ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୮୯୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୫୪ ହଜାର ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ୩୦ ଜାନୁୟାରୀରେ ଚିହ୍ନଟ କରାଯାଇଥିଲା। ଏହାପରେ ୧୧୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଥିଲା। ଏହାପରେ ୧୫ ଦିନ ମଧ୍ୟରେ ଜୁନ୍‌ ୨ରେ ଏହା ୨ ଲକ୍ଷରେ ପହଞ୍ଚିଥିଲା। ୨ ଲକ୍ଷରୁ ୩ ଲକ୍ଷରେ ପହଞ୍ଚିବା ଲାଗି ମାତ୍ର ୧୦ ସମୟ ଲାଗିଥିଲା। ଜୁନ୍‌ ୧୨ରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁଥିଲା। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଦିନରେ ୩ ଲକ୍ଷ ଟପିଥିବାବେଳେ ବ୍ରାଜିଲ୍‌ରେ ୮୫ ଦିନରେ ଏବଂ ରୁଷ୍‌ ରେ ୧୧୧ ଦିନ ସମୟ ଲାଗିଥିଲା। ତେବେ ଭାରତରେ ଏହି ସଂଖ୍ୟା ଛୁଇଁବା ପାଇଁ ୧୩୫ ଦିନ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମରଣ ଅନଶନରେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିରୋଧରେ ପୂରା ଦେଶ ସ୍ବର ଉତ୍ତୋଳନ କରିଛି। ପୀଡ଼ିତାଙ୍କୁ...

ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ କଲେ ଏମିତି କାମ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଜଣେ ଶିଳ୍ପପତି ନୂଆ ଘରେ ପ୍ରବେଶ କରିବା ସମୟରେ ଦିବଂଗତ ସ୍ତ୍ରୀଙ୍କ ଅଭାବ ପୂରଣ ପାଇଁ ଏକ ନୂଆ ପନ୍ଥା ଆପଣାଇଥିଲେ। ଶିଳ୍ପପତି...

ଆଜମ ଖାନ୍‌ଙ୍କ ପୁଅଙ୍କୁ ଅଟକ ରଖିଲା ପୋଲିସ

ଲକ୍ଷ୍ନୌ, ୩୦।୭: ସମାଜବାଦୀ ପାର୍ଟି (ଏସ୍‌ପି) ଏମ୍‌ପି ଆଜମ ଖାନ୍‌ଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ବୁଧବାର ରାମପୁର ପୋଲିସ ଅଟକ ରଖିଛି। ମହମ୍ମଦ ଅଲ୍ଲୀ...

ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଥିବା ସନ୍ଦିଗ୍ଧଙ୍କ ହାତରେ ଲଗାଯାଉଛି ମୋହର

ମୁମ୍ବାଇ,୧୭।୩: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିଯୋଗୁ ମହାରାଷ୍ଟ୍ର ଅତ୍ୟଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ...

୫୦ ଅଣ୍ଡା ଖାଇବାକୁ ଲାଗିଥିଲା ସର୍ତ୍ତ: ୪୨ଖାଇବା ପରେ ମୃତ୍ୟୁ

ଜୋନପୁର,୪।୧୧: ବେଳେବେଳେ ଥଟ୍ଟାରେ ଲାଗିଥିବା ସର୍ତ୍ତ ମୃତ୍ୟୁର କାରଣ ହୋଇଥାଏ। ଅଣ୍ଡା ଓ ମଦରେ ସର୍ତ୍ତ ଲଗାଇ ଜଣେ ବ୍ୟକ୍ତି ମୃତ୍ୟୁମୁଖକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଭାରତ

ନୂଆଦିଲ୍ଲୀ,୨୪।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ଓ ଝିଅ ଜ୍ୱାଇଁଙ୍କ ସହ ଭାରତ ଆସୁଛନ୍ତି। ତାଙ୍କୁ ସ୍ବାଗତ...

ବଜେଟ-୨୦୨୦: ମହିଳା,ଶିଶୁ ବିକାଶକୁ ପ୍ରାଧାନ୍ୟ; ଝିଅଙ୍କ ବିବାହ ବୟସ ଧାର୍ଯ୍ୟ ଲାଗି ଟାସ୍କଫୋର୍ସ

ମହିଳାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସରକାର ବଜେଟରେ ୨୮,୬୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ, ସରକାରଙ୍କ ‘ବେଟି...

ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ

ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ...

Coronavirus Update


Archives

Model This Week

Why Dharitri