ଦ୍ୱିତୀୟ ଦିନରେ ଶରଣକୁଳ ଫୁଟବଲ୍‌ ଟୁର୍ନାମେଣ୍ଟ :ଟାଇବ୍ରେକରରେ ଝାଡ଼ଖଣ୍ଡ ବିଜୟୀ

ନୟାଗଡ଼ ଅଫିସ,୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟ ଚାଲୁ ରହିଛି। ଦ୍ୱିତୀୟ ଦିନରେ ସ୍ପୋଟର୍ସ ହଷ୍ଟେଲ ସମ୍ବଲପୁର ଓ ଧାନବାଦ୍‌ ଫୁଟବଲ୍‌ ଆସୋସିଏଶନ ଝାଡ଼ଖଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ବେଶ ସଂଘର୍ଷପୂର୍ଣ୍ଣ ଥିବାବେଳେ ୫ ମିନିଟରେ ସମ୍ବଲପୁର ଦଳର ୩ ନମ୍ବର ଖେଳାଳି ଶ୍ରୀକାନ୍ତ ଭୋଇ ବିପକ୍ଷ ଦଳକୁ ଏକ ଗୋଲ୍‌ ସ୍କୋର ଦେଇଥିଲେ। ଏହା ପରେ ଝାଡ଼ଖଣ୍ଡ ଦଳର ୧୬ ନମ୍ବର ଖେଳାଳି ସୁଶୀଲ ସିଂହ ବିପକ୍ଷ ଦଳକୁ ଗୋଲ୍‌ ସ୍କୋର ଦେଇ ସ୍ଥିତି ବରାବର ରଖିଥିଲେ। ଏହାପରେ ଖେଳର ଦ୍ୱିତୀୟାର୍ଦ୍ଧର ୧୭ ମିନିଟରେ ଝାଡ଼ଖଣ୍ଡ ଦଳର ୧୫ ନମ୍ବର ଖେଳାଳି ସଞ୍ଜୟ କୁମାର ବିପକ୍ଷ ଦଳକୁ ଏକ ଗୋଲ ସ୍କୋର ଦେଇଥିବା ବେଳେ ୩୦ ମିନିଟରେ ସମ୍ବଲପୁର ଦଳର ୩ ନମ୍ବର ଖେଳାଳି ଶ୍ରୀକାନ୍ତ ବିପକ୍ଷ ଦଳକୁ ଏକ ଗୋଲ୍‌ ସ୍କୋର ଦେଇଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ୨-୨ ଗୋଲ୍‌ ସ୍କୋର ଦେଇଥିବାରୁ ଖେଳ ଅମୀମାଂସିତ ରହିଥିଲା। ଏହା ପରେ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଏଥିରେ ଝାଡ଼ଖଣ୍ଡ ଦଳ ବିଜୟୀ ହୋଇଥିଲା। ଶନିବାର ଖେଳରେ ସୁବାସ ଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ମହାରଣା, କୃଷ୍ଣଚନ୍ଦ୍ର ତ୍ରିପାଠୀ, ମନୋରଞ୍ଜନ ମହାପାତ୍ର, ଶିବପ୍ରସାଦ ପୁଷ୍ପପାଳକ ଅତିଥିଭାବେ ଯୋଗ ଦେଇଥିଲେ। ଶିବପ୍ରସାଦ ଦାସ ଖେଳ ପରିଚାଳନା କରିଥିବା ବେଳେ ରାଜୁ ମହାନ୍ତି , ଦିବ୍ୟରଞ୍ଜନ ଦାସ, ଲକ୍ଷ୍ମୀପ୍ରସାଦ ଲାଇନ୍‌ରେ ସହାୟତା କରିଥିଲେ। ଝାଡ଼ଖଣ୍ଡ ଦଳର ଖେଳାଳି ଶ୍ରୀକାନ୍ତ ଭୋଇଙ୍କୁ ଶନିବାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ରବିବାର ସଂଘର୍ଷ କ୍ଲବ ଭୁବନେଶ୍ୱର ସହିତ ସାଇ ହଷ୍ଟେଲ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆସୋସିଏଶନର ସଭାପତି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri