ଧଣ୍ଡାତୋପାରେ ଥମୁନି ହାତୀ ଉପଦ୍ରବ

ବଇଣ୍ଡା,୧୯।୧୦(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲୁ ଗ୍ରାମାଭିମୁଖୀ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏ ଦିଗରେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପାଇକସାହି, ଟାପଢୋଲ, ଗେଧିଲିମୁଣ୍ଡା, ଟାଙ୍କରସିଙ୍ଗା ଆଦି ଗ୍ରାମରେ ହାତୀ ଉପଦ୍ରବ କରି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଉଥିବାବେଳେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲୁ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସି ପାଇକସାହି ଗ୍ରାମର ଦୁଃଶାସନ ଗଡ଼ତିଆ, ଦିନବନ୍ଧୁ ସାହୁ, ନୀଳାଦ୍ରି ଗଡ଼ତିଆ, ନିରଞ୍ଜନ ଗଡ଼ତିଆ, ବୈଶାଖ ପ୍ରଧାନ, ଦାଶରଥି ଦେହୁରି, ପ୍ରକାଶ ନାୟକ, ବଇରି ଛତ୍ରିଆ, ବାବୁଲି ବେହେରା, ଟାପଢୋଲ ଗ୍ରାମର ଲୋକନାଥ ବେହେରା, ସୁଲୋଚନା ଦେହୁରି, କାମିନି ଦେହୁରି, ଗେଧିଲିମୁଣ୍ଡା ଗ୍ରାମର ପ୍ରଶାନ୍ତ ସାହୁ, ଦୁଃଖିରାମ ସାହୁ, ଟାକରସିଙ୍ଗା ଗ୍ରାମର ଶାନ୍ତି ବେହେରା, ବନମାଳୀ ଗଡ଼ନାୟକ, ମହର୍ଗା ନାୟକ, କଂସ ଦେହୁରିଙ୍କ ୪୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ଦଳି ନଷ୍ଟ କରି ଦେଇଛନ୍ତି। ଚଳିତ ବର୍ଷ ଧାନ ଚାଷ ଭଲ ହୋଇଥିବାବେଳେ ହାତୀ ଉପଦ୍ରବ ଯୋଗୁ ଚାଷୀମାନେ କିଭଳି କରିଥିବା ଋଣ ସୁଝିବେ ସେ ନେଇ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ହାତୀ ଘଉଡ଼ାଇବା ପାଇଁ ବହୁବାର ପାଇକସାହି ଗ୍ରାମବାସୀ ଧଣ୍ଡାତୋପା ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟକୁ ଖୁବଶୀଘ୍ର ଘେରାଉ କରାଯାଇ ଆନ୍ଦୋଳନ କରାଯିବ ବୋଲି ଟାରଢୋଲ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ନେଇ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ କହିଛନ୍ତି, ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଏକ ଟିମ ମଧ୍ୟ ଗଠନ କରାଯାଇଛି। ହାତୀକୁ ଜଙ୍ଗଲକୁ ଘଉଡ଼ାଯାଉଥିବାବେଳେ ସେମାନେ ପୁଣି ଗ୍ରାମାଭିମୁଖୀ ହେଉଛନ୍ତି। ଖୁବଶୀଘ୍ର ହାତୀକୁ ଘଉଡ଼ାଯିବାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?