Posted inଜାତୀୟ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଲା: ଜଣେ ମୃତ

ନୂଆଦିଲ୍ଲୀ,୧୩।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ୭୫ ଜଣ କରୋନା ଭାଇରସରେ ସଂକ୍ରମିତ ହେବା ସହ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କର୍ନାଟକରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା କହିଛନ୍ତି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ। କର୍ନାଟକର କାଲମୁର୍ଗିରେ ମାର୍ଚ୍ଚ ୧୦ରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିବା ପରେ ଏହା ଭାରତର ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ବୋଲି କୁହାଯାଇଛି। ତେବେ ସଂକ୍ରମିତଙ୍କ ମଧ୍ୟରେ ୫୮ ଜଣ ଭାରତୀୟ ଥିବା ବେଳେ ୧୭ ବିଦେଶୀ ନାଗରିକ ରହିଛନ୍ତି। କେରଳରେ କେବଳ ୧୭ କରୋନା ଭାଇରସ ପଜିଟିଭ ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୩ ସୁସ୍ଥ ହୋଇସାରିଛନ୍ତି। ହରିୟାଣାରେ ୧୪ ଜଣ କୋଭିଡ ୧୯ ବା ନୋଭେଲ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ୬ ମହାରାଷ୍ଟ୍ରରେ ୧୧ ଓ ଉତ୍ତର ପ୍ରଦେଶରେ ୧୦ ଜଣ ପଜିଟିଭ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ତାମିଲ କଳାକାର

ଚେନ୍ନାଇ,୩୦।୧୧: ତାମିଲ ଫିଲ୍ମ ଓ ଟେଲିଭିଜନ ଜଗତର କଳାକାର ରାଧା ରବି ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି...

ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ଆଲର୍ଟ, ୫ ହଜାର ଅତିରିକ୍ତ ଯବାନ ମୁତୟନ

ଜମ୍ମୁ,୨୫ ।୬: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଅମରନାଥ ଯାତ୍ରା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟ ୨୬ଜୁନରୁ ଜମ୍ମୁରୁ ବାହାରିବ...

ପ୍ରାଣାୟାମ କରନ୍ତୁ ସଂକ୍ରମିତ’

ନୂଆଦିଲ୍ଲୀ,୨୫ା୪: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଦିଲ୍ଲୀର ପ୍ରଥମ ବ୍ୟକ୍ତି ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି। କରୋନାରୁ ସୁସ୍ଥ ହେବାରେ...

ଭାରତ ଯୋଡ ନୁହେଁ ଘୃଣା ଯୋଡ ଅଭିଯାନ କରୁଛନ୍ତି ରାହୁଲ: ଭାଜପାର ମନ୍ତବ୍ୟ…

ନୂଆଦିଲ୍ଲୀ, ୧୦।୯ : ଭାରତୀୟ ଜନତା ପାର୍ଟି କଂଗ୍ରେସର ଭାରତ ଯୋଡ ଯାତ୍ରା ନେଇ ରାହୁଲ ଗାନ୍ଧୀଙ୍କୁ ଘେରିବା ଆରମ୍ଭ କରିଛି। ଏହି ଗସ୍ତ ସମ୍ପର୍କରେ...

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ...

ଅଜାନ ପାଇଁ ଭାଷଣ ବନ୍ଦ କଲେ ଅମିତ ଶାହା

ଶ୍ରୀନଗର,୫।୧୦: ବାରାମୁଳାରେ ଏକ ସାଧାରଣ ସଭାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଜାନ ବେଳେ ଭାଷଣ ବନ୍ଦ ରଖିଛନ୍ତି। ପ୍ରାର୍ଥନା ଶେଷ ହେବା ପରେ ସେ...

ତିନିମାସକୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କା

ଧୌଲାନା: ଘରେ ଜଳୁଛି ଗୋଟିଏ ବଲ୍‌ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି। ତିନିମାସକୁ ଏହି ଦେୟ...

ବିବାଦରେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୧୧ ।୧୧: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିିଦ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗୋଟିଏ ଦିନ ପୂର୍ବରୁ ଉନ୍ମାଚିତ ହାଇଥିବା...

Advertisement
Archives

Model This Week