ଦୟନୀୟ ସ୍ଥିତିରେ ଶତାଧିକ କୁମ୍ଭକାର ପରିବାର

ଜୁନାଗଡ,୨୬।୪(ଡି.ଏନ୍‌.ଏ.)  ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍‌ଡାଉନ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ଗ୍ରାମରେ ମାଟି ସାମଗ୍ରୀ ତିଆରି କରି ପେଟ ପୋଷୁଥିବା ଶତାଧିକ କୁମ୍ଭକାର ପରିବାର ଏବେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ବର୍ତ୍ତମାନ ସେମାନଙ୍କ ପାଇଁ ଦୁଇବେଳା ଖାଇବା ଯୋଗାଡ କରିବା ମଧ୍ୟ କଷ୍ଟକର ହୋଇପଡିଛି। ଗ୍ରାମରେ ୩ଶହ କୁମ୍ଭାର ପରିବାର ରହୁଥିବାବେଳେ ସେଥିମଧ୍ୟରୁ ଶହେ ପରିବାର ମାଟି ସାମଗ୍ରୀ ତିଆରି କରନ୍ତି। ମାଟିରେ ତିଆରି ହାଣ୍ଡି,ପଲମ,ସୁରେଇ,ତେଲୁଣି ଆଦି ବିଭିନ୍ନ ପ୍ରକାର ସାମଗ୍ରୀକୁ ସ୍ଥାନୀୟ ଗ୍ରାମ ଓ ବଜାରରେ ବିକ୍ରି କରି ସେମାନେ ଜୀବିକା ନିର୍ବାହ କରିଥାନ୍ତି। ସେହିପରି ବିବାହ, ବ୍ରତ ଓ ଶୁଦ୍ଧ ଆଦି ସାମାଜିକ କାମରେ ମଧ୍ୟ ଏହି ଗଁାର ମାଟି ସାମଗ୍ରୀ ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ଜାନୁୟାରୀରୁ ଜୁନ୍‌ ୬ମାସ ଯାଏଁ ମାଟିପାତ୍ରର ଭଲ ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏହି ଗଁାର କୁମ୍ଭକାରମାନେ ମାଟି ସାମଗ୍ରୀ ତିଆରି କରିଥିଲେ। ହେଲେ କରୋନା ମହାମାରୀ ସବୁ ବିଗାଡିଦେଲା। ଲକ୍‌ଡାଉନ କଟକଣା ଯୋଗୁ ବିବାହ, ବ୍ରତ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ବନ୍ଦ କରି ଦିଆଯାଇଛି ା ଫଳରେ ତିଆରି ସାମଗ୍ରୀ ସେମିତି ଘରେ ପଡି ରହିଛି । ନିଜ ପରିଶ୍ରମ କଥା ଛାଡନ୍ତୁ ଟ୍ରାକ୍ଟରରେ ମାଟି ଆଣି ପାତ୍ର ଗଢିବା ଓ କାଠ କିଣି ତାକୁ ପୋଡିବାରେ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ଫେରସ୍ତ ମିଳିବା ସମ୍ଭାବନା ନାହିଁ ବୋଲି କୁମ୍ଭକାର ପୂର୍ଣ୍ଣଚନ୍ଦ୍ର ରଣା ଦୁଃଖର ସହ କହିଛନ୍ତି। ତେଣୁ ସରକାର କୁମ୍ଭକାରମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ମୋହନ ରଣା, ଗଞ୍ଜିଲ ରଣା, ପଦ୍ମନ ରଣା, ରୁଦ୍ର ରଣା, ସୁଦାନ ରଣା, ବିଶ୍ୱାମିତ୍ର ରଣା, ଚୌବନ ରଣା, ଭାସ୍କର ରଣା, କୈଳାସ ରଣା ପ୍ରମୁଖ କୁମ୍ଭକାର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ନୂଆଁଖାଇ ପୂର୍ବରୁ ସମ୍ପନ୍ନ ହେଲା ରୁଗିବଲା ଯାତ୍ରା, ଛେଳି-କୁକୁଡ଼ା ବଳି….

ରିଷିଡା,୮।୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ଆଉ ଦିନ କେଇଟା ପରେ ପାଳନ କରାଯିବ । ଏହି ଉପଲକ୍ଷେ କଳାହାଣ୍ତି ଜିଲା କର୍ଲାମୁଣ୍ଡା ବ୍ଲକର…

ମଘା ନକ୍ଷତ୍ରରେ ଅଛନ୍ତି କେତୁ: ଡିସେମ୍ବର ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଚାକିରି-ବ୍ୟବସାୟରେ…

ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri