Posted inଜାତୀୟ

ଦେଶରେ ଲାଗୁ ହେବ ଭାରତୀୟ ମାନକ ସମୟ : ଆସିଲା ଚିଠା ନିୟମାବଳୀ

ନୂଆଦିଲ୍ଲୀ,୨୮ା୧: ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ପାଇଁ ଜିଏସ୍‌ଟି ଲାଗୁ କରାଯିବା ସହ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଖୁବ୍‌ଶୀଘ୍ର ସାରା ଦେଶର ସବୁ ସେକ୍ଟରରେ ଗୋଟିଏ ସମୟ ଲାଗୁ କରିବା ନିମନ୍ତେ ଖାଉଟି ବ୍ୟାପାର ବିଭାଗ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଟାଇମ୍‌’ ଚିଠା ନିୟମାବଳୀ ବା ଡ୍ରାଫ୍ଟ ମେଟ୍ରୋଲୋଜି (ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଟାଇମ୍‌) ନିୟମାବଳୀ, ୨୦୨୫ ପ୍ରକାଶ କରିଛି।

ସାରା ଦେଶରେ ଏକସଙ୍ଗେ ଏବଂ ଠିକ୍‌ ଭାବରେ ଭାରତୀୟ ମାନକ ସମୟ (ଆଇଏସ୍‌ଟି) ପ୍ରତିଷ୍ଠା ଲାଗି ଏହା ଏକ ପଦକ୍ଷେପ। ସମୟ ରେକର୍ଡ କରିବାରେ ସମାନତାକୁ ସୁନିଶ୍ଚିତ କରିବା, ଆର୍ଥତ୍କ ସାମର୍ଥ୍ୟ ବୃଦ୍ଧି ତଥା ଜାତୀୟ ସୁରକ୍ଷା ବଢ଼ାଇବା ଏହାର ଲକ୍ଷ୍ୟ। ନ୍ୟାଶନାଲ ଫିଜିକ୍ସ ଲାବରେଟୋରି (ଏନ୍‌ପିଏଲ୍‌) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମିଳିତ ଭାବେ ଏହି ପ୍ରକଳ୍ପକୁ ବିକଶିତ କରିଛନ୍ତି।

ଆଇଏସ୍‌ଟିକୁ ମିଲିସେକେଣ୍ଡରୁ ମାଇକ୍ରୋସେକେଣ୍ଡରେ ବିଭାଜିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ନିୟମାବଳୀ ଟେଲି ଯୋଗାଯୋଗ, ଜାହାଜ ଚଳାଚଳ, ପାଓ୍ବାର ଗ୍ରୀଡ୍‌, ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ଗଭର୍ନାନ୍ସ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ସମ୍ପ୍ରତି ଅଧିକାଂଶ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା (ଟିଏସ୍‌ପି) ଏବଂ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ (ଆଇଏସ୍‌ପି)ଗୁଡ଼ିକ ଆଇଏସ୍‌ଟି ବଦଳରେ ଜିପିଏସ୍‌ ଭଳି ବିଦେଶୀ ସମୟ ଉତ୍ସ ଉପରେ ନିର୍ଭର କରୁଛନ୍ତି, ଯାହା ସାଇବର ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିଶ୍ୱସନୀୟତା ପ୍ରତି ବିପଦ ସୃଷ୍ଟି କରିଛି। ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ଟାଇମ୍‌ ପାଇଁ ଏକ କମିଟି ଗଠନ କରାଯାଇଛି, ଯେଉଁଥିରେ ଏନ୍‌ପିଏଲ୍‌, ଇସ୍ରୋ, ଆଇଆଇଟି କାନ୍‌ପୁର, ଏନ୍‌ଆଇସି, ଏସ୍‌ଇଆର୍‌ଟି-ଇନ୍‌, ସେବି ଏବଂ ରେଲ୍‌ଓ୍ବେ, ଟେଲିକମ୍‌, ଆର୍ଥତ୍କ ସେବା ଆଦି ବିଭିନ୍ନ ବିଭାଗରୁ ପ୍ରତିନିଧି ରହିଛନ୍ତି। ଜାନୁଆରୀ ୧୫ରେ ଚିଠା ନିୟମାବଳୀ ପ୍ରକାଶ ପାଇଥିବାବେଳେ ଏଥିପାଇଁ ଜନସାଧାରଣଙ୍କ ପରାମର୍ଶ ମଗାଯାଇଛି। ଖାଉଟି ବ୍ୟାପାର ବିଭାଗ ଓ୍ବେବ୍‌ସାଇଟ୍‌ ଜରିଆରେ ମତାମତ ପଠାଇବାର ଶେଷ ତାରିଖ ଫେବୃଆରୀ ୧୪ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri