ଦ୍ୱିତୀୟ ବିବାହ ଅଭିଯୋଗ: ବରଙ୍କୁ ଉଠାଇନେଲା ପୋଲିସ

ଭଞ୍ଜନଗର,୧୨।୧୨(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ବୁଧବାର ଅପରାହ୍ନରେ ସୋରାଦେବୀ ମନ୍ଦିରରେ ଚାଲିଥିବା ଏକ ବିବାହ ବେଦୀରୁ ବରଙ୍କୁ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ଜଣକ ଦ୍ୱିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିବାରୁ ପୋଲିସ ଏପରି କରିଛି । ଭଞ୍ଜନଗର ବ୍ଲକ ଅଞ୍ଚଳର ଏହି ଯୁବକ ଜଣକ ନିଜ ସ୍ତ୍ରୀ ଏବଂ ୩ ପିଲାଙ୍କୁ ନେଇ ସୁରଟରେ ରହୁଥିଲେ। ସେଠାରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଦେଖାଦେଇଥିଲା। ପରେ ଯୁବକ ଜଣକ ଗାଁକୁ ଫେରି ଆସିଥିବା ବେଳେ ପିଲାଙ୍କୁ ଧରି ସ୍ତ୍ରୀ ସୁରଟରେ ରହିଥିଲେ। ଯୁବକ ଜଣଙ୍କ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିଥିଲେ। କନ୍ୟା ଠିକ୍‌ କରିବା ପରେ ବୁଧବାର ସୋରାଦେବୀ ମନ୍ଦିରରେ ବିବାହ ହେବ ବୋଲି ସ୍ଥିର କରାଯାଇଥିଲା। ତେଣୁ ବର ଏବଂ କନ୍ୟା ମନ୍ଦିରରେ ପହଞ୍ଚିଥିଲେ। ଉଭୟ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ବ୍ରାହ୍ମଣ ମନ୍ତ୍ର ପାଠ ଆରମ୍ଭ କରିଥିଲେ। ତେବେ ବରଙ୍କ ପ୍ରଥମ ସ୍ତ୍ରୀଙ୍କ ମା’ଙ୍କଠାରୁ ଏହି ଖବରପାଇ ପୋଲିସ ସୋରାଦେବୀ ମନ୍ଦିରକୁ ଯାଇ ବିବାହ ବନ୍ଦ କରିବା ସହ ବରକୁ ଉଠାଇ ଆଣିଛି। କନ୍ୟାପକ୍ଷ ଏଭଳି ଅପ୍ରିତିକର ପରିସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବାହ ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କଠାରୁ ବର ଓ କନ୍ୟା ପକ୍ଷରୁ କୌଣସି ଅନୁମତି ନିଆଯାଇ ନଥିଲା ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରଯାତ୍ରୀ ହୋଇ ଆସୁଥିଲେ,ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଠାକୁରମୁଣ୍ଡା,୧୯।୩ (ଡି.ଏନ୍‌.ଏ.): ବରଯାତ୍ରୀ ହୋଇ ଆସୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ...

ଜଜ୍‌ଙ୍କ ସମ୍ମୁଖରେ ପ୍ରେମିକଙ୍କ ହାତ ଧରିଲେ ଯୁବତୀ

ରାଜନଗର, ୧୦ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ ଘଟିଥିବା ଝିଆରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଦାଦାଙ୍କୁ ହତ୍ୟା କରାଯିବା ଘଟଣା ବୁଧବାର ଭିନ୍ନ ମୋଡ଼...

ଦ୍ୱାରଶୁଣି ଘାଟିରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ

ବାଙ୍ଗିରିପୋଷି,୨୮ା୨(ଡି.ଏନ୍‌.ଏ.): ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଛି ଦୁର୍ଘଟଣା ା ଗୁରୁବାର ମଧ୍ୟାହ୍ନରେ ଏକ ଆଇରନ ଡଷ୍ଟ...

ବ୍ରାଉନସୁଗାର ର଼୍ୟାକେଟ୍‌ରେ ଏମ୍‌ବିଏ ଛାତ୍ର

ଭୁବନେଶ୍ୱର, (ବ୍ୟୁରୋ)/ ବାଲେଶ୍ୱର ଅଫିସ, ୧୯।୮:  ବ୍ରାଉନସୁଗାର କାରବାର କରୁଥିବା ଜଣେ ଏମ୍‌ବିଏ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ସୋମବାର ରାତିରେ...

ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ରାଇକିଆ ୧୧।୨(ଡିଏନଏ)-କନ୍ଧମାଳ ଜିଲା ରାଇକିଆଠାରେ ଚାଲିଥିବା ରାଇକିଆ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ। ଏଥିସହ ବ୍ରହ୍ମପୁର...

ରାଇସ୍‌ ମିଲ୍‌ କରୁଛି ପ୍ରଦୂଷଣ: ମିଲ୍‌ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ଛତୁ ଫୁଟିଲା ଭଳି ରାଇସ୍‌ ମିଲ୍‌ ଗଢ଼ି ଉଠୁଛି। କେତେକ ରାଇସ୍‌ ମିଲ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡଲାଇନ୍‌ ମାନୁ...

ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ...

ବଜ୍ରକାପ୍ତା ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)/: ସୋନପୁର (ନି.ପ୍ର)ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ଅବାଧରେ ଚାଲିଛି। କରୋନା ମହାମାରୀଠାରୁ ଶିକାରି ଓ ଚାଲାଣକାରୀ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗ ଓ...

Advertisement
Archives

Model This Week