Posted inଖେଳ

ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅକ୍‌ଲାଣ୍ଡ,୮।୨(ପି.ଟି.)- ଟି୨୦ ସିରିଜରେ ୫-୦ରେ କ୍ଳିନ୍‌ ସୁଇପ୍‌ କରିବା ପରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ଦିନିକିଆରେ ବୃହତ୍‌ ସ୍କୋର ହାସଲ କରିଥିଲେ ମଧ୍ୟ ପରାସ୍ତ ହୋଇଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଥିବା ଭାରତ ଓ ନ୍ୟୁଜିଲାଣ୍ଡ ଶନିବାର ଦ୍ୱିତୀୟ ଦିନିକିଆରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଖେଳାଯିବାକୁଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସରିଜକୁ ଜୀବିତ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ୍‌ରେ ବିଜୟୀ ହୋବ ଅପରିହାର୍ଯ୍ୟ ହୋଇ ପଡିଛି। ପ୍ରଥମ ଦିନିକିଆର ପରାଜୟ ଭାରତର ବୋଲିଂ ଓ ଫିଲ୍ଡିଂ ଦୁର୍ବଳତାକୁ ପଦାରେ ପକାଇଛି। ତେଣୁ ଏହି ଦୁଇ ବିଭାଗରେ ଭାରତ ଉନ୍ନତି କରି ବିଜୟୀ ହେବା ପାଇଁ ପ୍ରୟାସ କରିବ। ଅନ୍ୟପଟେ ପ୍ରଥମ ମ୍ୟାଚ୍‌ରେ ୪ ଉଇକେଟରେ ବିଜୟୀ ହୋଇଥିବା ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ। ନ୍ୟୁଜିଲାଣ୍ଡ ୩୪୮ ରନର ଟାର୍ଗେଟକୁ ୧୧ଟି ବଲ ବାକି ରଖି ସଫଳତାର ସହ ଚେଜ୍‌ କରିଥିଲା। ସେଡନ ପାର୍କରେ ଏହା ନ୍ୟୁଜିଲାଣ୍ଡର ସର୍ବାଧିକ ରନ୍‌ ଚେଜ୍‌ ସାବ୍ୟସ୍ତ ହୋଇଛି।
ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡ ଅପେକ୍ଷାକୃତ ଛୋଟ ହୋଇଥିବାରୁ ପୁଣି ଥରେ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯେଉଁ ଦଳ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବ ଫାଇଦାରେ ରହିବ। ଏଠାରେ ଖେଳାଯାଇଥିବା ଦୁଇଟି ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ଦୁଇଟି ଯାକ ମ୍ୟାଚ୍‌ରେ ଚେଜ୍‌ କରିବାରେ ସଫଳ ହୋଇଥିଲା। ହାମିଲଟନରେ ପରାଜୟ ବରଣ କରିବା ପରେ ଭାରତ ଅବଶ୍ୟ ଶିକ୍ଷା ଗ୍ରହଣ କରିଥିବ। ଏହାପୂର୍ବରୁ ଭାରତ ଓ୍ବେଷ୍ଟଇଣ୍ଡିଜ ଓ ପରେ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ପରାସ୍ତ କରିଥିଲା। ବିରାଟ କୋହଲିଙ୍କ ଦଳ ଏହି ସଫଳତାକୁ ଏଠାରେ ମଧ୍ୟ ଦୋହରାଇବାକୁ ଚାହିଁବ।
ଚେନ୍ନାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଓ ମୁମ୍ବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ହାମିଲଟନରେ ମଧ୍ୟ ଭାରତ ମିଡଲ ଓଭରରେ ଉଇକେଟ ହାସଲ କରିପାରି ନ ଥିଲା। ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରି ବଡ଼ ସଟ୍‌ ମାନ ଖେଳିଥିଲେ। ଏହାର ଉତ୍ତର ଭାରତ ପାଖରେ ନ ଥିଲା। ପ୍ରଥମ ଦିନିକିଆ ଯେତେବେଳେ ଉଇକେଟ ସନ୍ଧାନରେ ଭାରତ ଥିଲା ଅଧିନାୟକ କୋହଲି ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବୋଲିଂ ଦେଇଥିଲେ। ବୁମ୍‌ରାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ମଧ୍ୟ ଏକ ଦୁର୍ବଳତା ସାବ୍ୟସ୍ତ ହୋଇଛି। ପ୍ରଥମ ମୁକାବିଲାରେ ଭାରତୀୟ ଫିଲ୍ଡିଂ ନିମ୍ନମାନର ଥିଲା। ବାଂଲାଦେଶ ବିପକ୍ଷ ସିରିଜ ପରଠାରୁ ଭାରତୀୟ ଖେଳାଳିଙ୍କ ଫିଲ୍ଡିଂ ନିମ୍ନଗାମୀ ହୋଇଛି। ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଫିଲ୍ଡିଂରେ ସାମୂହିକ ବିକାଶର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡରେ ସାଧାରଣତଃ ପବନ ଦେଉଥିବା ବେଳେ ହାଇ କ୍ୟାଚ୍‌ ଧରିବାରେ ସମସ୍ୟା ହୋଇଥାଏ। ଇଡେନ ପାର୍କରେ ଥିବା ଲାଇଟ୍‌ ମଧ୍ୟ ଏଥିରେ ଯଥେଷ୍ଟ ପରିମାଣରେ ବାଧା ସୃଷ୍ଟି କରିଥାଏ।
ଶୁକ୍ରବାର ନେଟ୍ସରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିଥିଲେ। ନବୀଦପ ସଇନି ଓ ଶାର୍ଦ୍ଦୂଳ ଠାକୁର ବୋଲିଂ କରିବା ସହ ବ୍ୟାଟିଂ ଅଭ୍ୟାସ ମଧ୍ୟ କରିଥିଲେ। ଇଡେନ ପାର୍କରେ ଖେଳାଯାଇଥିବା ଟି୨୦ରେ ଠାକୁର ବେଶ୍‌ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଦିନିକିଆରେ ମଧ୍ୟ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇ ନ ଥିଲା। ତେଣୁ ଠାକୁରଙ୍କ ବଦଳରେ ସଇନିଙ୍କୁ ଖେଳାଯିବାର ସମ୍ଭାବନା ରହିଛି। ପୁଣି ଦଳରେ କେଦାର ଯାଦବଙ୍କ ଭୂମିକାକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ଭଲ ପାର୍ଟ ଟାଇମ୍‌ ସ୍ପିନ ବୋଲିଂ କରୁଥିଲେ ମଧ୍ୟ କୋହଲି ତାଙ୍କୁ ହାମିଲଟନରେ ଗୋଟିଏ ଓଭର ମଧ୍ୟ ବୋଲିଂ କରିବାକୁ ଦେଇ ନ ଥିଲେ। ଛୋଟ ବାଉଣ୍ଡାରୀ ପାଇଁ ବୋଧେ ତାଙ୍କୁ ବୋଲିଂ କରିବାର ସୁଯୋଗ ଦିଆଯାଇ ନ ଥିଲା। ଏବେ ତାଙ୍କ ବଦଳରେ ଶିବମ୍‌ ଦୁବେ କିମ୍ବା ଫୁଲ ଟାଇମ୍‌ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେଙ୍କୁ ସୁଯୋଗ ଦିଆଯାଇପାରେ। ଗତ ମ୍ୟାଚ୍‌ରେ ଓପନର ଭାବେ ଡେବ୍ୟୁ କରିଥିବା ଦୁଇ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲ ଓ ପୃଥ୍ବୀ ଶ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରି ନ ଥିଲେ। ଏଥର ଦୁଇ ଓପନ ଭଲ ଖେଳିବେ ବୋଲି ଆଶା କରାଯାଉଛି।
ଅପରପକ୍ଷରେରେ ଟି୨୦ ସିରିଜରେ ହ୍ବାଇଟ୍‌ ଓ୍ବାସ୍‌ର ସମ୍ମୁଖୀନ ହେବା ପରେ ନ୍ୟୁଜିଲାଣ୍ଡ ରଣନୀତିରେ ପରିବର୍ତ୍ତନ ଆଣି ସଫଳ ହୋଇଛି। ମିଡଲ ଅର୍ଡରରେ କାମଚଳା ଅଧିନାୟକ ଟମ୍‌ ଲାଥମଙ୍କ ବ୍ୟାଟିଂ ଦଳ ପାଇଁ କାମରେ ଆସିଲା। ମାର୍ଟିନ ଗୁପ୍ତଟିଲ ଇନିଂସ ଓପନ କରିବେ ବୋଲି ହେନେରୀ ନିକୋଲ୍ସ ସୂଚନା ଦେଇଛନ୍ତି। ରସ୍‌ ଟେଲର ତାଙ୍କ ଦମ୍‌ଦାର ବ୍ୟାଟିଂ ବଜାୟ ରଖିବେ ବୋଲି ଆଶା କରାଯାଉଛି। ଅଧିନାୟକ କେନ୍‌ ଓ୍ବିଲିୟମସନ ଫିଟ୍‌ ହେବା ପାଇଁ ଆହୁରି କିଛି ଦିନ ଆବଶ୍ୟକ କରିବେ। ଅସୁସ୍ଥତା କାରଣରୁ ସ୍କଟ ଗୁଗେଲେଜିନ୍‌ ଦ୍ୱିତୀୟ ଦିନିକିଆରୁ ବାଦ୍‌ ପଡିଛନ୍ତି। ୬ ଫୁଟ୍‌ ୮ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଅକ୍‌ଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିସନ ହୋମ୍‌ ଗ୍ରାଉଣ୍ଡରେ ଡେବ୍ୟୁ କରିବେ। ସ୍ପିନର ଇଶ୍‌ ସୋଧୀଙ୍କ ବଦଳରେ ସେ ଖେଳିବାର ସୁଯୋଗ ପାଇବେ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ପୃଥ୍ବୀ ଶ, ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ (ଉଇକେଟ କିପର), ମନୀଷ ପାଣ୍ଡେ, ରିଷଭ ପନ୍ତ, ଶ୍ରେୟାୟ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସଇନି।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟମ୍‌ ଲାଥମ (ଉଇକେଟ କିପର), ମାର୍ଟିନ ଗୁପ୍ଟିଲ, ରସ୍‌ ଟେଲର, କଲିନ୍‌ ଡି ଗ୍ରାଣ୍ଡହୋମ, ଜିମ୍ମି ନିଶାମ, ସ୍କଟ ଗୁଗେଲେଜିନ, ଟମ୍‌ ବ୍ଲଣ୍ଡେଲ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ହାମିଶ ବେନେଟ, ଟିମ ସୌଦି ଓ କାଏଲ ଜେମିସନ।
ସମୟ: ୭.୩୦
ସ୍ଥାନ:ଅକଲାଣ୍ଡ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?