ଦୋକାନ ଖୋଲିବାବେଳେ ଲୁଟିନେଲେ ଗହଣା

ଯାଜପୁର ଟାଉନ,୩।୮(ଡିଏନଏ): ଯାଜପୁରସହର ବିରଜା ହାଟ ନିକଟରେ ଥିବା ଗହଣା ଦୋକାନରୁ ଶୁକ୍ରବାର ଲୁଟ୍‌ ହୋଇଯାଇଛି। ପୂର୍ବାହ୍ନ ୯ଟାରେ ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ଦୋକାନ ଖୋଲିବା ପାଇଁ ଯାଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ୨ଜଣ ଲୁଟେରା ଏକ କଳା ପଲସର ବାଇକ୍‌ରେ ଆସି ତାଙ୍କ ହାତକୁ ମୋଡି ସେ ଧରିଥିବା ବ୍ୟାଗ୍‌କୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଉକ୍ତ ବ୍ୟାଗ୍‌ରେ ୫ଶହ ଗ୍ରାମର ସୁନା ଓ ୨କେ.ଜି ରୂପା ଅଳଙ୍କାର ଥିବା ସେ ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ ପ୍ରତ୍ୟେକ ଦିନ ରମାକାନ୍ତ ରାତିରେ ଦୋକାନରେ ଥିବା ସୁନା ଅଳଙ୍କାର ବ୍ୟାଗ୍‌ରେ ଭର୍ତ୍ତିକରି ଘରକୁ ନେଇଯାଇଥାନ୍ତି ପରେ ସକାଳୁ ସେହି ବ୍ୟାଗ୍‌ଟି ଆଣିଥାନ୍ତି। ଯାହାକି ଲୁଟେରାଙ୍କ ନଜରରେ ରହିଥିଲା। ଯାଜପୁର ସହରରେ କିଛିଦିନ ମଧ୍ୟରେ ୪/୫ ଟି ଲୁଟ୍‌ ଘଟଣା ହୋଇଥିଲେ ମଧ୍ୟ ପୋଲିସ ଆଜିପର୍ଯ୍ୟନ୍ତ କାହାରିକୁ ଗିରଫ କରିବା ପାଇଁ ସମର୍ଥ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ପାଇଲେନି ଚାଷୀ

ଯାଜପୁର ଅଫିସ,୨୨।୩: ଯାଜପୁର ଜିଲାର ଅନ୍ୟତମ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ଉନ୍ନୟନ କାର୍ଯ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜା କ୍ଷତିଗ୍ରସ୍ତ ହେଉଛନ୍ତି। ୧୯୩୨ରୁ ରାଜାଙ୍କଠାରୁ...

ଯାଜପୁର, ମୟୂରଭଞ୍ଜ ସିଏସ୍‌ଓଙ୍କୁ ଜବାବ ତଲବ

ଯାଜପୁର ଅଫିସ,୨୩।୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୁରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ...

ଗୀତ ଗାଇ ସଚେତନ କଲେ ଥାନାଧିକାରୀ

ବିଞ୍ଝାରପୁର,୧୫ା୪(ଡି.ଏନ.ଏ): କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକମୂଳକ...

ଜଳସେଚନ ଆଶାରେ ବିତିଲା ୮ ବର୍ଷ

ଯାଜପୁର ଅଫିସ/ବରୀ, ୨୩।୧୦ (ଡି.ଏନ୍‌.ଏ.): ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ଉଚ୍ଚ ଭୂମିରେ ଥିବା ଚାଷଜମିକୁ...

ଜିଲାରେ ଅସୁରକ୍ଷିତ ନାବାଳିକା,୩ବର୍ଷରେ ବଳାତ୍କାରର ଶିକାର ହୋଇଛନ୍ତି ୩୬୮

ଯାଜପୁର ଟାଉନ,୧୭।୯(ଡିଏନଏ)- ଯାଜପୁର ଜିଲାରେ ନାବାଳିକାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ନାବାଳିକାଙ୍କ ପାଇଁ ଉଭୟ ସରକାରୀ ଓ ବେସରକାରୀସ୍ତରରେ ଯେତେ ଆଇନ୍‌ ଓ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ...

ଗୋଳକୁଣ୍ଡ ନିମ୍ନ ମୌଳିକ ବିଦ୍ୟାଳୟ: ଭୁଶୁଡିଲା ବିଦ୍ୟାଳୟ ପାଚେରି

ବରୀ,୧୮।୯(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ଗୌଳକୁଣ୍ଡ ପଞ୍ଚାୟତର ସର୍ବପୁରାତନ ନିମ୍ନ ମୌଳିକ ବିଦ୍ୟାଳୟର ପାଚେରି ମଙ୍ଗଳବାର ଭୁଶୁଡି ପଡ଼ିଛି। ୧୦ବର୍ଷ ତଳେ ଏହି...

ରସୁଲପୁର ତହସିଲ ପକ୍ଷରୁ ଚଢାଉ: ୫ ବାଲି ବୋଝେଇ ଟ୍ରାକ୍ଟର ଜବତ

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ମଙ୍ଗଳବାର ଜାବରା ପଞ୍ଚାୟତସ୍ଥିତ ବ୍ରାହ୍ମଣୀ ନଦୀଘାଟ ଉପରେ ଚଢ଼ାଉ କରି ବେଆଇନ ବାଲି ପରିବହନରେ ନିୟୋଜିତ ୫ ଟ୍ରାକ୍ଟରକୁ...

ଆବର୍ଜନାରେ ପୋତି ହେଉଛି ମୂଳ ଖରସ୍ରୋତା

ରସୁଲପୁର,୨ା୯(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀ ଏବେ ଆବର୍ଜନାରେ ପୋତି ହେଉଛି। ଏହି ନଦୀର ତଳମୁଣ୍ଡ ଖଣ୍ଡିତରଠାରେ ନିର୍ମିତ...

Advertisement
Archives

Model This Week