ରାଇସ ମିଲରେ ଧାନ ବିକ୍ରି କରିବା ପାଇଁ କହିଥିଲେ। ବାଧ୍ୟ ହୋଇ ମିଲରେ ସେ ୧୨୧ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ମିଲର କୁଇଣ୍ଟାଲ ପିଛା ୧୦ରୁ ୧୧ କିଲୋ ଧାନ କାଟି କିଣିଥିଲେ। ସେହିଭଳି ସେ ମିଲକୁ ଗାଡ଼ି ଖର୍ଚ୍ଚ କରି ନେଇଥିଲେ। ଏଭଳି ତାଙ୍କୁ ଠକେଇର ଶିକାର ହେବାକୁ ପଡ଼ିଛି। ଖାଲି ନବୀନ ନୁହନ୍ତି, ଜିଲାରେ ଏଭଳି ଅନେକ ଚାଷୀ ରବି ଧାନ ବିକ୍ରିରେ ଠକେଇର ଶିକାର ହୋଇଛନ୍ତି। ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରବି ଧାନ ବିକ୍ରି ପାଇଁ ଠିକ୍‌ ଭାବେ ସଚେତନ କରାଯାଇ ନାହିଁ କି ପ୍ରଚାର ପ୍ରସାର କରାଯାଇନାହିଁ। ଫଳରେ ଅଧିକାଂଶ ଚାଷୀ ପଞ୍ଜୀକୃତ କରିବାରୁ ବଞ୍ଚିତ ହୋଇଛନ୍ତି। ଯେଉଁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଥିଲେ, ସେମାନେ ଟୋକନ ପାଇଥିଲେ ମଧ୍ୟ ଲ୍ୟାମ୍ପସଗୁଡ଼ିକ ସେମାନଙ୍କ ଧାନ ନ କିଣି ବିଭିନ୍ନ ବାହାନ ଦେଖାଇ ମିଲରମାନଙ୍କୁ ଧାନ ବିକ୍ରି କରିବା ପାଇଁ ପରୋକ୍ଷରେ କହିଛନ୍ତି। ସେହିଭଳି ଯେଉଁ ଚାଷୀମାନେ ଧାନ ଦେଇଛନ୍ତି ସେମାନଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୨ କିଲୋ କଟାଯାଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ସେହଭିଳି କିଛି ଲ୍ୟାମ୍ପସ ଏମଡ଼ିମାନଙ୍କ ପରିବାର, ବନ୍ଧୁବର୍ଗଙ୍କ ନାମ ପଞ୍ଜୀକୃତ କରି ଧାନ ବିକ୍ରି କରାଯାଇଛି, ଏହାର ତଦନ୍ତ କରାଗଲେ ପ୍ରକୃତ କଥା ବାହାରକୁ ଆସିବ। ଲ୍ୟାମ୍ପସରେ ଧାନ ନ ଦେଇ ଚାଷୀ ସିଧାସଳଖ ମିଲରକୁ ଦେବା ଫଳରେ ପରିବହନ ବାବଦ ଖର୍ଚ୍ଚ ଲ୍ୟାମ୍ପସ ଚାଷୀଙ୍କୁ ଦେଉନାହିଁ। ଫଳରେ ଚାଷୀଙ୍କ କ୍ଷତି ସହୁଛି। ତେଣୁ ଏହାର ତଦନ୍ତ ପାଇଁ ଏକାଧିକ ଚାଷୀ ଗୁରୁବାର ଜିଲାପାଳଙ୍କଠାରେ ଦାବି କରିଛନ୍ତି। ପ୍ରଭାସ କରମହାପାତ୍ରଙ୍କ ନେତୃତ୍ୱରେ ପର୍ଶୁରାମ ଖର୍ଦ୍ଦା, ରାମରାୟ ହାସଁଦା, ରଞ୍ଜନ କୁମାର ନାୟକଙ୍କ ସମେତ ଏକାଧିକ ଚାଷୀ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri