Posted inଖେଳ

ଦେଶର ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟରରେ ନାହିଁ ଶୁଟରଙ୍କ ରହଣି ବ୍ୟବସ୍ଥା

ନୂଆଦିଲ୍ଲୀ,୭।୯- ଦେଶର ଜଣାଶୁଣା ଅନ୍ତର୍ଜାତୀୟ ଶୁଟିଂ ସେଣ୍ଟର ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତୀୟ ଶୁଟରଙ୍କ ଲାଗି ରହଣି ବ୍ୟବସ୍ଥା ନାହିଁ। ଏଥିଯୋଗୁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଥିବା ଶୁଟରମାନେ ଆବଶ୍ୟକ ଟ୍ରେନିଂ ପାଇପାରୁ ନାହାନ୍ତି। ଅପୂର୍ବୀ ଚଣ୍ଡେଲା, ଯଶସ୍ବିନୀ ସିଂ ଦେସ୍ବାଲ, ଅଞ୍ଜୁମ ମୁଦଗିଲ, ଇଲାଭେନିଲ ଭାଲାରିଭାନ, ମନୁ ଭାକର ଓ ଅଭିଷେକ ବର୍ମା ୨୦୨୦ ଅଲିମ୍ପକ୍ସ କୋଟା ଅର୍ଜନ କରିସାରିଛନ୍ତି। କିନ୍ତୁ କାର୍ନି ସିଂ ଶୁଟିଂ ରେଞ୍ଜଠାରେ ରହଣି ବ୍ୟବସ୍ଥା ଅଭାବ ଥିବାରୁ ପ୍ରତ୍ୟେକ ଥର ସେମାନଙ୍କୁ ଟ୍ରେନିଂ ପାଇଁ ହୋଟେଲରେ ରହିବାକୁ ପଡ଼ୁଛି। କାର୍ନି ସିଂ ଶୁଟିଂ ରେଞ୍ଜ ଦେଶର ସବୁଠୁ ଭଲ ସେଣ୍ଟର। କିନ୍ତୁ ସବୁଠୁ ବଡ଼ ଅସୁବିଧା ହେଲା ଏଠାରେ ହଷ୍ଟେଲ ସୁବିଧା ନାହିଁ। ଆମ ମଧ୍ୟରୁ ପ୍ରାୟତଃ ଶୁଟର ବାହାର ରାଜ୍ୟର। ଆମେ ସେଣ୍ଟରର ସମ୍ପୂର୍ଣ୍ଣ ବ୍ୟବହାର ପାଇଁ ଏଠାକୁ ଆସୁଛୁ। ଟ୍ରେନିଂ ପାଇଁ ଆମକୁ ଲମ୍ବା ସମୟ ଧରି ଦିଲ୍ଲୀରେ ରହିବାକୁ ପଡ଼େ। ଏଥିଯୋଗୁ ଆମ ନିକଟରେ ଦୁଇଟି ବିକଳ୍ପ ହୋଟେଲରେ ରୁମ ବୁକ କରିବା ନ ହେଲେ ବନ୍ଧୁଙ୍କ ଘରେ ରହିବା। ଏକ ହଷ୍ଟେଲ ଥିଲେ ଆମକୁ ବହୁତ ସହଜ ହୋଇଥାନ୍ତା ବୋଲି ଯଶସ୍ବିନୀ କହିଛନ୍ତି। ସେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ହରିୟାଣା ଶୁଟର ଯଶସ୍ବିନୀ ଓ ମନୁ ଏବେ ପ୍ରାକ୍ଟିସ ପାଇଁ ଦିଲ୍ଲୀରେ ରହୁଛନ୍ତି। ୧୭ ବର୍ଷୀୟ ମନୁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମହିଳା ଶ୍ରୀରାମ କଲେଜରେ ପଢ଼ୁଛନ୍ତି। ପୂର୍ବରୁ ମୋତେ କାର୍ନି ସିଂ ରେଞ୍ଜରେ ପହଞ୍ଚତ୍ବା ପାଇଁ ବହୁତ ଟ୍ରାଭେଲ କରିବାକୁ ପଡ଼ୁଥିଲା। ସେତେବେଳେ ମୁଁ ବନ୍ଧୁ ଓ ସମ୍ପର୍କୀୟଙ୍କ ଘରେ ରହୁଥିଲି। ଏବେ ମୁଁ ଦିଲ୍ଲୀରେ ରହୁଛି, ଆଉ ଅଭ୍ୟାସ ପାଇଁ ଅଧିକ ସମୟ ମିଳୁଛି ବୋଲି ମନୁ କହିଛନ୍ତି। ଉଲ୍ଲେଖଥାଉ କି, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର କାର୍ନି ସିଂ ରେଞ୍ଜଠାରେ ହଷ୍ଟେଲ ସୁବିଧା ପାଇଁ ଆଶ୍ୱସନା ଦେଇଛନ୍ତି। ସମ୍ଭବତଃ ଆଗାମୀ ଦୁଇ ବର୍ଷ ମଧ୍ୟରେ ସେଣ୍ଟରଠାରେ ହଷ୍ଟେଲ ସୁବିଧା ଉପଲବ୍ଧ ହୋଇଯିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri