ଧଣ୍ଡାତୋପାରେ ଥମୁନି ହାତୀ ଉପଦ୍ରବ

ବଇଣ୍ଡା,୧୯।୧୦(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲୁ ଗ୍ରାମାଭିମୁଖୀ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏ ଦିଗରେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପାଇକସାହି, ଟାପଢୋଲ, ଗେଧିଲିମୁଣ୍ଡା, ଟାଙ୍କରସିଙ୍ଗା ଆଦି ଗ୍ରାମରେ ହାତୀ ଉପଦ୍ରବ କରି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଉଥିବାବେଳେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲୁ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସି ପାଇକସାହି ଗ୍ରାମର ଦୁଃଶାସନ ଗଡ଼ତିଆ, ଦିନବନ୍ଧୁ ସାହୁ, ନୀଳାଦ୍ରି ଗଡ଼ତିଆ, ନିରଞ୍ଜନ ଗଡ଼ତିଆ, ବୈଶାଖ ପ୍ରଧାନ, ଦାଶରଥି ଦେହୁରି, ପ୍ରକାଶ ନାୟକ, ବଇରି ଛତ୍ରିଆ, ବାବୁଲି ବେହେରା, ଟାପଢୋଲ ଗ୍ରାମର ଲୋକନାଥ ବେହେରା, ସୁଲୋଚନା ଦେହୁରି, କାମିନି ଦେହୁରି, ଗେଧିଲିମୁଣ୍ଡା ଗ୍ରାମର ପ୍ରଶାନ୍ତ ସାହୁ, ଦୁଃଖିରାମ ସାହୁ, ଟାକରସିଙ୍ଗା ଗ୍ରାମର ଶାନ୍ତି ବେହେରା, ବନମାଳୀ ଗଡ଼ନାୟକ, ମହର୍ଗା ନାୟକ, କଂସ ଦେହୁରିଙ୍କ ୪୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ଦଳି ନଷ୍ଟ କରି ଦେଇଛନ୍ତି। ଚଳିତ ବର୍ଷ ଧାନ ଚାଷ ଭଲ ହୋଇଥିବାବେଳେ ହାତୀ ଉପଦ୍ରବ ଯୋଗୁ ଚାଷୀମାନେ କିଭଳି କରିଥିବା ଋଣ ସୁଝିବେ ସେ ନେଇ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ହାତୀ ଘଉଡ଼ାଇବା ପାଇଁ ବହୁବାର ପାଇକସାହି ଗ୍ରାମବାସୀ ଧଣ୍ଡାତୋପା ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟକୁ ଖୁବଶୀଘ୍ର ଘେରାଉ କରାଯାଇ ଆନ୍ଦୋଳନ କରାଯିବ ବୋଲି ଟାରଢୋଲ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ନେଇ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ କହିଛନ୍ତି, ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଏକ ଟିମ ମଧ୍ୟ ଗଠନ କରାଯାଇଛି। ହାତୀକୁ ଜଙ୍ଗଲକୁ ଘଉଡ଼ାଯାଉଥିବାବେଳେ ସେମାନେ ପୁଣି ଗ୍ରାମାଭିମୁଖୀ ହେଉଛନ୍ତି। ଖୁବଶୀଘ୍ର ହାତୀକୁ ଘଉଡ଼ାଯିବାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟଙ୍କ ହତ୍ୟା ମାମଲା: ବଡ଼ କଥା କହିଲେ ଆଇନ ମନ୍ତ୍ରୀ, ଜଣଜଣଙ୍କୁ…

ଭୁୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଲେ ଆଇନ ମନ୍ତ୍ରୀ କହିଛନ୍ତି।…

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ…

ହୃଦୟ ବିଦାରକ କଥା କହିଲେ ବାପା ଗୋରୁ ମଇଁଷି ଭଳି ବାଡେଇଲେ, ଦୁଇ ଝିଅଙ୍କୁ…

ବାଲିଅନ୍ତା,୯।୫: ହୃଦୟ ବିଦାରକ କଥା କହିଲେ GRP କନଷ୍ଟେବଲ ସୌମ୍ୟଙ୍କ ବାପା। ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ, ଏତେ କମ ଗିରଫ କାହିଁକି…

ଆସୁଛି ଲଘୁଚାପ; ଏହି ଜିଲାରେ ହୋଇପାରେ ପ୍ରବଳ ବର୍ଷା, ଓଡ଼ିଶାରେ…

ଭୁବନେଶ୍ବର,୯ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତନଠାରୁ ଦେଢ଼ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ ଦିନରେ ଏହା ଆହୁରି ଘନୀଭୂତ…

ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼, ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ

ଗଜପତି,୯ା୫(ଗିରିଧାରୀ ପରିଚ୍ଛା): ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ଜନଗଣନାକୁ ନେଇ ବିବାଦରେ ନୂଆମୋଡ଼ ଆସିଛି। ଓଡ଼ିଶା ଜନଗଣନା ଅଧିକାରୀଙ୍କୁ ବିରୋଧ କରୁଛନ୍ତି ଆନ୍ଧ୍ର ସପକ୍ଷବାଦୀ ଲୋକ। ଗାଁରେ ରହୁଥିବା…

କୋଦଳା ବାଲି ଢ଼ାବା ନିକଟରେ ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ବସ୍- ଟ୍ରକ ମୁହାମୁହିଁ ଧକ୍କା, ୧୫…

ଖଲ୍ଲିକୋଟ,୯ା୫(ପ୍ରଶାନ୍ତ କୁମାର ମିଶ୍ର): କୋଦଳା ଥାନା ବାଲି ଢ଼ାବା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ…

ସ୍ତ୍ରୀ-ସ୍ବାମୀଙ୍କୁ ଧକ୍କା ଦେଇ ଫେରାର ମାରୁଥିଲା କାର୍‌, ବାଟରେ ହେଲା ଚକା ପଙ୍କଚର, ଆଉ ତା’ ପରେ…

କଲ୍ୟାଣସିଂହପୁର,୯ା୫(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍‌ ବାଇକ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri