ଦୈନିକ ପରିବା ବଜାର ପିଣ୍ଡି ତିଆର କରିବା ଘଟଣା : ଉଚ୍ଛେଦ ବେଳେ ଉତ୍ତେଜନା

ଦେବଗଡ଼, ୧୯।୨(ଡ଼ି.ଏନ୍‌.ଏ.) – ଦେବଗଡ଼ ସହରର ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ଘଟଣା କ୍ରମଶଃ ଜଟିଳ ହେଉଛି। ପରିବା ବ୍ୟବସାୟୀଙ୍କ ଦାବି ପୂରଣ ନ ହେଲେ ସେମାନେ ଉଠିବେ ନାହିଁ ବୋଲି ଜିଦରେ ଅଟଳ ଥିବାରୁ ଜିଲା ପ୍ରଶାସନ -ପରିବା ବ୍ୟବସାୟୀ ମୁହାମୁହଁି ହୋଇଛନ୍ତି। ଏପରିକି ମଙ୍ଗଳବାର ପରିବା ବ୍ୟବସାୟୀଙ୍କୁ ଉଚ୍ଛେଦ ଲାଗି ଆସିଥିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୀର୍ଘ ୨ଘଣ୍ଟା ଉତ୍ତେଜନା ଲାଗି ରହିବା ଫଳରେ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା।
ପ୍ରକାଶ ଯେ, ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ପାଇଁ ଗୋହୀରା ବନ୍ଧ ନିକଟକୁ ଉଠା ଦୋକାନୀମାନଙ୍କୁ ବସାଇବାକୁ ପ୍ରଶାସନ ଉଦ୍ୟମ କରୁଛି। ଦୈନିକ ପରିବା ବ୍ୟବସାୟୀମାନଙ୍କୁ ଜିଲା ପ୍ରଶାସନ ଏନେଇ ଗତ ଜାନୁୟାରୀ ୨ ଓ ୧୦ ତାରିଖରେ ନୋଟିସ କରିଥିଲେ। ବ୍ୟବସାୟୀମାନେ ନିକଟସ୍ଥ ଗୋହିରୀ ବନ୍ଧ ପାଖରେ ବସିବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ବ୍ୟବସାୟୀମାନେ ବାରମ୍ବାର ଦାବି କରିଆସୁଛନ୍ତି ଯେ, ପିଣ୍ଡିସହ ଖରାବର୍ଷାରୁ ରକ୍ଷାପାଇବା ପାଇଁ ଆଜ୍‌ବେଷ୍ଟସ ଛାଉଣୀ ବ୍ୟବସ୍ଥା କରାଯାଉ। ଉକ୍ତ ସ୍ଥାନରେ ପାନୀୟ ଜଳ ଯୋଗାଣ ତଥା ପରିଶ୍ରାଗାର ବ୍ୟବସ୍ଥା କରାଯାଉ। ବର୍ଷାପାଣିର ନିଷ୍କାସନ ପାଇଁ ଡ଼୍ରେନେଜ୍‌ ବ୍ୟବସ୍ଥା କରାଯାଉ। ଏହି ଦାବି ନେଇ ପରିବା ବ୍ୟବସାୟୀମାନେ ଜିଲାପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଆସୁଥିଲେ ମଧ୍ୟ ପ୍ରଶାସନ କାହାରି କଥା ଶୁଣୁନାହିଁ। ବ୍ୟବସାୟୀମାନଙ୍କ କହିବା କଥା ଉପରୋକ୍ତ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଲେ ସେମାନେ ଗୋହିରା ବନ୍ଧ ନିକଟକୁ ଉଠିଯିବେ। ପ୍ରଶାସନ କେବଳ ପିଣ୍ଡି ତିଆରି ଲାଗି ସେମାନଙ୍କୁ ଉଚ୍ଛେଦ କରୁଥିବାରୁ ସେମାନେ ରାଜି ହେଉନାହାନ୍ତି। ଫଳରେ ପ୍ରଶାସନକୁ ବାରମ୍ବାର ଦାବି ଜଣାଇଆସୁଛନ୍ତି। ମାତ୍ର ପ୍ରଶାସନ କିଛି ନ ଶୁଣି ବାରମ୍ବାର ଧମକ ଚମକ କରିବା ସହ ଦାଦାଗିରି କରୁଥିବା ଅଭିଯୋଗ ହେଉଛି ା ନିରାଶ ହୋଇ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡ଼ବ୍ଲ୍ୟୁପି(ସି) ନଂ.୧୪୨୦/୨୦୨୦ରେ ରହିତାଦେଶ ଥିଲେ ମଧ୍ୟ ପ୍ରଶାସନ ଏହାକୁ ଅବମାନନା କରିବା ସହ ବ୍ୟବସାୟୀମାନଙ୍କର ଅଭିଯୋଗକୁ ବିଚାର ନ କରିବାରୁ ବାଧ୍ୟ ହୋଇ ବ୍ୟବସାୟୀମାନେ ଆଉ ଥରେ ହାଇକୋର୍ଟ ଦ୍ୱାରସ୍ଥ ହୋଇ ଜିଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ଦାୟର କରିଥିଲେ। ଫଳରେ ଆଡଭୋକେଟ ଜେନେରାଲଙ୍କ ପତ୍ର ଅନୁଯାୟୀ ଜିଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଥିବା ଜଣାପଡିଛି। ଏହା ସତ୍ତ୍ୱେ ମଙ୍ଗଳବାର ପୌରପରିଷଦର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ, ମାଜିଷ୍ଟ୍ରେଟ ଦାୟୀତ୍ୱରେ ଆସିଥିବା ସହକାରୀ ଜିଲାପାଳ କୈବଲ୍ୟ କର ପୋଲିସ ଉପସ୍ଥିତିରେ ଜେସିବି ମେଶିନ ସାହାଯ୍ୟରେ ଦୈନିକ ପରିବା ବଜାର ପରିସରରେ ଭାଙ୍ଗିବା ସମୟରେ ଉତ୍ତେଜନା ହୋଇଥିଲା। ପରିବା ବ୍ୟବସାୟୀମାନେ ତାଙ୍କ ଦାବିରେ ଜିଦଧରି ବସିଲେ। ଆମ ଦାବି ପୂରଣ ନ ହେଲେ ମରିବୁ ପଛେ ଛାଡିବୁ ନାହିଁ। ପାଖାପାଖି ଦୁଇ ଘଣ୍ଟା ଧରି ଉତ୍ତେଜନା ହୋଇଥିଲା। ପରେ ଉଚ୍ଛେଦ କାମକୁ ବନ୍ଦ କରି ଫେରିଯାଇଥିଲେ। ବୁଧବାର ଜିଲାପାଳଙ୍କ ସହ ଆଲୋଚନା ପରେ ବିଚାର କରାଯିବ ବୋଲି ଜଣାପଡିଛି। ବ୍ୟବସାୟୀମାନେ ସେମାନଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଆରଡିସିଙ୍କୁ ମଧ୍ୟ ମେଲ ଜରିଆରେ ଦେଇଥିବା ଜଣାପଡିଛି। ଠିକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସମସ୍ତ ପରିବା ବ୍ୟବସାୟୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦଙ୍କ କୋଭିଡ୍‌ ରିପୋର୍ଟକୁ ନେଇ ବଢିଲା ଦ୍ୱନ୍ଦ୍ୱ

ଟିଟିଲାଗଡ଼, ୨୫।୧୦(ଡି.ଏନ.ଏ.): ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ବାରାକରୁ ଗତ ୧୭ ତାରିଖ ରାତିରେ ଫେରାର ହେବା ଦିନଠାରୁ...

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା: ରାସ୍ତାରେ ବସିଲେ ଛାତ୍ରୀଛାତ୍ର

ବନ୍ତଳା, ୭।୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ, ଅଭିଭାବକମାନେ ଶୁକ୍ରବାର ସକାଳେ ବିଦ୍ୟାଳୟ...

ଚୋରାମଦ କାରବାର: ୪ ଗିରଫ

ଦିଗପହଣ୍ଡି,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରାମଦ କାରବାର ଚାଲୁଥିବା ସମ୍ପର୍କରେ ସୂଚନା ପାଇ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଦିଗପହଣ୍ଡି...

ଲଘୁଚାପଜନିତ ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

କୁଜଙ୍ଗ,୨୦।୮(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ୫ ଦିନ ହେବ ଜଳବନ୍ଦୀ ଥିବା ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୁରୁବାର ରାତିରୁ ପୁନର୍ବାର ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଏନେଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ...

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ବରୀ,୯।୧୨(ସ୍ବ.ପ୍ର.) : ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଏରଡ଼ା ଗାଁ ନିକଟ ଏକ ନାଳପାର୍ଶ୍ୱରେ ସୋମବାର ପୂର୍ବାହ୍ନରେ ଜଣେ ଅଚିହ୍ନା ଯୁବକ(୨୨)ଙ୍କ ମୃତଦେହକୁ ବରୀ...

ଦକ୍ଷିଣମୋଡ଼ ହେଲା ତିନି ରଥ

ପୁରୀ ଅଫିସ, ୧୮ା୭: ଭଉଣୀ ଭାଇଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଜନ୍ମବେଦିରେ ଲୀଳା କରୁଛନ୍ତି। ଆଡ଼ପ ମଣ୍ଡପରେ ଲୀଳାଖେଳା...

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ...

Advertisement
Archives

Model This Week