ଧନୁର୍ଜୟପୁର, ବାଙ୍ଗର ପଞ୍ଚାୟତରେ ପ୍ରବାସୀଙ୍କ ଲାଗି ୨ ଆଇସୋଲେଶନ କେନ୍ଦ୍ର ପ୍ରସ୍ତୁତ

ହାଟଡିହୀ,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଙ୍ଗଲ ପାହାଡ଼ ଘେରାରେ ଧନୁର୍ଜୟପୁର ପଞ୍ଚାୟତ ଅଧୀନରେ ୧୨ଟି ଏବଂ ବାଙ୍ଗର ଅଧୀନରେ ୧୨ଟି ୱାର୍ଡ ରହିଛି। ଏହି ପଞ୍ଚାୟତରେ ଶତକଡା ୭୦ଭାଗ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। କରୋନା ମୁକାବିଲା ଲାଗି ଉଭୟ ପଞ୍ଚାୟତ ପକ୍ଷରୁ କୁଶଟିକିରି ଓ ବାଙ୍ଗର ସ୍କୁଲଠାରେ ୫୦ ଶଯ୍ୟା ବିଶିଷ୍ଟ ୨ଟି ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ଉଭୟ ପଞ୍ଚାୟତରେ ପ୍ରାୟ ୪୦୦ ଲୋକ ବାହାର ରାଜ୍ୟରେ ଥିବା ନାମ ପଞ୍ଜୀକରଣ କରିଛନ୍ତି। ଆଗକୁ ଶଯ୍ୟା ସଂଖ୍ୟା ଆହୁରି ଶହେକୁ ବୃଦ୍ଧି କରାଯିବ ବୋଲି ସରପଞ୍ଚ ଅନ୍ନପୂର୍ଣ୍ଣା ରାଉତ ଓ ସୁପ୍ରଭା ରାଉତ କହିଛନ୍ତି। ପଞ୍ଚାୟତ ପକ୍ଷରୁ ୧୨୦ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରତିଦିନ ଦିଆଯାଉଛି। ରାଶନ କାର୍ଡ, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ପଞ୍ଚାୟତର ଜିଆରଏସ୍‌ ବିନୟ ମଲିକ ଓ ଜୀନତ ଖାତୁନ,ଜେଇ ପ୍ରଶାନ୍ତ ପଣ୍ଡା ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ସମିତି ସଭ୍ୟା କନକକାନ୍ତି ରାଉତ, ସମିତି ସଭ୍ୟ ବିବେକାନନ୍ଦ ରାଉତ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରୁଛନ୍ତି। ଏଥିସହ ବହୁ ଗରିବ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି। ଅପରପକ୍ଷେ ଯୁବ ସାମାଜିକ କର୍ମୀ ବିଶ୍ୱଜିତ ରାଉତ ୨୦୦ରୁ ଊର୍ଦ୍ଧ୍ୱ ପରିବାରକୁ ସାବୁନ, ମାସ୍କ, ଚୁଡା, ଗୁଡ଼,ଚାଉଳ, ଡାଲି, ଆଳୁ, ଲୁଣ, ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ଗାଡ଼ିମାଲିକଙ୍କ ବିରୋଧରେ ଗିରଫ ପରୱାନା

ବାଲେଶ୍ୱର ଅଫିସ, ୧୪ା୨:  ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ୱର ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ି...

ସମ୍ବଲପୁର ଜିଲାପାଳଙ୍କଠାରେ ଫେରାଦ ହେଲେ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ଛାତ୍ରୀଛାତ୍ର

ସମ୍ବଲପୁର,୫।୩(ବ୍ୟୁରୋ):ସମ୍ବଲପୁର ଜିଲା ଧନୁପାଲି ଥାନା ଏକ ଅଣସ୍ବୀକୃତି ପ୍ରାପ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଯୁକ୍ତ ୨ କଳା ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଛାତ୍ରୀଛାତ୍ରମାନେ...

ବର୍ଷାରେ ଦବିଲା ପୋଲ

ଛେଣ୍ଡିପଦା,୨୬।୧୦(ସ୍ବ.ପ୍ର.) – ଅନୁଗୋଳ ଜିଲାରେ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁ ଶୁକ୍ରବାର ଛେଣ୍ତିପଦା ବ୍ଲକ କୁମ୍ଭାରିଆ ନାଳ ଉପରେ ନିର୍ମିତ ପୋଲର...

ସୀମାନ୍ତରେ ଧରାପଡ଼ିଲେ ୪୭ ଶ୍ରମିକ

ଚମ୍ପୁଆ, ୮।୫(ଡି.ଏନ.ଏ.)- କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଉପାନ୍ତ ଅଞ୍ଚଳର ସୀମା ସିଲ୍‌ କରାଯାଇଛି। ଏଠାରେ ବ୍ୟାପକ ତନଖି ସହିତ ଅନୁପ୍ରବେଶ ରୋକିବା...

ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ

ଛତ୍ରପୁର,୧୮ା୮(ଡି.ଏନ.ଏ)-ଛତ୍ରପୁର ବ୍ଲକର ସମସ୍ତ ସରକାରୀ ସ୍କୁଲରେ କାର୍ଯ୍ୟରତ ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପାତ୍ରର ଯାଞ୍ଚ ଶନିବାରଠାରୁ ଆରମ୍ଭ ହୋଇଛି। ବ୍ଲକ ଶିକ୍ଷା...

ଡ୍ରେନେଜ ସମସ୍ୟା ନେଇ କମିଶନରଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୧୪ ନଂ. ୱାର୍ଡ ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ଦୀର୍ଘ ଦିନ ଧରି ଡ୍ରେନ୍‌ ମରାମତି କାର୍ଯ୍ୟ ହେଉ ନ ଥିବା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଜୁନାଗଡ,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ପଞ୍ଚାୟତରେ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ଏଥିରେ ପଞ୍ଚାୟତର ୨୯ଜଣ ହିତାଧିକାରୀଙ୍କୁ...

ଏମକେସିଜିରେ ପୁଣି ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୧୦।୪: କରୋନା ଭାଇରସ ଆତଙ୍କ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଡାର ମୁକାବିଲା ଲାଗି ସରକାର ସାରା ଦେଶରେ ଲକ୍‌ ଡାଉନ...

Advertisement
Archives

Model This Week