ଦୌଡ଼କୁଦ,ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ: ଦୁଲା, ଶୁଭଶ୍ରୀ, ଅଭି ଓ ଯମୁନା ଚାମ୍ପିୟନ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ହାଇସ୍କୁଲ ଖେଳ ପଡ଼ିଆରେ ସୋମବାର ଅପରାହ୍ନରେ ୬୫ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୌଡ଼କୁଦ (ଆଥ୍‌ଲେଟିକ୍ସ) ସଫ୍ଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଷ୍ଟେଟ୍‌ ସ୍କୁଲ୍‌ସ ସ୍ପୋର୍ଟସ ଆସୋସିଏଶନ୍‌, ଭୁବନେଶ୍ୱର ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଏବଂ ଜିଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଦ୍ୱାରା ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ଦୌଡ଼କୁଦ ସଂଗଠନର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଯୋଗଦେଇଥିଲେ। ଆଥ୍‌ଲେଟିକ୍ସରେ ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ ମାଲକାନଗିରି ଜିଲାର ଦୁଲା ମାରାଣ୍ଡି ଓ ବାଳିକା ବିଭାଗରେ ଭୁବନେଶ୍ୱରର ଶୁଭଶ୍ରୀ ପରିଡ଼ା ଏବଂ ୧୭ ବର୍ଷରୁ କମ୍‌ ବାଳକ ବିଭାଗରେ କନ୍ଧମାଳ ଜିଲାର ଅଭି ଶୀଶା ଓ ବାଳିକା ବିଭାଗରେ ଭୁବନେଶ୍ୱରର ଯମୁନା ଟୁଡୁ ଚାମ୍ପିୟନ୍‌ ହୋଇଛନ୍ତି। ସଫ୍ଟବଲ୍‌ରେ ଉଭୟ ବାଳିକା ଓ ବାଳକ ବିଭାଗରେ ଭୁବନେଶ୍ୱର ଦଳ ଚାମ୍ପିୟନ୍‌ ହୋଇଥିବାବେଳେ ଉଭୟ ବାଳିକା ଓ ବାଳକ ବିଭାଗରେ ସୁନ୍ଦରଗଡ଼ ଦଳ ରନର୍ସଅପ୍‌ ହୋଇଛି। ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ। ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମହର୍ଷି ବିଦ୍ୟାଳୟର ଛାତ୍ରୀଛାତ୍ର ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ। ପରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟ ନାରାୟଣ ଗୁରୁ, କୈଳାସ ଚନ୍ଦ୍ର ପ୍ରଧାନ, ଜ୍ୟୋତି ପ୍ରସାଦ ପରିଡ଼ା, ସୌଦାମିନୀ ଦାସ, ଗଣେଶ୍ୱର ବେହେରା ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୋଲିସ ମହାନିର୍ଦ୍ଦେଶକ, ପରଖିଲେ ଲକ୍‌ଡାଉନ୍‌ ସ୍ଥିତି

ବରଗଡ଼ ଅଫିସ,୩୦।୪- ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର...

୩୦ରେ ସରିବ ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ମାଗଣା କରୋନା ଟିକା ଅବଧି ସରିଆସୁଛି। ତେଣୁ ତୁରନ୍ତ ବୁଷ୍ଟର ଡୋଜ୍‌ ବା ପ୍ରିକଶନ ଡୋଜ୍‌ ଟିକା ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ...

ବିଦେଶାଗତଙ୍କ ଉପରେ ନଜର: ମାର୍ଚ୍ଚ ୪ ପରେ ଆସିଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟା ମହଲତ,ନାମପଞ୍ଜୀକରଣ କଲେ ମିଳିବ ୧୫ ହଜାର ଟଙ୍କା

ଭୁବନେଶ୍ୱର,୧୬।୩(ବ୍ୟୁରୋ)- ବିଦେଶରୁ ଓଡ଼ିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ସେମାନେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ଟୋଲ୍‌ ଫ୍ରି ନମ୍ବର ୧୦୪କୁ କଲ୍‌...

ରାଜଧାନୀରୁ ଆଜି ୩୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୪।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ...

ଆହତ ଅଜଗରର ସିଟି ସ୍କାନ୍‌ ହେଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ବରଗଡ଼ ଫରେଷ୍ଟ ଡିଭିଜନରୁ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ଅଣାଯାଇଥିବା ଏକ ଭାରତୀୟ ଅଜଗରର ଗୁରୁବାର ସିଟି ସ୍କାନ କରାଯାଇଛି। ଓୟୁଏଟି ଭେଟେରିନାରି କଲେଜର...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ...

ଏନ୍‌ସିଇଆର୍‌ଟି ବହିରେ କଳାହାଣ୍ଡି ଜିଲା ସମ୍ବନ୍ଧରେ ବିଭ୍ରାନ୍ତିକର ତଥ୍ୟ: ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଜଣାଇଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ବାରା ପଞ୍ଚମ ଶ୍ରେଣୀ ପରିବେଶୀୟ ପାଠ୍ୟ (ଇଭିଏସ୍‌) ପୁସ୍ତକରେ କଳାହାଣ୍ଡି ଜିଲା ସମ୍ପର୍କରେ...

କରୋନା ଆକ୍ରାନ୍ତ ଚିହ୍ନଟ ଅଞ୍ଚଳରେ ପହଞ୍ଚିଲେ ଉପଜିଲାପାଳ

ବାଲେଶ୍ୱର ଅଫିସ,୨୦ା୪ : ବାଲେଶ୍ୱର ଜିଲାରେ ସୋମବାର ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଏବଂ ଜଣେ ଯୁବକ...

Advertisement
Archives

Model This Week