ଦୟାନଦୀ ଜଳ ପ୍ରଦୂଷିତ : ଗ୍ରାମବାସୀ ଚର୍ମରୋଗରେ ଆକ୍ରାନ୍ତ

କଣାସ, ୩୧।୫ (ସ୍ବ.ପ୍ର.): କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀର ତିରିମଲ୍ଲ ନିକଟ ପାଣ୍ଡିଗିରିଠାରେ ଜଳପ୍ରବାହକୁ ବନ୍ଦକରି ଦିଆଯାଇଛି। ଫଳରେ ବାତ୍ୟାରେ ନଦୀ ଜଳରେ ଗଛପତ୍ରପଡି ପଚିଯାଇଥିବାରୁ ପାଣି ପ୍ରଦୂଷିତ ହୋଇଛି। ନଦୀ ଆଖପାଖ ଗ୍ରାମବାସୀ ନଦୀରେ ଦୈନନ୍ଦିନ ସ୍ନାନକରୁଥିବାରୁ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି। କୁଆଖାଇରୁ ବାହାରିଥିବା ଦୟାନଦୀ ତିରିମଲ୍ଲଠାରେ ଦୁଇଭାଗ ହୋଇ ରାଜୁଆନଦୀ ସୃଷ୍ଟି ହୋଇଛି। ଦୟାନଦୀର ପ୍ରଦେଶପଥ ଢିପ ହୋଇଥିବାରୁ ପ୍ରତ୍ୟେକ ବର୍ଷ ନଦୀରେ ଜଳପ୍ରବାହିତ ହୁଏନାହିଁ। ଜଳ ସମସ୍ୟାକୁ ନେଇ ତଳମୁଣ୍ଡର ଗ୍ରାମବାସୀ ପ୍ରତିବର୍ଷ ଜଳ କଷ୍ଟ ଭୋଗୁଥିବା ଅଭିଯୋଗ କରିବାରୁ ନଦୀଖୋଳା ଯାଇ ହ୍ୟୁମପାଇପ ପକାଇ ନଦୀଜଳ ଦୟାନଦୀରେ ପ୍ରବେଶ କରୁଥିଲା। ଚଳିତ ବର୍ଷ ହ୍ୟୁମପାଇପ୍‌ ମୁହଁରେ ବାଲି ଓ ନାଲିମୋରମ ଗଦାହୋଇଥିବାରୁ ଦୟାନଦୀରେ ପ୍ରବାହିତ ହେଉଥିବା ଜଳ ନ ଆସି ରାଜୁଆନଦୀରେ ଚାଲିଯାଉଛି। ଫଳରେ ପୂର୍ବରୁ ଗଚ୍ଛିତ ଥିବା ଦୂଷିତ ଜଳ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଦୟାନଦୀରେ ଜଳଛାଡିବାପାଇଁ ନଦୀକୂଳ ଗ୍ରାମବାସୀ ବାରମ୍ବାର କଣାସ ବିଡିଓ ଏବଂ ତହସିଲଦାରଙ୍କ ନିକଟରେ ଦାବିକରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବାରୁ ଜନଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାପାଇଁ ନଦୀପାଖ ଗ୍ରାମବାସୀ ଦାବିକରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

ଆୟୁଷ୍ମାନ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା: ମନ୍ତ୍ରୀ

ଭୁବନେଶ୍ୱର,୧୮।୭: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟ ଗଣମାଧ୍ୟମ…

Sonam Wangchuk: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ କିପରି ଟଙ୍କା ରୋଜଗାର କରନ୍ତି, ବର୍ତ୍ତମାନ ତାଙ୍କର ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ, ଇଞ୍ଜିନିୟର ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରେ ତାଙ୍କୁ…

Bullet Train: ତେଲଙ୍ଗାନାରେ ୬୫୦ଏକର ଜମି ଉପରେ ଲଢ଼େଇ! ବୁଲେଟ ଟ୍ରେନ ପ୍ରକଳ୍ପ ବିରୋଧରେ ପ୍ରତିବାଦ ଆରମ୍ଭ କଲେଣି ଚାଷୀ

ତେଲଙ୍ଗାନା,୧୮।୭: ରଙ୍ଗା ରେଡ୍ଡି ଜିଲାର ଶମଶାବାଦ ମଣ୍ଡଳର ବାହାଦୁରଗୁଡ଼ା ଗାଁରେ ଉତ୍ତେଜନା ଦେଖାଦେଇଛି, ଯେଉଁଠାରେ ଚାଷୀମାନେ ବୁଲେଟ ଟ୍ରେନ ହବ ପାଇଁ ସେମାନଙ୍କ ଜମିର ପ୍ରସ୍ତାବିତ ଅଧିଗ୍ରହଣକୁ…

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ…

2026 ବିଶ୍ୱକପରେ ଗୋଲଡେନ ବୁଟ ପୁରସ୍କାରରୁ ବଞ୍ଚିତ ହୋଇପାରନ୍ତି Lionel Messi, ଜାଣନ୍ତୁ କାହିଁକି

ଟରଣ୍ଟୋ,୧୮।୭: ଲିଓନେଲ ମେସି ଏବଂ କିଲିଆନ ଏମବାପ୍ପେ 2026 ଫିଫା ବିଶ୍ୱକପରେ ମିଳିତ ଭାବରେ ସର୍ବାଧିକ ଗୋଲ ସ୍କୋରର; ଉଭୟ 8 ଗୋଲ କରିଛନ୍ତି। ଫ୍ରାନ୍ସ ଟାଇଟଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri