ଧନଞ୍ଜୟନ୍‌ ଦମ୍ପତିଙ୍କୁ ‘ଭରତମୁନୀ ସମ୍ମାନ’

ଭୁବନେଶ୍ୱର, ,୧୭ା୧୨(ବ୍ୟୁରୋ): ଏକାଦଶ ଭରତମୁନୀ ମହୋତ୍ସବ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ ନାଟ୍ୟଶାସ୍ତ୍ର ପ୍ରଣେତା ଭରତମୁନୀଙ୍କ ଅବଦାନରେ ଗାନ୍ଧର୍ବ କଳା ବିଶ୍ୱମୁଖୀ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏଥିରେ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଭାରତନାଟ୍ୟମ୍‌ ନୃତ୍ୟଗୁରୁ ପଦ୍ମବିଭୂଷଣ ଧନଞ୍ଜୟନ୍‌ ଦମ୍ପତିିଙ୍କୁ ‘ଏକାଦଶ ଭରତମୁନୀ’ ସମ୍ମାନ ପ୍ରଦାନ କରାଯାଇଥିଲା। ଅସୁସ୍ଥତା ହେତୁ ଧନଞ୍ଜୟନ୍‌ଙ୍କ ଏହି ମର୍ଯ୍ୟାଦାଜନକ ସମ୍ମାନକୁ ତାଙ୍କ ସୁକନ୍ୟା ଦିବ୍ୟାଧରନ୍‌ ଧନଞ୍ଜୟନ୍‌ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଅବସର ବେଉରିଆ ସ୍ବାଗତଭାଷଣ ଦେଇଥିବାବେଳେ ଟ୍ରଷ୍ଟି ପୁଷ୍ପିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନା ଏବଂ ଅଂଶୁମାନ୍‌ ମିଶ୍ରଙ୍କ ପରିଚାଳନାରେ ପ୍ରସ୍ତୁତ ସନ୍ଧ୍ୟାରେ ପ୍ରଥମ ପରିବେଷଣ ଥିଲା ‘ନୃତ୍ୟଶାଳା’ ଅନୁଷ୍ଠାନର ଦଳଗତ ଉପସ୍ଥାପନା ‘ସରସ୍ବତୀ ବନ୍ଦନା’। ପରେ ପରେ ନୃତ୍ୟାଭିନୟ ‘ବର୍ଷା, ବସନ୍ତ ଓ ବୈଶାଖ’ ପରିବେଷିତ ହୋଇଥିଲା। ଏହାପରେ ଗୁରୁ ଅଶୋକ କୁମାର ଘୋଷାଲ ଓ ବନ୍ଦିତା ଘୋଷାଲଙ୍କ ମନଛୁଆଁ ପରିବେଷଣ ପରେ ବିଶିଷ୍ଟ କଥାକଳି ଶିଳ୍ପୀ ରଣଜିଶ୍‌ ନାୟାର ‘ଦୁର୍ଯ୍ୟୋଧନ ବଧନ୍‌’ ପରିବେଷଣ କରିଥିଲେ। ଅନ୍ତିମ ଚରଣରେ ଭାରତନାଟ୍ୟମ୍‌ ନୃତ୍ୟାଙ୍ଗନା ଦିବ୍ୟାଧରନ୍‌ ଧନଞ୍ଜୟନ୍‌ ଶାସ୍ତ୍ରୀୟ ନୃତ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏହି ଅବସରରେ କଳିଙ୍ଗାୟନ ତୋର୍ଯ୍ୟତ୍ରିକମ୍‌ର ବାର୍ଷିକ ମୁଖପତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପୁଣି ୩୮୬ କରୋନା ପଜିଟିଭ ଚିହ୍ନଟ: ୫ ମୃତ

ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୩୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ...

‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ...

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ...

ଫିଲ୍ମରେ ଓଡ଼ିଶାର ସୌନ୍ଦର୍ଯ୍ୟ ଦେଖାଇବେ ନୀଳମାଧବ

ଭୁବନେଶ୍ୱର,୭ା୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଦେଖାଯାଉଥିବା ଏକୁଟିଆପଣ, ଭୟ ଏବଂ ଭଲପାଇବାକୁ ନେଇ ଏକ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ଓଡ଼ିଶା ଜନ୍ମିତ ଜାତୀୟ...

ଆଜିଠୁ କମିବ, ୧୮ରୁ ବଢିବ

ଭୁବନେଶ୍ବର,୧୪।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ...

ଦୂରଦୃଷ୍ଟି ଅଭାବରୁ ଯୋଜନା ଦିଗହରା

ଢେଙ୍କାନାଳ ଅଫିସ, ୧୧।୪ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଖୋଳାଯାଇଛି ବିଶାଳକାୟ ପୋଖରୀ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ଟଙ୍କା। କାମ...

ବଦଳିଲେ ଖୋର୍ଦ୍ଧା, ଜଗତ୍‌ସିଂହପୁର ଜିଲାପାଳ

ଭୁବନେଶ୍ୱର,୧୯। ୧୦(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ଏବଂ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ...

ଓଡ଼ିଶା ପାଇଁ ଜୁନ୍‌ ନିର୍ଣ୍ଣାୟକ ମାସ, ଘାଟି ଡେଇଁଗଲେ ବିପଦ କମିଯିବ: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଶା ପାଇଁ ଜୁନ୍‌ ମାସ ନିର୍ଣ୍ଣାୟକ ମାସ। ଏହା ପଛରେ ଦୁଇଟି କାରଣ ରହିଛି। ଗତ କିଛି ସପ୍ତାହରେ ରାଜ୍ୟକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ...

Advertisement
Archives

Model This Week