ଧନ୍ୟ ଗୁରୁ ଧନ୍ୟ ଶିଷ୍ୟ

ଅକ୍ଷୟ ମହାନ୍ତି
ଆଉ ଦିନକ ପରେ ଗୁରୁଦିବସ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଓ ସମର୍ଥ ରାମଦାସଙ୍କ ପରି ଗୁରୁ କ’ଣ ଆଉ ଜନ୍ମ ହେବେନି? ଗୁରୁ ରାମଦାସ ଓ ଶିବାଜୀଙ୍କ ବିଷୟରେ ଛୋଟିଆ କଥାଟିଏ। ଗୁରୁଙ୍କର ସଦା ପ୍ରସନ୍ନତା ଦେଖି ଶିବାଜୀ ଭାବିଲେ ସେ ଯଦି ସନ୍ନ୍ୟାସୀ ହୋଇଯିବେ, ତେବେ ସେ ବି ଗୁରୁଙ୍କ ପରି ସବୁବେଳେ ସାଧନଭଜନ କରି ଓ ସାଂସାରିକ ଦାୟଦାୟିତ୍ୱରୁ ମୁକ୍ତ ରହି ପ୍ରସନ୍ନ ରହିପାରିବେ। ଗୁରୁଙ୍କୁ ଅଭିପ୍ରାୟ ଜଣାନ୍ତେ ସେ ସ୍ମିତହାସ୍ୟ କରି ସମ୍ମତି ଜଣାଇଲେ। ସନ୍ନ୍ୟାସ ନେବା ପୂର୍ବରୁ ସେ ରାଜ୍ୟଭାର କାହାକୁ ଦେବେ ବୋଲି ଗୁରୁଙ୍କୁ ପ୍ରଶ୍ନ କରନ୍ତେ ଗୁରୁ କହିଲେ, ମୋତେ ଦେଇଦେ। ଶିବାଜୀ ଆଞ୍ଜୁଳାଏ ପାଣି ହାତରେ ଟେକିଦେଇ କହିଲେ- ହେ ଗୁରୁଦେବ! ଏ ସମଗ୍ର ରାଜ୍ୟ ମୁଁ ଆପଣଙ୍କ ହାତରେ ଅର୍ପଣ କରିଦେଲି। ତା’ପରେ ଏକ ଗେରୁଆ ବସ୍ତ୍ର ପରିଧାନ କରି ସନ୍ନ୍ୟାସ ଦୀକ୍ଷା ନେବାକୁ ଗୁରୁଦେବଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ। ଉପସ୍ଥିତ ସଭାସଦ୍‌ ଏବଂ ରାଜ୍ୟବାସୀ ଦୁଃଖରେ ମ୍ରିୟମାଣ ହୋଇ ପଡ଼ୁଥିଲେ। ଶିବାଜୀ ନିଜର ଦୈନନ୍ଦିନ ଚଳଣି ଲାଗି କିଛି ଅର୍ଥ ନେବାକୁ ଇଚ୍ଛାପ୍ରକଟ କଲେ। ଗୁରୁଦେବ ତତ୍‌କ୍ଷଣାତ୍‌ ଏହା ଉପରେ ରୋକ୍‌ ଲଗାଇ କହିଲେ, ଶିବାଜୀ ତୁମେ ତୁମର ସମଗ୍ର ରାଜ୍ୟ ମୋତେ ଦାନ କରିଦେଇଛ। ରାଜକୋଷ ଉପରେ ତୁମର କୌଣସି ଅଧିକାର ନାହିଁ। ତୁମେ କିଛି ନେଇପାରିବ ନାହିଁ। ଗୁରୁଦେବ କହିଲେ, ଶିବାଜୀ ମୁଁ ତୁମର ଗୁରୁ। ମୁଁ ଏ ରାଜ୍ୟର ଶାସନକର୍ତ୍ତା। ମୁଁ ଯାହା କହିବି, ତୁମେ ମାନିବାକୁ ବାଧ୍ୟ। ଯେହେତୁ ମୁଁ ଜଣେ ସନ୍ନ୍ୟାସୀ, ଏ ରାଜ୍ୟ ଚଳାଇବା ପାଇଁ ଜଣେ ଯୋଗ୍ୟ ଲୋକ ବାଛିବା ମୋର କର୍ତ୍ତବ୍ୟ। ଏ ରାଜ୍ୟକୁ ସୁଶାସନ ଦେବା, ରାଜ୍ୟର ସୀମାକୁ ସୁରକ୍ଷିତ ରଖିବା ଭଳି ବ୍ୟକ୍ତି ତୁମ ଛଡ଼ା ଆଉ କେହି ମୋ ଆଖିକୁ ଦେଖାଯାଉନାହାନ୍ତି। ତୁମକୁ ମୋର ସେବକ ଭାବରେ ଏ ରାଜ୍ୟର ଶାସନ ଏବଂ ସୁରକ୍ଷାଭାର ତୁମ ହାତରେ ହିଁ ଅର୍ପଣ କରୁଛି। ନଗରବାସୀଙ୍କର ଜୟଜୟକାର ଧ୍ୱନିରେ ରାଜ୍ୟ ପ୍ରକମ୍ପିତ ହୋଇ ଉଠିଲା। ଧନ୍ୟ ସେହି ଗୁରୁ, ଧନ୍ୟ ସେହି ଶିଷ୍ୟ।
ମହୁରା, ଭୁବନେଶ୍ୱର, ମୋ-୯୯୩୭୪୬୨୫୦୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri