ଦ୍ୱିତୀୟ ଲହରରେ ୩୭ ପିଲାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ):ରାଜ୍ୟରେ କରୋନା ପୁଣି ଜଣେ ଶିଶୁର ଜୀବନ ନେଇଛି। ଏଥିସହ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୨ଜଣ ଥିବାବେଳେ ଅନୁଗୋଳରୁ ୧୧, ଜଗତସିଂହପୁର ୮, କେନ୍ଦ୍ରାପଡ଼ା ୬, ବାଲେଶ୍ୱର ୫, ଢେଙ୍କାନାଳ ୪, ଭଦ୍ରକ ଓ ପୁରୀରୁ ୩ ଜଣ ଲେଖାଏ, ଯାଜପୁର, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଏହି ୬୮ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାର ଜଣେ ଦୁଇମାସ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଅନ୍ୟ କୌଣସି ରୋଗରେ ପୀଡ଼ିତ ନ ଥିଲେ। କେବଳ କରୋନାରେ ଶିଶୁଟିର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି। ଏହାକୁ ମିଶାଇ ରାଜ୍ୟରେ ଦ୍ୱିତୀୟ ଲହରରେ ମୋଟ ୩୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଅଗଷ୍ଟ ୧୦ରୁ ୩୧ ତାରିଖ ମଧ୍ୟରେ ୧୮ବର୍ଷରୁ କମ୍‌ ବୟସର ୧୩ ପିଲାଙ୍କର ଏହି ମହାମାରୀରେ ଜୀବନ ଯାଇଛି।
ସେହିପରି ରାଜ୍ୟରେ ୬୮ଜଣଙ୍କ ଜୀବନ ଯିବାପରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୯୬୯କୁ ବୃଦ୍ଧି ପାଇଛି। କେବଳ ଅଗଷ୍ଟ ମାସରେ ୨,୦୬୭ଜଣଙ୍କ ମୃତ୍ୟୁ ତଥ୍ୟ ଦେଇଛି ସ୍ବାସ୍ଥ୍ୟ ବିଭାଗ। ତେବେ ଏହା ନିର୍ଦ୍ଦିଷ୍ଟ କେଉଁ ସମୟର ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। କରୋନା ପିକ୍‌ରେ ଥିବାବେଳେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ଅଡିଟ୍‌ କରି ତଥ୍ୟ ଦିଆଯାଉଥିବା ବିଭାଗ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ମେ’ ମାସରେ ୬୬୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଏହାପରେ ଜୁନ୍‌ରେ ତାହା ବଢ଼ିଯାଇ ୧,୨୭୨ରେ ପହଞ୍ଚତ୍ଥିଲା ଏବଂ ଜୁଲାଇରେ ପୁଣି ବଢ଼ି ୧,୮୮୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଅନ୍ୟପଟେ ରାଜ୍ୟରେ ପୁଣି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତ କିଛିଦିନ ହେବ ପ୍ରାୟ ୧୫ ପ୍ରତିଶତ ଭିତରେ ଦୈନିକ ପିଲା ଚିହ୍ନଟ ହେଉଥିବା ବେଳେ ଏବେ ୧୭% ଉପରକୁ ବଢ଼ିଯାଇଛି। ଗତ ୨୪ଘଣ୍ଟାରେ ୫୭,୨୮୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୩୮ ପଜିଟିଭ୍‌ ବାହାରିଛନ୍ତି। ସେମାନଙ୍କ ମଧ୍ୟରେ କେବଳ ୧୮ବର୍ଷରୁ କମ୍‌ ବୟସର ୧୧୦ଜଣ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି, ଯାହା ମୋଟ ସଂକ୍ରମଣର ୧୭.୨୪%। ଗୋଟିଏ ପଟେ ପିଲାଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ଓ ଅନ୍ୟପଟେ ଶିଶୁ ମୃତ୍ୟୁ ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଇଛି। ତେବେ ତୃତୀୟ ଲହର ମୁକାବିଲା ଓ ବିଶେଷ କରି ଶିଶୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ସକ୍ରିୟ ରୋଗୀ ସଂଖ୍ୟାରେ ରେଡ୍‌ ଜୋନ୍‌ରେ ଥିବା ଖୋର୍ଦ୍ଧା ଜିଲା ଏବେ ୟେଲୋ ଜୋନ୍‌କୁ ଆସିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?